Below header

ଲକଡାଉନରେ ବାଇକରେ ଘରକୁ ଫେରିଲା ପୁଅ ତ ମା’ କଲା ଏମିତି ସାନିଟାଇଜ, ଭିଡିଓ ଦେଖିଲେ ହେବେ ଚକିତ

କରୋନା ଭାଇରସକୁ ରୋକିବା ପାଇଁ ଭାରତକୁ ୨୧ ଦିନ ପାଇଁ ଲକଡାଉନ କରିଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି। ଏଥିସହ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ମୋଦି ଅପିଲ କରିଛନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଲକଡାଉନକୁ ନେଇ କେତେକ ଭିଡିଓ ଭାଇରାଲ ହେଉଛି। ଭିଡ଼ିଓରେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ହସି ହସି ଗଡିଯିବେ।

Coronavirus in Spain: Lockdown period extended as death toll ...

ଭିଡିଓରେ ଦେଖିବାକୁ ମିଳିଛି ଯେ ପୁଅ ବାଇକ ନେଇ ଘରେ ପଶୁ ପଶୁ ମା ୱାଇପରରେ ତା ଠାରୁ ଜିନିଷ ନେଉଛି ଓ ତା ଉପରେ ସ୍ପ୍ରେ ପକାଇ ସାନିଟାଇଜ କରୁଛି। ପରେ ପୁଅ ତଳେ ଶୋଇଯାଉଛି ଓ ମା ତାକୁ ସାନିଟାଇଜ କରିବା ପରେ ହିଁ ଘରକୁ ଆସିବାକୁ କହୁଛନ୍ତି।

ଏହି ଭିଡିଓକୁ ଟ୍ୱିଟରରେ ଇଣ୍ଡିଆନ ଫରେଷ୍ଟ ଅଫିସର ସୁଶାନ୍ତ ନନ୍ଦା ସେୟାର କରିଛନ୍ତି। ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି ଯେ “କଣ ଏତେ ସାନିଟାଇଜ କରିବା ଆବଶ୍ୟକ”।

ଏବେ ଯାଏଁ ଏହି ଭିଡିଓକୁ ୧୧ ହଜାରରୁ ଅଧିକ ଥର ଦେଖାଯାଇସାରିଥିବା ବେଳେ ୮୦୦ରୁ ଊର୍ଦ୍ଧ୍ଵ ଲୋକ ଲାଇକ କରିଛନ୍ତି। ଏହି ଭିଡିଓକୁ ଫେସବୁକ, ହ୍ଵାଟସ ଆପ ସବୁଥିରେ ସେୟାର କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.