ଟିଭିରେ ପ୍ରଭୁ ଶ୍ରୀରାମଙ୍କୁ ଦେଖି ଆରତୀ କରିବାକୁ ଲାଗିଲେ ବ୍ୟକ୍ତି, ଦେଖନ୍ତୁ ଭିଡିଓ

୨୧ ଦିନର ଲକଡାଉନ ବେଳେ ଲୋକଙ୍କୁ ଘରେ ରଖିବା ପାଇଁ ସରକାର ବିଭିନ୍ନ ପନ୍ଥା ଆପଣାଉଛନ୍ତି। ଏଥିପାଇଁ ଏବେ ଦୂରଦର୍ଶନରେ ନବେ ଦଶକର ରାମାୟଣ ଓ ଦିଦି ଭାରତୀରେ ମହାଭାରତ କାର୍ଯ୍ୟକ୍ରମ ପ୍ରସାରଣ କରିବାକୁ ସୂଚନା ଏବଂ ପ୍ରସାର ମନ୍ତ୍ରୀ ପ୍ରକାଶ ଜାବଡେକର ସୂଚନା ଦେଇଛନ୍ତି। ନିଜ ପସନ୍ଦର ପୁରୁଣା ସିରିଏଲ ଦେଖିବାକୁ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି।

लॉकडाउन में फैंस को बड़ा तोहफा, फिर ...

ଅନ୍ୟପଟେ ରାମାୟଣ ଦେଖିବା ବେଳେ ଲୋକେ ଟିଭିରେ ରାମଙ୍କ ଆରତୀ ମଧ୍ୟ କରୁଥିବା ଦେଖାଯାଇଛି। ଟିଭି ଅଭିନେତା ଭାବିନ ଭାନୁଶାଲୀ ରାମାୟଣ ଦେଖିବା ବେଳେ ରାମଙ୍କୁ ଆଳତୀ ଥାଳି ଧରି ପୂଜା କରୁଥିବା ଭିଡିଓକୁ ନିଜ ଟିକଟକ ରେ ସେୟାର କରିଛନ୍ତି।

ଦେଖନ୍ତୁ ଭିଡିଓ:

@bhavin_333Aisa hi hota hoga na uss zamaane me ? ❤️ ##gharbaithoindia ##teentigada ##bhavsena ##foryoupage ##foryou

♬ original sound – Bhavin Bhanushali

ଭିଡିଓରେ ଦେଖା ଯାଇଛି ଯେ ଭାବିନ ପରିବାରର ଅନ୍ୟ ସଦସ୍ୟଙ୍କ ସହ ବସି ରାମାୟଣ ଦେଖୁଛନ୍ତି। କିନ୍ତୁ ଯେତେବେଳେ ଶ୍ରୀରାମ ପ୍ରବେଶ କରୁଛନ୍ତି ସେ ଏକ ଆଳତୀ ଥାଳି ଆଣି ଟିଭିକୁ ପୂଜା କରିବାକୁ ଲାଗୁଛନ୍ତି। ଭାବିନଙ୍କ ଏହି ଭିଡିଓକୁ ଲୋକେ ଖୁବ ପସନ୍ଦ କରୁଛନ୍ତି। ଏହି ଭିଡିଓକୁ ୧୨ ଲକ୍ଷରୁ ଅଧିକ ଥର ଦେଖାସରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.