Nykaa ଆଓ୍ଵାର୍ଡ ଇଭେଣ୍ଟରେ ଦେଖିବାକୁ ମିଳିଲା ବିକ୍କି-କ୍ୟାଟ୍ରିନାଙ୍କ କେମେଷ୍ଟ୍ରି, ପରସ୍ପରକୁ କଲେ ଆଲିଙ୍ଗନ

ବଲିଉଡର ରିଅଲ ଲାଇଫ ଯୋଡି କ୍ୟାଟ୍ରିନା କୈଫ ଏବଂ ବିକ୍କି କୌଶଲଙ୍କ ଯୋଡି ବେଶ୍‌ ଚର୍ଚ୍ଚିତ । ପ୍ରତ୍ୟେକ ଥର ଦୁହେଁ ପରସ୍ପରଙ୍କ ଉପରେ ଭଲପାଇବା ଜାହିର କରନ୍ତି। ଏହି ଚର୍ଚ୍ଚିତ ଯୋଡି ନିକଟରେ ନାଏକା ଫେମିନା ବ୍ୟୁଟି ଆଓ୍ଵାର୍ଡସରେ ପରସ୍ପରକୁ ଆଲିଙ୍ଗନ କରିଛନ୍ତି। ଆଉ ଏଇ ଯୋଡିଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏକ ଭିଡିଓରେ କ୍ୟାଟ୍ରିନା ଇଭେଣ୍ଟରେ ଏଣ୍ଟ୍ରି କରୁଥିବା ବେଳେ ବିକ୍କି ବାହାରକୁ ଯାଉଛନ୍ତି। ଦୁହେଁ ପରସ୍ପର ବିପରୀତ ଦିଗରେ ଯାଉଥିବା ବେଳେ ଆଲିଙ୍ଗନ କରୁଛନ୍ତି। ଭିଡିଓରେ ଅଭିନେତ୍ରୀ ଜଣକ ସିମରୀ ଗାଉନ ସହିତ ଅତି ସୁନ୍ଦର ଲାଗୁଛନ୍ତି। ସେହିପରି ବିକ୍କି ମଧ୍ୟ ବ୍ଲିଙ୍ଗ ଡିଟେଲ୍ସ ସହିତ ବୋ ଟାଏ ସୁଟ୍‌ ପିନ୍ଧି ବହୁତ ହ୍ୟାଣ୍ଡସମ ଲାଗୁଛି ।

ଦୁହେଁ ପରସ୍ପରକୁ କିଛିଦିନ ଡେଟ୍‌ କରିବା ପରେ ଗତ ଡିସେମ୍ବରରେ ରାଜସ୍ଥାନରେ ବିବାହ କରିଥିଲେ । ଦୁହେଁ ନିକଟରେ ପ୍ରଥମ ବିବାହ ବାର୍ଷିକୀ ମଧ୍ୟ ପାଳନ କରିଥିଲେ ।

 

View this post on Instagram

 

A post shared by Instant Bollywood (@instantbollywood)

ସୂଚନାଯୋଗ୍ୟ, ବିକ୍କି ଅପକମିଂ ଫିଲ୍ମ ‘ଗୋବିନ୍ଦା ନାମ ମେରା’ରେ ନଜର ଆସିବେ। ଏହାଛଡା ସାନ୍ୟା ମଲହୋତ୍ରା ଏବଂ ଫାତିମା ସନା ଶେଖ ସହିତ ମେଘନା ଗୁଲଜାରଙ୍କ ସହିତ ‘ସେମ୍‌ ବାହାଦୂର’ରେ ମଧ୍ୟ ନଜର ଆସିବେ। ସେହିପରି କ୍ୟାଟ୍ରିନା ସଲମାନ ଏବଂ ଇମ୍ରାନ ହାସମୀଙ୍କ ସହିତ ଫିଲ୍ମ ‘ଟାଇଗର ୩’ରେ ନଜର ଆସିବେ। ସେହିପରି ପ୍ରିୟଙ୍କା ଚୋପ୍ରା ଏବଂ ଆଲିଆ ଭଟ୍ଟଙ୍କ ସହିତ ଫରହାନ ଅଖତରଙ୍କ ଫିଲ୍ମ ‘ଜି ଲେ ଜରା’ରେ ମଧ୍ୟ ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.