Below header

ନୂଆବର୍ଷରୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ୍‌ ମନା: ସେବାୟତ ଓ କର୍ମଚାରୀ କେହି ନେଇପାରିବେ ନାହିଁ ମୋବାଇଲ

ପୁରୀ (କେନ୍ୟୁଜ): ଆସନ୍ତା ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ନିଷିଦ୍ଧ ହେବ ସ୍ମାର୍ଟ ଫୋନ୍‌। କେବଳ ମହାପ୍ରଭୁଙ୍କ ନୀତି କାନ୍ତି ସୂଚନା ପାଇଁ ଗୋଟିଏ ଫୋନ୍‌ ଶ୍ରୀମନ୍ଦିର ଭିତରେ ରହିବ। ବହୁ ପ୍ରତିକ୍ଷିତ ସେବାୟତ ପିଲାଙ୍କ ପାଇଁ ଗୁରୁକୂଳ ନିମନ୍ତେ ର୍ବିଲା ଏଜୁକେସନ ସୋସାଇଟି ସହ ଏମୋୟୁ ସ୍ୱାକ୍ଷରିତ ହୋଇଛି। ଆଜି ନିଳାଦ୍ରୀ ଭକ୍ତ ନିବାସରେ ଗଜପତି ଦିବ୍ଯସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଗତ ୭ ତାରିଖ ହୋଇଥିବା ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ଭିତରକୁ ଆସନ୍ତା ଜାନୁଆରୀ ୧ ତାରିଖରୁ ସ୍ମାର୍ଟ ଫୋନ୍‌ ନିଷିଦ୍ଧ ନେଇ ହୋଇଥିବା ନିଷ୍ପତ୍ତି ଉପରେ ମୋହର ମାରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ଶ୍ରୀମନ୍ଦିରକୁ ଯାଉଥିବା ସେବାୟତ ମାନେ ସିଂହଦ୍ୱାର ଓ ଦକ୍ଷିଣ ଦ୍ୱାରରେ ହେବାକୁ ଥିବା ଦୁଇଟି କେନ୍ଦ୍ରରେ ସ୍ମାର୍ଟ ଫୋନ୍‌ ଜିମା ଦେଇ ଯିବେ। କେବଳ ମହାପ୍ରଭୁଙ୍କ ନୀତି କାନ୍ତି ର ସୂଚନା ପାଇଁ ଗୋଟିଏ ସ୍ମାର୍ଟ ଫୋନ୍‌ ଶ୍ରୀମନ୍ଦିର ଭିତରେ ରହିବ। ଏଣିକି ଜାନୁଆରୀ ୧ରୁ ଭକ୍ତ, ସେବାୟତ, ପୋଲିସ, ପ୍ରଶାସନିକ ଅଧିକାରୀ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ୍‌ ନେଇ ପାରିବେ ନାହିଁ। ନୂଆବର୍ଷରୁ ଏହାକୁ କଡାକଡି ଭାବରେ ଲାଗୁ କରିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ସେବାୟତ ପିଲାଙ୍କ ପାଇଁ ଆଦର୍ଶ ଗୁରୁକୂଳ ନିମନ୍ତେ ର୍ବିଲା ଏଜୁକେସନ ସୋସାଇଟି ସହ ଏମଓୟୁ ଆଜି ସ୍ୱାକ୍ଷରିତ ହୋଇଛି। ଏଥିପାଇଁ ମାଟି ତୋଟା ମଉଜାରେ ୩୪ ଏକର ଜମି ଆଦର୍ଶ ଗୁରୁକୂଳ ସୋସାଇଟି ନାଁ ରେ ପଞ୍ଜିକରଣ କରାଯାଇଛି। ର୍ନିଦ୍ଧାରିତ ସମୟରେ ଗୁରୁକୂଳ କାର୍ଯ୍ଯ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଶ୍ରୀଜଗନ୍ନାଥ ବନ ପ୍ରକଳ୍ପର ସ୍ଥିତାବସ୍ଥା ନେଇ ପରିଚାଳନା କମିଟିରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ପିସିସିଏଫ ଦେବୀଦତ ବିଶ୍ଵାଳ ସମଗ୍ର ରାଜ୍ଯରେ ୪ହଜାର ହେକ୍ଟର ମଧ୍ୟରୁ ୩ ହଜାର ୬ଶହ ହେକ୍ଟରରେ ରଥ ର୍ନିମାଣ ପାଇଁ ଆବଶ୍ଯକ ଫାସୀ, ଅସନ ଓ ଧଉରା କାଠ ପାଇଁ ବୃକ୍ଷ ରୋପଣ କରାଯାଇଥିବା ସୂଚନା ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.