ଜୁଲାଇ ୧୬ରେ ପରଦାକୁ ଆସିବ ‘କେଜିଏଫ ୨’, ସାମ୍ନାକୁ ଆସିଲା ନୂଆ ପୋଷ୍ଟର

ୟଶ ଏବଂ ସଂଜୟ ଦତ୍ତଙ୍କ ଅଭିନୀତ ଫିଲ୍ମ ‘କେଜିଏଫ ଚାପ୍ଟର ୨’ର ରିଲିଜ ଡେଟ୍ ଘୋଷଣା ହୋଇସାରିଛି। ଏହି ଫିଲ୍ମକୁ ନେଇ ଅନେକ ଦିନରୁ ଫ୍ଯାନଙ୍କ ମନରେ ଉତ୍ସାହ ଲାଗି ରହିଛି। ‘କେଜିଏଫ୍’ର ଦ୍ବିତୀୟ ଭାଗ ଜୁଲାଇ ୧୬ରେ ବଡ଼ ପରଦାକୁ ଆସିବ। ଏନେଇ ଆଜି ବି-ଟାଉନର ଅଭିନେତା ସଂଜୟ ଦତ୍ତ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ଯ, କେଜିଏଫ ଚାପ୍ଟର ୨’ ୨୦୧୮ରେ ଆସିଥିବା କେଜିଏଫର ସିକ୍ବେଲ। ଏହି ଫିଲ୍ମର ନିର୍ଦ୍ଦେଶନା ପ୍ରଶାନ୍ତ ନୀଲ କରୁଛନ୍ତି। ରବୀନା ଟଣ୍ଡନ, ପ୍ରକାଶ ରାଜ, ଶ୍ରୀନିଧି ସେଟ୍ଟୀ କେଜିଏଫ ୨ରେ ପ୍ରମୁଖ ଭୂମିକାରେ ନଜର ଆସିବେ। ତେବେ ରିଲିଜ୍ ତାରିଖ ଘୋଷଣା ହେବା ପରେ ତାଙ୍କ ପ୍ରଶଂସକମାନେ ଖୁସି ବ୍ୟକ୍ତି କରିଛନ୍ତି। କେଜିଏଫ ଚାପ୍ଟର ୧ ଭାରତୀୟ ବକ୍ସ ଅଫିସରେ ୨୦୪ କୋଟିର ଆୟ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.