KGF ଫେମ୍ ୟଶଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଗୁଗଲି’ ର ହେବ ରିମେକ୍, ଜଲଦି ଆରମ୍ଭ ହେବ ସୁଟିଂ

KGF ଷ୍ଟାର୍ ୟଶଙ୍କୁ ସମସ୍ତେ ଜାଣନ୍ତି। ୟଶଙ୍କ ବିପରୀତରେ ୨୦୧୩ ରେ କ୍ରିତି ଖରବନ୍ଦା ‘ଗୁଗଲି’ ଫିଲ୍ମରେ ଅଭିନୟ କରିଥିଲେ। କନ୍ନଡ ଭାଷାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ବହୁତ ହିଟ୍ ହୋଇଥିଲା। ଭଲ ରୋଜଗାର କରିବା ସହିତ ଏହା ଅନେକ ପୁରସ୍କାର ମଧ୍ୟ ପାଇଲା। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ପୱନ ୱାଡେୟାର।

ତେବେ ନିଜ ଅଭିନୟ ଓ ଷ୍ଟାଇଲରେ ସାରା ଭାରତରେ ହୃଦୟ ଜିତିଥିବା କେଜିଏଫ୍ ଷ୍ଟାର୍ ୟଶ ନିଜର ପରିଚୟ ସୃଷ୍ଟି କରିସାରିଛନ୍ତି।ତେବେ ବର୍ତ୍ତମାନ ସେ ହେଉଛନ୍ତି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର କଳାକାର। ତାଙ୍କ ଫିଲ୍ମ KGF ଯାହା ଜବରଦସ୍ତ ଆକ୍ସନ୍ ଡାୟଲଗ୍ ସହିତ ରିଲିଜ୍ ହୋଇଥିଲା, ସମସ୍ତେ ଏହି ଫିଲ୍ମକୁ ପସନ୍ଦ କରିଥିଲେ ଓ ଏହା ବକ୍ସ ଅଫିସରେ ଭଲ ଇନକମ୍ ମଧ୍ୟ କରିଥିଲା।

ଟିଭିରେ ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିବା ୟଶ, କେମିଓ ରୋଲ୍ ସହିତ ଚଳଚ୍ଚିତ୍ର ଆରମ୍ଭ କରିଥିଲେ। ଏହା ସହିତ ସଫଳତା ପାଇବା ପରେ ସେ ଗୁଗଲି ପରି ସଫଳ ଚଳଚ୍ଚିତ୍ର ସହିତ ଏକ ମାର୍କ ସୃଷ୍ଟି କରିଥିଲେ। ତେବେ ବର୍ତ୍ତମାନ ତାଙ୍କ ଗୁଗଲି ଫିଲ୍ମର ରିମେକ୍ ହେବାକୁ ଯାଉଛି।

କନ୍ନଡ ଭାଷାରେ ତିଆରି ହୋଇଥିଲା ଚଳଚ୍ଚିତ୍ର ‘ଗୁଗଲି’। ଏହା ଭଲ ରୋଜଗାର କରିବା ସହିତ ଏହା ଅନେକ ପୁରସ୍କାର ମଧ୍ୟ ପାଇଥିଲା। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ପୱନ ୱାଡେୟାର। ତେଣୁ ବର୍ତ୍ତମାନ ଚଳଚ୍ଚିତ୍ର ନିର୍ମାତା ମହେଶ ଦାନନାଭର୍ ଗୁଗଲି ଫିଲ୍ମ ଟାଇଟ୍ କିଣିଛନ୍ତି। ସେ ଫିଲ୍ମକୁ ବିଭିନ୍ନ ଭାଷାରେ ରିମେକ୍ କରିବାକୁ ଚାହୁଁଛନ୍ତି। ସେ ଏହି ଚଳଚ୍ଚିତ୍ରକୁ ସର୍ବାଧିକ ଦର୍ଶକଙ୍କ ନିକଟକୁ ଆଣିବାକୁ ଚାହୁଁଛନ୍ତି । ବର୍ତ୍ତମାନ ସୁଦ୍ଧା ଫିଲ୍ମ ସହ ଜଡିତ ଅନ୍ୟ କୌଣସି ଅପଡେଟ୍ ସାମ୍ନାକୁ ଆସିନାହିଁ।

‘ଗୁଗଲି’ ଚଳଚ୍ଚିତ୍ରର କାହାଣୀ ବିଷୟର କହିବାକୁ ଗଲେ, ଜଣେ ବ୍ୟକ୍ତିଙ୍କ ଜୀବନରେ ଗୁଗଲି ଭଳି ପରିସ୍ଥିତି ବାରମ୍ବାର ଆସୁଛି। ସେ ଯାହା ଦେଖନ୍ତି ତାହା ହୁଏ ନାହିଁ ଏବଂ ଯାହା ଘଟେ ତାହା ତାଙ୍କ ବୁଝାପଡେ ନାହିଁ । ଏହି ଚଳଚ୍ଚିତ୍ରରେ ଶରତ-ସ୍ୱାତୀଙ୍କ ପ୍ରେମରେ ଝଗଡ଼ା ମଧ୍ୟ ସୃଷ୍ଟି ହୁଏ, ଭୁଲ ବୁଝାମଣା ଏବଂ ବିଶ୍ୱାସର କାହାଣୀ ରହିଛି। ୟଶଙ୍କ ଏହି ଚଳଚ୍ଚିତ୍ରକୁ ଦର୍ଶକମାନେ ଅନ୍ୟ ଭାଷାରେ ମଧ୍ୟ ସମାନ ପ୍ରେମ ଦେବେ ବୋଲି ନିର୍ଦ୍ଦେଶକ ଆଶା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.