ଅବିବାହିତା ମା’ର ସନ୍ତାନ ବି ଦେଶର ନାଗରିକ, ଦସ୍ତାବିଜରେ ଲେଖା ଯାଇପାରିବ ମା’ଙ୍କ ନାମ, କର୍ଣ୍ଣ କଥା ମନେ ପକାଇଲେ କେରଳ ହାଇକୋର୍ଟ

ନୂଆଦିଲ୍ଲୀ : କେରଳ ହାଇକୋର୍ଟ ଏକ ନିଷ୍ପତ୍ତିରେ କହିଛନ୍ତି ଯେ କାହାର ପରିଚୟ ଦେବାକୁ ସାର୍ଟିଫିକେଟରେ କେବଳ ପିତାଙ୍କ ନାମ ଲେଖିବା ଅଧିକାର ନୁହେଁ । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଆବେଦନକାରୀଙ୍କ ପିତା ମାତାଙ୍କ ସ୍ଥାନରେ କେବଳ ମା’ଙ୍କ ନାମ ରଖାଯାଉ । କୋର୍ଟ ନିଜ ରାୟରେ ମହାଭାରତର କର୍ଣ୍ଣଙ୍କ ମନବ୍ୟଥାର ଉଦାହରଣ ଦେଇ ଏହି ନିଷ୍ପତ୍ତି ଦେଇଥିଲେ ।

ଜଷ୍ଟିସ ପିବି କୁହ୍ନିକୃଷ୍ଣମ କହିଥିଲେ, ଅବିବାହିତ ବା ଦୁଷ୍କର୍ମ ପୀଡିତାଙ୍କ ସନ୍ତାନ ବି ଆମ ଦେଶର ନାଗରିକ । କେହି ବି ତାଙ୍କର ମୌଳିକ ଅଧିକାର ଛଡାଇ ପାରିବେ ନାହିଁ । ତାଙ୍କୁ ଅଧିକାର ସମ୍ବିଧାନ ଦେଇଛି । ଏହା ତାଙ୍କ ଠାରୁ କେହି ଛଡାଇ ପାରିବେ ନାହିଁ ।
ହାଇକୋର୍ଟ ଏହି ରରାୟ ଏପରି ପରିସ୍ଥିତିରେ ଦେଇଛନ୍ତି, ଯେଉଁଠି ମହିଳା ଜଣକ ଏକ ରହସ୍ୟମୟ ପରିସ୍ଥିତିରେ ଗର୍ଭବତୀ ହୋଇଥିଲେ । ସେହି ସନ୍ତାନର ପିତା କିଏ ଥିଲେ ତାହା ବି ତାଙ୍କୁ ମାଲୁମ ନଥିଲା । ଏହି କାରଣରୁ ଉକ୍ତ ସନ୍ତାନର ପରିଚୟପତ୍ରର ୩ ଜାଗାରେ ଭିନ୍ନ ଭିନ୍ନ ନାମ ଲେଖାଯାଇଥିଲା । ଯେଉଁଠି ମା’ଙ୍କ ନାମ ସବୁ ଯାଗାରେ ଏକ ବୋଲି ଲେଖାଯାଇଥିଲା ।

କୋର୍ଟ ଆହୁରି କହିଥିଲେ ଯେ କର୍ଣ୍ଣ ଭଳି ଆଉ ପରିସ୍ଥିତି ନହେଉ । କର୍ଣ୍ଣ ଯେପରି ନିଜ ପିତାମାତାଙ୍କ ପର ିଚୟ ନପାଇ ନିଜକୁ ଧିକ୍କାର କରୁଥିଲେ । ତେଣୁ କୋର୍ଟ ଜନ୍ମ ସାର୍ଟିଫିକେଟରେ ପିତାଙ୍କ ନାମ ହଟାଇ ମା’ଙ୍କ ନାମ ରଖିବାକୁ ରାୟ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.