ବିବାହ ନ କରି ବି ମା’ ହେବାକୁ ଯାଉଛନ୍ତି ଆକ୍ଟ୍ରେସ, ଜାଣନ୍ତୁ ଘଟଣା ପଛର ସତ କଣ

ନିଧି ଶାହଙ୍କ ଗୋଦଭରାଈ ବିଧିର କିଛି ଫଟୋ ଫ୍ୟାନ୍ସ ମାନଙ୍କ ସହ ସେୟାର କରିଛନ୍ତି ଆକ୍ଟ୍ରେସ ।  ଏହି ଫଟୋଗୁଡ଼ିକୁ ଦେଖି ଫ୍ୟାନ୍ସ ମାନେ ବି ଖୁବ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । କେତେ ଜଣ ତ କନଫ୍ୟୁଜ ହୋଇଯାଉଛନ୍ତି ଆଉ ମନେ ମନେ ଭାବିବାକୁ ଲାଗୁଛନ୍ତିକି ସତରେ କଣ ନିଧି ଗର୍ଭବତୀ ଅଛନ୍ତି ।  ଏହା ପଛରେ ବି ଏକ ବିଶେଷ କାରଣ ରହିଛି । ନିଧିଙ୍କୁ ଏବେ ମାତ୍ର ୨୪ ବର୍ଷ ବୟସ ।  ଆଉ ସେ ଏବେ ଯାଏଁ ବିବାହ କରିନାହାନ୍ତି । ଆଉ ଏମିତି ସ୍ଥିତିରେ ବେବି ବମ୍ପ ଦେଖେଇ “ଟକ ଅଫ ଦ ଡାଉନ” ହୋଇଯାଇଛନ୍ତି ନିଧି ।

ଅବଶ୍ୟ ଆପଣଙ୍କୁ କହିରଖୁଛୁକି ନିଧିଙ୍କ ଏହି ଫଟୋ ଗୁଡିକ ତାଙ୍କ ରିୟଲ ଲାଇଫର ନୁହେଁ ବରଂ ରିଲ ଲାଇଫର ।  ଆଉ ଏଗୁଡିକ ହେଉଛି ଅନୁପମା ସିରିଏଲ ସୁଟିଂ ସେଟ ସମୟର ।  ଏହି ଫଟୋ ଗୁଡିକୁ ନିଧି ଟିଜର ଭାବରେ ସେୟାର କରିଛନ୍ତି ।  ନିଧିଙ୍କ ଫଟୋ ଗୁଡିକ ସେୟାର ହେବା ପରେ ଫ୍ୟାନ୍ସ ମାନେ ଏହି ଏପିସୋଡ ଦେଖିବାକୁ ଯେମିତି ଚାତକ ପରି ଚାହିଁ ବସିଛନ୍ତି ।  ଆଉ ସାମ୍ନାକୁ ନଜର ଆସିଥିବା ଫଟୋ ଗୁଡିକରେ ନିଧି ମଧ୍ୟ ଖୁବ ସୁନ୍ଦର ଦେଖାଯାଉଛନ୍ତି ।

Anupamaa: Time for some good news for the Shah family? | India Forums

image credit: India Forum

କହିରଖିବା ଉଚିତ ହେବକି, ଟିଭି ସିରିଏଲ “ଅନୁପମା” କାହାଣୀ ଦିନ କୁ ଦିନ ଅଧିକ ରୋମାଞ୍ଚକର ହେବାରେ ଲାଗିଛି ।  ଅନୁଜଙ୍କୁ ବିବାହ କରିବା ପରେ ଅନୁପମାଙ୍କ ଜୀବନରେ ଏକ ବଡ ଖୁସି ଖବର ଆସିବାକୁ ଯାଉଛି ।  ଖୁବ ଶୀଘ୍ର ଅନୁପମା ଜେଜେ ମା’ ବା ଦାଦି ହେବାକୁ ଯାଉଛନ୍ତି ।  ଶାହ ପରିବାରକୁ ଏକ କୁନି ଅତିଥି ଆସିବାକୁ ଯାଉଛି ।  ଟିଭି ସିରିଏଲରେ ବନରାଜଙ୍କ ବୋହୁ କିଂଜଲ ପାଇଁ ଏକ ବେବି ସାୱାରର ଆୟୋଜନ ହୋଇଛି ।  ଜଣାଯାଇଛିକି ରାଖୀ ଦବେ ନିଜ ଝିଅ କିଂଜଳର “ଗୋଦ ଭରାଈ” ବିଧି ଖୁବ ଧୁମଧାମର ସହ ଆୟୋଜନ କରିବେ ।  ଆଉ ଏହି ଉତ୍ସବରେ ଅନୁପମା ନିଜ ଦ୍ଵିତୀୟ ସ୍ୱାମୀ ଅନୁଜଙ୍କ ସହ ସାମିଲ ହେବେ ।  ଜେଜେ ମା ହେବା ଖୁସିରେ ଅନୁପମା ମନେ ମନେ ଖୁବ ଖୁସି ଅଛନ୍ତି ।  ଯେବେକି ନିଜେ ବନରାଜବି ନିଜ ଭାବି ନାତି କିମ୍ୱା ନାତୁଣୀଙ୍କୁ ନେଇ ଉତ୍ସାହିତ ଅଛନ୍ତି ।  ଖାଲି ଏଦୁହେଁ କାହିଁକି ପୁରା ଶାହ ପରିବାର ଏହି ଖବରକୁ ନେଇ ଖୁସିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.