ଭାଙ୍ଗିଗଲା ଟିମ୍‌ ଇଣ୍ଡିଆର ସ୍ୱପ୍ନ, ୭ ଓ୍ଵିକେଟରେ ଏଜବାଷ୍ଟନ ଟେଷ୍ଟ ଜିତିଲା ଇଂଲଣ୍ଡ

ଇଂଲଣ୍ଡ ମାଟିରେ ଟିମ୍‌ ଇଣ୍ଡିଆର ସ୍ୱପ୍ନ ଭାଙ୍ଗିଗଲା। ପଞ୍ଚମ ଟେଷ୍ଟରେ ଘରୋଇ ଇଂଲଣ୍ଡଠୁ ୭ ଓ୍ଵିକେଟରେ ହାରିଲା ଭାରତ। ପ୍ରଥମ ଇନିଂସରେ ୧୩୨ ରନ ଆଗୁଆ ଥାଇ ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଇଥିବା ଟେଷ୍ଟରେ ଭାରତ ପରାଜୟର ସାମ୍ନା କରିଛି। ଏଥିସହ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ୨-୨ରେ ଡ୍ର ଭାବେ ଶେଷ ହୋଇଛି।

ଟିମ୍‌ ଇଣ୍ଡିଆ ଦେଇଥିବା ୩୭୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଜୋ ରୁଟ୍ ଏବଂ ଜୋନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ବଳରେ ୩ ଓ୍ଵିକେଟ୍ ହରାଇ ବିଜୟୀ ହୋଇଛି। ଦୁଇ ବ୍ୟାଟସମ୍ୟାନ ଚତୁର୍ଥ ଓ୍ଵିକେଟରେ ୨୬୯ ରନ ଯୋଡି ଇଂଲଣ୍ଡକୁ ସିରିଜ ପରାଜୟରୁ ବଞ୍ଚାଇବା ସହ ସ୍ମରଣୀୟ ବିଜୟ ଦେଇଛନ୍ତି। ଜୋ ରୁଟ୍ ୧୪୨ ଏବଂ ବେୟାରଷ୍ଟୋ ୧୧୪ ରନରେ ଅପରାଜିତ ରହି ଦଳକୁ ସହଜ ବିଜୟ ଦେଇଛନ୍ତି।

eng
Photo credit: Cricbuzz

ଭାରତ ପ୍ରଥମ ଇନିଂସରେ ୪୧୬ ରନ କରିଥିଲା। ଜବାବରେ ଇଂଲଣ୍ଡ ୨୮୪ ରନରେ ଅଲଆଉଟ୍ ହୋଇଥିଲା। ଏହା ପରେ ଭାରତ ଦ୍ଵିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୨୪୫ ରନରେ ଅଲଆଉଟ୍ ହୋଇଥିଲା। ଉଲ୍ଲେଖନୀୟ ସିରିଜରେ ଭାରତ ୨-୧ରେ ଆଗୁଆ ଥିଲା। କରୋନ କାରଣରୁ ଗତ ବର୍ଷ ଖେଳା ଯାଇଥିବା ଟେଷ୍ଟ ସିରିଜର ଶେଷ ମ୍ୟାଚ୍ ଖେଳା ଯାଇ ପାରିନଥିଲା।

eng 2
Photo credit: Cricbuzz

ଚତୁର୍ଥ ଦିନର ଅସମାପ୍ତ ଖେଳ ୨୫୯/୩ରୁ ଇଂଲଣ୍ଡ ବ୍ୟାଟିଂ ଆରମ୍ଭ କରିଥିଲା। ଜୋ ରୁଟ୍ ୭୬ ଏବଂ ଜୋନି ବେୟାରଷ୍ଟୋ ୭୨ ରନ କରି ଅପରାଜିତ ଥିଲେ। ରୁଟ୍ ଏବଂ ବେୟାରଷ୍ଟୋ ଅବିଭାଜିତ ଚତୁର୍ଥ ଓ୍ଵିକେଟରେ ୨୬୯ ରନ ଯୋଡି ଇଂଲଣ୍ଡକୁ ୭ ଓ୍ଵିକେଟରେ ଜିତାଇଛନ୍ତି। ରୁଟ ୧୪୨ ଏବଂ ବେୟାରଷ୍ଟୋ ୧୧୪ ରନ କରି ଅପରାଜିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.