‘ହମ୍‌ ରହେ ୟା ନା ରହେ କଲ୍‌…’ ଗାଇବା ବେଳେ ଷ୍ଟେଜ୍‌ରେ ଟଳିପଡ଼ିଥିଲେ କେକେ, ସାମ୍ନାକୁ ଆସିଲା ଶେଷ ପରଫରମାନ୍ସର ଭିଡିଓ; ନଜର ପକାନ୍ତୁ

ବଲିଉଡ୍‌ର ଜଣାଶୁଣା କଣ୍ଠଶିଳ୍ପୀ କେକେ ଓରଫ୍‌ କ୍ରିଷ୍ଣାକୁମାର କୁନ୍ନଥଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ପଶ୍ଚିମବଙ୍ଗରେ ଏକ ଲାଇଭ୍‌ କନସର୍ଟରେ ଗୀତ ଗାଉଥିବା ବେଳେ ସେ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ କେକେଙ୍କୁ ୫୩ ବର୍ଷ ହୋଇଥିଲା।

ତାଙ୍କ ମୃତ୍ୟୁ ସମ୍ପର୍କରେ ଅଧିକାରୀମାନେ କହିଛନ୍ତି ଯେ ସମାରୋହରେ ପାଖାପାଖି ଏକ ଘଣ୍ଟା ଧରି ଗୀତ ଗାଇବା ପରେ କେକେ ହୋଟେଲରେ ପହଞ୍ଚିବା ବେଳକୁ ଅସୁସ୍ଥ ଅନୁଭବ କରୁଥିଲେ। ଏଣୁ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ବର୍ତ୍ତମାନ କେକେଙ୍କ ଶେଷ ଷ୍ଟେଜ୍‌ ପରଫରମାନ୍ସର କିଛି ଭିଡିଓ ସାମ୍ନାକୁ ଆସିଛି, ଯାହା ଖୁବ୍‌ ଭାଇରାଲ ହେଉଛି।

 

View this post on Instagram

 

A post shared by Viral Bhayani (@viralbhayani)

କେକେ ଦୁଇ ଦିନ କନସର୍ଟ ପାଇଁ କୋଲକାତା ଆସିଥିଲେ। ସୋମବାର ଦିନ ମଧ୍ୟ ତାଙ୍କର ଏକ କନସର୍ଟ ଥିଲା। ତେବେ ଗତ କାଲି ବିବେକାନନ୍ଦ କଲେଜରେ ସେ ପ୍ରୋଗ୍ରାମ କରିଥିଲେ। ସେଠାରେ ପାଖାପାଖି ଏକ ଘଣ୍ଟା ଧରି ଗୀତ ଗାଇବା ପରେ କେକେ ହୋଟେଲରେ ପହଞ୍ଚିବା ବେଳକୁ ଅସୁସ୍ଥ ହୋଇ ପଡ଼ିଥିଲେ।

ତେବେ ବର୍ତ୍ତମାନ ସାମ୍ନାକୁ ଆସିଥିବା ଭିଡିଓରେ କେକେ ‘ହମ୍‌ ରହେ ୟା ନା ରହେ କଲ’ ଓ ‘ହମ୍‌ ଦୋନୋ କେ ଦରମିଆଁ’ ଗୀତ ଗାଉଛନ୍ତି। ସେ ଷ୍ଟେଜ୍‌ରେ ଏହି ଗୀତ ଗାଉଥିବା ବେଳେ ସମସ୍ତ ଦର୍ଶକ ମଧ୍ୟ ତାଙ୍କ ସହ ସୁରରେ ସୁର ମିଶାଇ ଗୀତ ଗାଉଥିବା ଦେଖାଯାଇଛି। କେକେଙ୍କ ଗୀତ ଶୁଣିବାକୁ ଶହ ଶହ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।

କ୍ରିଷ୍ଣାକୁମାର କୁନ୍ନଥଙ୍କ ଅଚାନକ ନିଧନ ପରେ ପୂରା ଦେଶର ଲୋକେ ସ୍ତବ୍ଧ ହୋଇଯାଇଛନ୍ତି। କେହି ବିଶ୍ୱାସ ବି କରିପାରୁନାହାନ୍ତି ଯେ ଏମିତି ଅଚାନକ କେକେ ଚାଲିଯାଇଛନ୍ତି। ସୋସିଆଲ ମିଡିଆରେ ରାଜନୀତି, ଖେଳ ଓ ବଲିଉଡ୍‌ ଜଗତ ସହ ଜଡ଼ିତ ଲୋକ କେକେଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରୁଛନ୍ତି।

ପ୍ରକାଶ ଯେ କେକେ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼, ମାଲାୟାଲମ୍‌, ମରାଠୀ ଓ ବଙ୍ଗାଳୀ ସମେତ ଅନେକ ଭାଷାରେ ଗୀତ ଗାଇଛନ୍ତି।

Also Read: ଆଉ ନାହାନ୍ତି ଲୋକପ୍ରିୟ ଗାୟକ କେକେ, ଲାଇଭ କନସର୍ଟ ବେଳେ ଅଚାନକ ଚାଲିଗଲା ଜୀବନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.