Below header

ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ପହଞ୍ଚିଲା ପ୍ରଶାସନ: ବିଧାୟକ ଏବଂ ବିଡ଼ିଓ ୧୦କିମି ପର୍ଯ୍ୟନ୍ତ କଲେ ପରିଦର୍ଶନ

ଦାରିଙ୍ଗବାଡି(କେନ୍ୟୁଜ୍‌): ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ ବିଧାୟକ ଏବଂ ବିଡ଼ିଓ । ଦୀର୍ଘ ୧୦ ବର୍ଷ ପରେ ବଣ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳକୁ ଚାଲି ଚାଲି ପରିଦର୍ଶନ କଲେ ଘୁଉଦୟଗିରି ବିଧାୟକ ଓ ଦାରିଙ୍ଗବାଡ଼ି ବିଡିଓ । ପ୍ଲିହେରି ପଞ୍ଚାୟତ ଅନ୍ତର୍ଗତ ଲାମ୍ବା ବାନ୍ଦା, ସୁଲୁମାହା ଏବଂ ଦାସିଂବାଡ଼ି ପଞ୍ଚାୟତ ଅନ୍ତର୍ଗତ ଗଡ଼ାପାକାଲି ଗ୍ରାମ ଆଦିି ୧୦ କିମି ପର୍ଯ୍ୟନ୍ତ ଚାଲି ଚାଲି ଯାଇ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ଯଥାଶୀଘ୍ର ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଖୁସୀ ବ୍ୟକ୍ତ କରିଛନ୍ତି । ୨୦୧୨ରେ ଦୁଇ ବିଦେଶୀ ପର୍ଯ୍ୟଟକ ଗଡ଼ାପାକାଲି ଅଞ୍ଚଳ ବୁଲିବାକୁ ଯିବା ସମୟରେ ମାଓବାଦୀମାନେ ଅପହରଣ କରିନେଇଥିଲେ । ସେବେଠୁ ଏହି ଅଞ୍ଚଳରେ ପ୍ରଶାସନର ପାଦ ପଡ଼ିନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.