Below header

କେକେଙ୍କ ନିଧନରେ ଶୋକ ବ୍ୟକ୍ତ କଲେ ବିରାଟ କୋହଲି ଓ ଶିଖର ଧଓ୍ଵନ, ଟ୍ଵିଟ୍‌ କରି ଲେଖିଲେ ଏମିତି କଥା

ଲଭ ଅଫ ଭଏସ କେକେ ଅର୍ଥାତ୍‌ କ୍ରିଷ୍ଣାକୁମାର କୁନ୍ନଥଙ୍କର ପରଲୋକ ହୋଇଛି। କୋଲକତାରେ ଏକ କନସର୍ଟରେ ଗୀତ ଗାଉଥିବା ବେଳେ ହଠାତ୍‌ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ଯାହା ପରେ ତାଙ୍କ ହସପିଟାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। କେକେଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଫିଲ୍ମ ଇଣ୍ଡଷ୍ଟ୍ରୀ ଠାରୁ ଆରମ୍ଭ କରି ଖେଳ ଜଗତ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି। କେକେଙ୍କ ମୃତ୍ୟୁକୁ ନେଇ ପୂର୍ବ ଭାରତୀୟ ଟିମ୍‌ ଅଧିନାୟକ ବିରାଟ କୋହଲି ଏବଂ ଶିଖର ଧଓ୍ଵନ ଟ୍ଵିଟ୍‌ କରି ଶୋକ ବ୍ୟକ୍ତ କରିଛନ୍ତି।

କୋଲକତାରେ ଆୟୋଜିତ କନସର୍ଟର କେତେକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏହି ଭିଡିଓରେ କେକେ ‘ହାଏ ମେଁ ମର ଜାଉଁ ୟହିଁ ପର’ ଭିଡିଓ ଭାଇରଲ ହେବାରେ ଲାଗିଛି। କେକେଙ୍କ ନିଧନରେ କୋହଲି ଟ୍ଵିଟ୍‌ କରି ଦୁଃଖ ବ୍ୟକ୍ତ କରିଛନ୍ତି। କୋହଲି ଲେଖିଛନ୍ତି, ‘ ଆମ ବେଳର ଜଣେ ଭଲ ଗାୟକକୁ ହରାଇବା ବହୁତ ଦୁଃଖଦାୟକ’। ତାଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ପ୍ରତି ସହାନୁଭୂତି।

ଶିଖର ଧଓ୍ଵନ ମଧ୍ୟ ଟ୍ଵିଟ୍‌ କରି କହିଛନ୍ତି, ବହୁତ ସୁନ୍ଦର କଣ୍ଠ ଏବଂ ମ୍ୟୁଜିକରେ ଆମକୁ ଭାବବିହ୍ଵଳ କରିଛନ୍ତି। ମୋ ତରଫରୁ ତାଙ୍କ ପ୍ରିୟଜନଙ୍କ ପ୍ରତି ସହାନୁଭୂତି।

ସୂଚନାଯୋଗ୍ୟ, ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଗାୟକ କେକେ ଅନେକ ଭାଷାରେ ଗୀତ ଗାଇଛନ୍ତି। କନସର୍ଟ ପାଇଁ ବିଭିନ୍ନ ସ୍ଥାନକୁ ଯାଆନ୍ତି। କେକେ ଦୁଇ ଦିନ କନସର୍ଟ ପାଇଁ କୋଲକାତା ଆସିଥିଲେ। ସୋମବାର ଦିନ ମଧ୍ୟ ତାଙ୍କର ଏକ କନସର୍ଟ ଥିଲା। ତେବେ ଗତ କାଲି ବିବେକାନନ୍ଦ କଲେଜରେ ସେ ପ୍ରୋଗ୍ରାମ କରିଥିଲେ। ସେଠାରେ ପାଖାପାଖି ଏକ ଘଣ୍ଟା ଧରି ଗୀତ ଗାଇବା ପରେ କେକେ ହୋଟେଲରେ ପହଞ୍ଚିବା ବେଳକୁ ଅସୁସ୍ଥ ହୋଇ ପଡ଼ିଥିଲେ।

କେକେ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼, ମାଲାୟାଲମ୍, ମରାଠୀ ଓ ବଙ୍ଗାଳୀ ସମେତ ଅନେକ ଭାଷାରେ ଗୀତ ଗାଇଛନ୍ତି। ୯୦ ଦଶକରେ ଅନେକ ରୋମାଣ୍ଟିକ ଗୀତ ଗାଇଥିଲେ କେକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.