ଜାଣନ୍ତୁ କେମିତି ଅହମ୍ମଦ ଜାଫରିରୁ ହିନ୍ଦୀ ସିନେ ଜଗତର “ସୁରମା ଭୋପାଲି” ପାଲଟିଥିଲେ ଜଗଦୀପ

ଫ୍ୟାନ୍ସ ମାନଙ୍କ ମଧ୍ୟରେ ସୁରମା ଭୋପାଲୀ ନାଁରେ ପ୍ରସିଦ୍ଧି ଲାଭ କରିଥିବାଙ୍କ ପ୍ରକୃତ ନାଁ ହେଉଛି ସେୟାଦ ଇସତିୟାକ ଜାଫରି । କିନ୍ତୁ ପ୍ରଶଂସକ ମାନେ ତାଙ୍କୁ ତାଙ୍କ ଷ୍ଟେଜ ନାଁରେ ହିଁ ଜାଣନ୍ତି । ହିନ୍ଦୀ ସିନେ ଜଗତରେ ଜଗଦ୍ୱୀପଙ୍କର ଏକ ଲମ୍ବା ଯାତ୍ରା ରହିଛି । ନିଜ ଜୀବନ କାଳ ଭିତରେ ୪୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି ସେ । ହିନ୍ଦୀ ସିନେ ଜଗତର ମାଇଲ ଖୁଣ୍ଟ ଭାବେ ଜଣା “ଶୋଲେ”ରେ ସୁରମା ଭୋପାଲି ବ୍ୟତୀତ, ପୁରାନା ମନ୍ଦିରରେ ମଛର, ଅନ୍ଦାଜ ଅପନା ଅପନାରେ ସଲମାନ ଖାନଙ୍କ ପିତା ଭୂମିକାରେ ବି ନଜର ଆସିଛନ୍ତି ଏହି ବର୍ଷିୟାନ କମେଡିଆନ । ଏହି ସବୁ ଚରିତ୍ରକୁ ସେସମୟରେ ଖାଲି ଯେ ପସନ୍ଦ କରାଯାଇଥିଲା ତାହା ନୁହେଁ ଆଜି ପର‌୍ୟ୍ୟନ୍ତ ବି ସିନେପ୍ରେମୀଙ୍କ ମନରେ ଏକ ଛାପ ଛାଡି ଯାଇଛି । ନିଜ କ୍ୟାରିୟରର ଆରମ୍ଭ ଜଗଦ୍ୱୀପ, ବିଆର ଚୋପ୍ରାଙ୍କ ସିନେମା “ଅଫଶାନା”ରେ ଏକ ଶିଶୁ କଳାକାର ଭାବେ ଆରମ୍ଭ କରିଥିଲେ ।

surama

“ଶୋଲେ” ପୂର୍ବରୁ ପାଖାପାଖି ୨୫ ଟି ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖେଇ ସାରିଥିଲେ ଜଗଦ୍ୱୀପ । ନିଜ ନିଖୁଣ ଅଭିନୟ ପାଇଁ ଅନେକ ଥର ମଧ୍ୟ ସମ୍ମାନିତ ହୋଇଥିଲେ । କିନ୍ତୁ ଆପଣଙ୍କ ମନରେ ନିଶ୍ଚିତ ରୂପେ ପ୍ରଶ୍ନ ଉଠୁଥିବ ଜଗଦ୍ୱୀପଙ୍କୁ ସୁରମା ଭୋପାଲି ଚରିତ୍ର କେମିତି ମିଳିଥିଲା । ଥରେ ନିଜର ଏହି ଶୋଲେ ସହିତ ଜଡିତ ଏହି ଅନୁଭୂତିକୁ ସେୟାର କରିବାକୁ ଯାଇ ସେ କହିଥିଲେକି, ସଲିମ- ଜାଭେଦଙ୍କ ଏକ ଫିଲ୍ମ “ସରହଦି ଲୁଟେରା”ରେ ସେ ଏକ କମେଡିଆନର ଭୂମିକା ନିଭେଇଥିଲେ । ଯେଉଁଥିରେକି ତାଙ୍କର ଏକ ଲମ୍ବା ଡାଇଲଗ ଥିଲା । ସେ ଏହି କଥା ନେଇ ଫିଲ୍ମ ଡ଼ାଇରେକ୍ଟରଙ୍କ ପାଖକୁ ଯାନ୍ତେ ସେ ତାଙ୍କୁ ଜାଭେଦଙ୍କୁ ଦେଖାକରିବା ପାଇଁ ପରାମର୍ଶ ଦେଇଥିଲେ । ରାଇଟର ଜାଭେଦ ତତକ୍ଷଣାତ ହିଁ ଏତେ ବଡ଼ ଡାଇଲଗକୁ ସଂକ୍ଷିପ୍ତ କରି ମାତ୍ର ୫ ଲାଇନର କରିଦେଇଥିଲେ । ଏହା ପରେ ସନ୍ଧ୍ୟା ସମୟ ଯାଏଁ ଆମ ଟିମ ମେମ୍ବରଙ୍କ ମଧ୍ୟରେ ବାର୍ତ୍ତାଳାପ ଚାଲିଥିଲା ।

ସେ ଏହା ମଧ୍ୟ କହିଛନ୍ତିକି, ଏହି ଘଟଣାର ପ୍ରାୟ ୨୦ ବର୍ଷ ପରେ “ଶୋଲେ”ର ସୁଟିଙ୍ଗ ଆରମ୍ଭ ହୋଇଥିଲା । ଏହି ସମୟରେ ରମେଶ ସୀପପି ତାଙ୍କୁ ସୁରମା ଭୋପାଲି ଚରିତ୍ର ନିଭେଇବା ପାଇଁ ଅଫର ଦେଇଥିଲେ । ଏହିଠାରୁ ହିଁ ତାଙ୍କର ସୁରମା ଭୋପାଲି ଭାବେ ପରିଚୟ ପାଇବାର ଯାତ୍ରା ଆରମ୍ଭ ହୋଇଥିଲା । ଖୁବ କମ ଜଣ ହୁଏତ ଜାଣିଥିବେ ଜଗଦ୍ଵଇପ ହେଉଛନ୍ତି ହାସ୍ୟ କଳାକାର ଜାଭେଦ ଜାଫ୍ରି ଓ ନାଭେଦ ଜାଫ୍ରିଙ୍କ ପିତା । ତାଙ୍କ ଅକାଳ ବିୟୋଗରେ ତାଙ୍କ ଆତ୍ମା ଶାନ୍ତି ପାଉ ଏହା ହେଉଛି ଆମର ଏକାନ୍ତ କାମ୍ୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.