ଅଜୟ ଦେବଗନଙ୍କ ଫିଲ୍ମ ‘ସୈତାନ୍‌’ ରିଲିଜ୍‌ ହେବାକୁ ଯାଉଛି OTTରେ, ଜାଣନ୍ତୁ କେବେ ଏବଂ କେଉଁ ପ୍ଲାଟଫର୍ମରେ ଦେଖିବେ ?

ଅଜୟ ଦେବଗନଙ୍କ ଫିଲ୍ମ ‘ସୈତାନ୍‌’ ମାର୍ଚ୍ଚ ୮ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିଥିଲା । କିନ୍ତୁ ଯଦି ଆପଣ ଅଜୟ ଦେବଗାନଙ୍କ ଏହି ଫିଲ୍ମ ଏପର୍ଯ୍ୟନ୍ତ ଦେଖି ନାହାଁନ୍ତି, ତେବେ ଆପଣମାନଙ୍କ ପାଇଁ ଏକ ଖୁସି ଖବର ରହିଛି । ତେବେ ବର୍ତ୍ତମାନ ଏହି ଫିଲ୍ମ ଦେଖିବା ପାଇଁ ଥିଏଟରକୁ ଯିବାକୁ ପଡିବ ନାହିଁ । ଆପଣ ଘରେ ବସି ଏହି ଫିଲ୍ମକୁ ଉପଭୋଗ କରିପାରିବେ କାରଣ ଏହି ଚଳଚ୍ଚିତ୍ର ଖୁବ୍‌ ଶୀଘ୍ର OTT ରେ ରିଲିଜ୍‌ ହେବାକୁ ଯାଉଛି ।

ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଆର ମାଧବନଙ୍କ ଅଭିନୀତ ଫିଲ୍ମ ‘ସୈତାନ୍‌’ ଆଜିକାଲି ସିନେମା ହଲ୍‌ରେ ଖୁବ୍‌ ଚର୍ଚ୍ଚାରେ ରହିଛି । ଏହି ଫିଲ୍ମ ମାର୍ଚ୍ଚ ୮ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିଥିଲା, ଯାହା ଚଳିତ ବର୍ଷର ସବୁଠାରୁ ବଡ ହିଟ୍ ମଧ୍ୟ ରହିଛି । ଦର୍ଶକମାନେ ଏହି ଥ୍ରୀଲର ଫିଲ୍ମକୁ ଏତେ ପସନ୍ଦ କରୁଛନ୍ତି ଯେ ଏହାର କ୍ରେଜ୍ ଲୋକମାନଙ୍କ ମଧ୍ୟରେ ଏବେ ମଧ୍ୟ ଦେଖିବାକୁ ମିଳୁଛି । କିନ୍ତୁ ଯଦି ଆପଣ ଅଜୟ ଦେବଗାନଙ୍କ ଏହି ଫିଲ୍ମ ଏପର୍ଯ୍ୟନ୍ତ ଦେଖି ନାହାଁନ୍ତି, ତେବେ ଆପଣମାନଙ୍କ ପାଇଁ ଏକ ଖୁସି ଖବର ରହିଛି । ତେବେ ବର୍ତ୍ତମାନ ଏହି ଫିଲ୍ମ ଦେଖିବା ପାଇଁ ଥିଏଟରକୁ ଯିବାକୁ ପଡିବ ନାହିଁ । ଆପଣ ଘରେ ବସି ଏହି ଫିଲ୍ମକୁ ଉପଭୋଗ କରିପାରିବେ କାରଣ ଏହି ଚଳଚ୍ଚିତ୍ର ଖୁବ୍‌ ଶୀଘ୍ର OTT ରେ ରିଲିଜ୍‌ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ଯେ ଫିଲ୍ମ ‘ସୈତାନ୍‌’ କେତେବେଳେ ଏବଂ କେଉଁ OTT ପ୍ଲାଟଫର୍ମ ଦେଖିବାକୁ ମିଳିବ ।

ସୂଚନା ମୁତାବକ, ଥିଏଟର ରିଲିଜ୍ ହେବାର ପ୍ରାୟ ଦୁଇ ମାସ ପରେ ନିର୍ମାତାମାନେ ଫିଲ୍ମକୁ OTT ପ୍ଲାଟଫର୍ମରେ ମଧ୍ୟ ରିଲିଜ୍ କରି ଦେଇଥାନ୍ତି । ଏଭଳି ପରିସ୍ଥିତିରେ ଅଜୟ ଦେବଗନ୍ ଏବଂ ଆର ମାଧବନଙ୍କ ଫିଲ୍ମ ‘ସୈତାନ୍‌’ ମେ ମାସକୁ ଦୁଇ ମାସ ପୂରା ହେବାକୁ ଯାଉଛି । ଏହି ସମୟରେ ଖବର ରହିଛି ଯେ ଫିଲ୍ମର ଡିଜିଟାଲ୍ ରାଇଟ୍‌ର୍ସ ନେଟଫ୍ଲିକ୍ସ ପାଖରେ ରହିଛି ଏବଂ ଏହା ମେ ୩ ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ, କିନ୍ତୁ ଏପର୍ଯ୍ୟନ୍ତ ଏହାର ଅଫିସିଆଲି ଘୋଷଣା କରାଯାଇନାର୍ହି ।

ତେବେ ବିକାଶ ବାହଲଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସୈତାନ୍‌’ ମାର୍ଚ୍ଚ ୮ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମକୁ ଅଜୟ ଦେବଗନ୍, ଜ୍ୟୋତି ଦେଶପାଣ୍ଡେ, କୁମାର ମଙ୍ଗତ ପାଠକ ଏବଂ ଅଭିଷେକ ପାଠକ୍‌ ପ୍ରଡ୍ୟୁସ୍‌ କରିଛନ୍ତି । ଏହି ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ ଅଭିନେତ୍ରୀ ଜ୍ୟୋତିକା ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନଙ୍କ ସ୍ତ୍ରୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଏହା ସହ ଆର ମାଧବନ୍ ଭିଲେନ୍ ଭୂମିକାରେ ନଜର ଆସିଛନ୍ତି । ତେବେ ଫିଲ୍ମରେ କଳା ଯାଦୁର ଖେଳ ମଧ୍ୟ ଦେଖିବାକୁ ମିଳିଛି । ଏଥିରେ ଅଜୟ ଦେବଗନ୍ ଏବଂ ଜ୍ୟୋତିକା ଏହି କଳା ଯାଦୁ ଏବଂ ସୈତାନ୍‌ର ସାମ୍ନା କୁଥିବାର ନଜର ଆସିଛନ୍ତି । କଳା ଯାଦୁ କରୁଥିବା ସୈତାନ୍‌ ଆର ମାଧବନ୍‌ଙ୍କ ବ୍ୟତୀତ ଆଉ କେହି ନୁହନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମ ୧୩୮.୭୭କୋଟି ଟଙ୍କା କଲେକନ୍ସ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.