ବିଗ୍‌ବସ୍‌ରେ ସଲମାନଙ୍କ କୋ-ହୋଷ୍ଟ ଭାବେ ନଜର ଆସିବେ କ୍ରିଷ୍ଣା, ୧୭ ଜୁନରୁ ଜିଓ ସିନେମାରେ ହେବ ଷ୍ଟ୍ରିମ୍‌

ଟେଲିଭିଜନର ଏହି ଲୋକପ୍ରିୟ ସୋ'ରେ ସଲମାନଙ୍କ କୋ-ହୋଷ୍ଟ ଭାବେ ନଜର ଆସିବେ କ୍ରିଷ୍ଣା ।

କେନ୍ୟୁଜ୍‌(ବ୍ୟୁରୋ): ଟେଲିଭିଜନ ସୋ ମାନଙ୍କ ଭିତରେ ରିଆଲିଟି ସୋ ର ସ୍ୱତନ୍ତ୍ର ସ୍ଥାନ ରହିଛି । ଆଜିକା ସମୟରେ ଟେଲିଭିଜନ ଦର୍ଶକ ରିଆଲିଟି ସୋକୁ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି । ଏପରି କିଛି ଟେଲିଭିଜନ ସୋ ରହିିଛି ଯାହାର ଦର୍ଶକଙ୍କ ସଂଖ୍ୟା ଖୁବ ଅଧିକ । ଏପରିକି ଧାରାବାହିକ ଅପେକ୍ଷା ଏହି ସୋ ଗୁଡ଼ିକ ଦର୍ଶକ ମହଲରେ ଅଧିକ ପପୁଲାର ହୋଇ ପାରିଛି । ରିଆଲିଟି ସୋ ବିଗ୍‌ବସ୍‌ ଟିଭି ଦୁନିଆର ସବୁଠାରୁ ଲୋକପ୍ରିୟ ସୋ । ଯାହାକୁ ଲୋକେ ଅଧିକ ପସନ୍ଦ କରିଛନ୍ତି । ଏହି ସୋ ଏପର୍ଯ୍ୟନ୍ତ ୧୬ ଟି ସିଜନ୍‌ ପାର୍‌ କରିସାରିଛି । ୨୦୨୧ରେ ଓଟିଟି ପ୍ଲାଟଫର୍ମରେ ବିଗ୍‌ବସ୍‌ର ପ୍ରଥମ ସିଜନ୍‌ ଆସିଥିଲା । ଏହାକୁ କରନ ଜୋହର ହୋଷ୍ଟ କରିଥିଲେ ।

ସେହପରି ଦ୍ୱିତୀୟ ସିଜନ୍‌କୁ ବଲିଉଡ ସୁପରଷ୍ଟାର ସଲମାନ ଖାନ ହୋଷ୍ଟ କରିବା ପାଇଁ ଯାଉଛନ୍ତି । ତାଙ୍କ ସହ କମେଡି ଅଭିନେତା କ୍ରିଷ୍ଣା ଅଭିଷେକ ମଧ୍ୟ କୋ-ହୋଷ୍ଟ ଭାବେ ନଜର ଆସିପାରନ୍ତି । ଯାହାକୁ ନେଇ ଟେଲି ଦୁନିଆରେ ଚର୍ଚ୍ଚା ଲାଗି ରହିଛି । ଏହା ପୂର୍ବରୁ କ୍ରିଷ୍ଣା ବିଗ୍‌ବସ୍‌ ୧୬ରେ ମଧ୍ୟ ନଜର ଆସିଥିଲେ । ବିଗ୍‌ବସ୍‌ର କେତେକ ଏପିସୋଡରେ କ୍ରିଷ୍ଣା ତାଙ୍କ କମେଡିରେ ଦର୍ଶକମାନଙ୍କୁ ବେଶ୍‌ ହସାଇଥିଲେ । ଷ୍ଟାଣ୍ଡଅଫ କମେଡି ପାଇଁ ବେଶ ପପୁଲାର କ୍ରିଷ୍ଣା । ଏହି ସିଜନ୍‌ ରେ ଫଲକ ନାଜ, ଆବେଜ ଦରବାର, ଜିୟା ଶଙ୍କର, ପଲକ ପୁରସ୍ୱାନି ଓ ଅଞ୍ଜଲି ଅରୋଡା ଏହି ସୋ ର ପ୍ରତିଯୋଗୀ ଭାବେ ଆସିବା ପାଇଁ ଯାଉଛନ୍ତି ।

salman-khan

କ୍ରିଷ୍ଣା କମେଡି ଦୁନିଆର ନାମିଦାମି କଳାକାର ଅଟନ୍ତି । ‘ଦ କପିଲ ଶର୍ମା ସୋ’ ରେ କୃଷ୍ଣ ନଜର ଆସନ୍ତି । ସେ ତାଙ୍କ କମେଡି ପାଇଁ ବହୁତ ଲୋକପ୍ରିୟତା ହାସଲ କରଛନ୍ତି । କ୍ରିଷ୍ଣା ତାଙ୍କ କମେଡି ଯୋଗୁ ଅନେକ ଲୋକଙ୍କ ମଧ୍ୟ ମନ ଜିତିଛନ୍ତି । ‘ଦ କପିଲ ଶର୍ମ ସୋ’ର ପରବର୍ତ୍ତୀ ସିଜିନ ଅକ୍ଟୋବରରେ ରିଲିଜ ହେବ । ସେହି ସୋ ରେ କ୍ରିଷ୍ଣା ମଧ୍ୟ ଆସିପାରନ୍ତି । ଏବେ ଖବର ଅନୁଯାୟୀ କ୍ରିଷ୍ଣା ବିଗ୍‌ବସ୍‌ ଓଟିଟି ୨ ରେ ନଜର ଆସିପାରନ୍ତି ।

ବିଗ୍‌ ବସ୍‌ ଓଟିଟି ୨ ଜିଓ ସିନେମାରେ ଷ୍ଟ୍ରିମ୍‌ ହେବ । ଏହି ପପୁଲାର ରିଆଲିଟି ସୋ ୧୭ ଜୁନ୍‌ରେ ଆରମ୍ଭ ହେବାକୁ ଯାଉଛି । ଏହି ସୋ ପାଇଁ ଦର୍ଶକମାନେ ବହୁତ ଉତ୍ସାହରେ ଅପେକ୍ଷ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.