Below header

‘ଏହି ହିରୋଇନ୍‌ଙ୍କ ଆଓ୍ଵାଜ୍‌ ହେବାକୁ ମୁଁ ପସନ୍ଦ କରିବି’, ଜାଣନ୍ତୁ କାହା ଉଦ୍ଦେଶ୍ୟରେ ଏପରି କହିଲେ କୁମାର ସାନୁଙ୍କ ଝିଅ ସାନନ୍‌?

ଲୋକପ୍ରିୟ ପ୍ଲେବ୍ୟାକ୍‌ ସିଙ୍ଗର୍‌ କୁମାର ସାନୁ ୯୦ ଦଶକରେ ଅନେକ ସୁପରହିଟ୍‌ ଗୀତ ଶ୍ରୋତାଙ୍କୁ ଭେଟି ଦେଇଥିଲେ। ସେ କେତେଜଣ ନାମୀ ଅଭିନେତାଙ୍କ ପାଇଁ କଣ୍ଠଦାନ କରିଛନ୍ତି, ଯେଉଁଥିରେ ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କଠାରୁ ଆରମ୍ଭ କରି ବଲିଉଡ୍‌ର ୩ ଖାନ୍‌ ଏବଂ ଅକ୍ଷୟ କୁମାର, ଅଜୟ ଦେବଗନ୍‌, ସଞ୍ଜୟ ଦତ୍ତ, ଅନିଲ କପୁର ଓ ଗୋବିନ୍ଦାଙ୍କ ଭଳି କଳାକାର ସାମିଲ ଅଛନ୍ତି। ଏବେ କୁମାର ସାନୁଙ୍କ ଝିଅ ସାନନ୍‌ କେ. ଜଣେ ଗାୟିକା ରୂପେ ନିଜର ପରିଚୟ ସୃଷ୍ଟି କରିବାକୁ ଚାହୁଁଛନ୍ତି।

ku1

ଜଣାଇଲେ ନିଜ ଇଚ୍ଛା

ନିକଟରେ ସାନନ୍‌ କହିଥିଲେ ଯେ ‘ମୁଁ ଜଣେ ଅଭିନେତ୍ରୀଙ୍କ ଆଓ୍ଵାଜ୍‌ ହେବାକୁ ପସନ୍ଦ କରିବି। ଖାସ୍‌କରି ଦୀପିକା ପାଦୁକୋନ୍‌, ଯେ କି ମୋ ପସନ୍ଦର ହିରୋଇନ୍‌’। ଲସ୍‌ ଏଞ୍ଜେଲିସ୍‌ରେ ରହୁଥିବା ସାନନ୍‌ ନିଜ ସଙ୍ଗୀତ ଯାତ୍ରାର ଶୁଭାରମ୍ଭ ଇଂଲିଶ ଗୀତରୁ କରିଥିଲେ। ସେ କହିଛନ୍ତି, ‘ମୁଁ ଭାରତରେ ବଢ଼ିନାହିଁ, ତେଣୁ ଟେକ୍ନିକାଲି ରୂପରେ ଇଂଲିଶ ମୋର ପ୍ରଥମ ଭାଷା। ଏଥିପାଇଁ ମୁଁ ଇଂଲିଶରେ ଗୀତ ଗାଇବା ଆରମ୍ଭ କରିଥିଲି। ହିନ୍ଦୀରେ ଗୀତ ଗାଇବାରେ ସକ୍ଷମ ହେବା ପାଇଁ ମୋ ବାପା ମୋତେ ଅଳ୍ପ ବହୁତ ଊର୍ଦ୍ଦୁ ଶିଖିବା ଲାଗି ପରାମର୍ଶ ଦେଉଛନ୍ତି। ଯେପରି ଶବ୍ଦର ଉଚ୍ଚାରଣ ମୁଁ ସ୍ପଷ୍ଟ ଭାବେ କରିପାରେ। ନହେଲେ ଭାରତୀୟ ଶ୍ରୋତାଙ୍କୁ ମୋ ହିନ୍ଦୀ ଉଚ୍ଚାରଣ ବୁଝିବାରେ ସମସ୍ୟା ହେବ’।

ସୋନୁ ନିଗମଙ୍କ ସହ ଗାଇ ସାରିଛନ୍ତି ସାନନ୍‌

ସାନନ୍‌ ସୋନୁ ନିଗମଙ୍କ ଭଳି କଣ୍ଠଶିଳ୍ପୀଙ୍କ ସହ ମିଶି ଗୀତ ରେକର୍ଡ କରିଛନ୍ତି। ସେହିପରି ହିମେଶ ରେଶମିୟାଙ୍କ ଆଗାମୀ ଫିଲ୍ମ ‘ହାପି ହାର୍ଡି ଆଣ୍ଡ ହିର୍‌’ ପାଇଁ ମଧ୍ୟ ସେ ଗୀତ ରେକର୍ଡ କରିଛନ୍ତି। ସାନନ୍‌ କୁହନ୍ତି, ‘ମୋତେ ଯେତେବେଳେ ମଉକା ମିଳିବ, ମୁଁ ହିନ୍ଦୀ ଗୀତ ଗାଇବାକୁ ପସନ୍ଦ କରିବି। ମୋତେ ବଲିଉଡ୍‌ ବହୁତ ପସନ୍ଦ, ଏଠାକାର ଫିଲ୍ମଗୁଡ଼ିକ ଆକର୍ଷିତ କରୁଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.