ଦଶପଲ୍ଲା ସ୍ପୋଟ୍‌ର୍ସ କ୍ଲବ ପକ୍ଷରୁ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଭଦ୍ରକ କ୍ଲବ ଚାମ୍ପିଅନ

କେନ୍ୟୁଜ୍ : ଦଶପଲ୍ଲା ସ୍ପୋଟ୍‌ର୍ସ କ୍ଲବ ପକ୍ଷରୁ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ। ଫାଇନାଲ ମ୍ୟାଚରେ ଭଦ୍ରକ ଫୁଟବଲ କ୍ଲବ ଚାମ୍ପିଅନ ହୋଇଥିଲା। ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଓ ବିଧାୟକ ରମେଶ ବେହେରା ଅତିଥି ଭାବେ ଯୋଗ ଦେଇ ଚାମ୍ପିଅନ ଓ ରନର୍ସ ଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏହି ପଡ଼ିଆର ଉନ୍ନତି ସହ ସୌନ୍ଦର୍ଯ୍ୟକରଣ ପାଇଁ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଓ ସ୍ଥାନୀୟ ବିଧାୟକଙ୍କ ପାଣ୍ଠିରୁ ୧୦ଲକ୍ଷ ପ୍ରଦାନ କରାଯିବାତକୁ ଘୋଷଣା କରାଯାଇଛି। ସେହିପରି ଏନଏସି ପକ୍ଷରୁ ଏହାକୁ ମିିନି ଷ୍ଟାଡିୟମରେ ପରିଣତ କରାଯିବ ବୋଲି ଘୋଷଣା କରାଯାଇଛି। ଗତ ୮ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ୧୨ଦିନ ଧରି ଚାଲିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.