Below header

ସଙ୍ଗୀତ ଦୁନିଆରେ ପ୍ରବେଶ କଲେ କୁମାର ସାନୁଙ୍କ ଝିଅ ଶୈନନ, ରିଲିଜ୍‌ କଲେ ନୂଆ ରୋମାଣ୍ଟିକ୍‌ ଗୀତ ‘ଆଇ ଡୁ’

ବଲିଉଡ୍‌ର ଆଗଧାଡ଼ିର ସିଙ୍ଗର କୁମାର ସାନୁଙ୍କ ଝିଅ ଶୈନନ କେ ନିଜ ନୂଆ ଲଭ ସଙ୍ଗ ‘ଆଇ ଡୁ’ ମାତ୍ର କିଛି ସମୟ ପୂର୍ବରୁ ରିଲିଜ୍‌ ହୋଇଛି। କିଛି ଦିନ ତଳେ ସେ ଗୀତର ଟିଜର ରିଲିଜ୍‌ କରିଥିଲେ, ଯାହାକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ। ରାତି ୧୨ଟାରେ ରେ ସେ ଗୀତ ରିଲିଜ୍‌ କରିଛନ୍ତି। ରିଲିଜ୍‌ ହେଉ ହେଉ ଗୀତଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Shannon K

ଗୀତଟି ଶୁଣିବାକୁ ଯେମିତି ଶ୍ରୁତିମଧୁର ଏହାର ଭିଜୁଆଲ ମଧ୍ୟ ସେତିକି ଉଚ୍ଚକୋଟୀର। ଗୀତ ପୂର୍ବରୁ ଶୈନନ ଏକ ଫୁଲର ଦୋଳିରେ ବସିଥିବା ଦେଖିବାକୁ ମିଳିଛି। ପରେ ତାଙ୍କ ଡ୍ୟାନ୍ସ ସାମ୍ନାକୁ ଆସିଛି। ଏହି ଗୀତ ଦେଖିବା ପରେ ଲୋକେ କହୁଛନ୍ତି ଯେ ଝିଅ ବାପାଙ୍କୁ ଅନୁସରଣ କରୁଛନ୍ତି।

ଦେଖନ୍ତୁ ଭିଡିଓ:

ଗୀତକୁ ଶୈନନ ନିଜ ଇନ୍‌ଷ୍ଟ୍ରାଗ୍ରାମ୍‌ରେ ସେୟାର କରିଛନ୍ତି। ଗୀତର ପ୍ରମୋଶନ ସେ ବିଟରସ୍ୱିଟ ଲଭ ସଙ୍ଗ୍‌ ଭାବେ କରିଥିଲେ। ଶୈନନ କହିଛନ୍ତି ଯେ ଆଇ ଡୁ ଅର୍ଥାତ୍‌ ଆପଣ ଜଣଙ୍କ ଠାରୁ ଅଲଗା ହେବା ପରେ ମଧ୍ୟ ତାଙ୍କ ପାଇଁ କେମିତି ଚିନ୍ତା କରୁଛନ୍ତି ଓ ନିଜ ଭାବନାକୁ ଦର୍ଶାଉଛନ୍ତି ତଥା ତାଙ୍କ ଖୁସି କାମନା କରୁଛନ୍ତି ତାହା ଗୀତରେ ଦର୍ଶାଯାଇଛି। ସୂଚନାଯୋଗ୍ୟ ଯେ ଶୈନନ ପୂର୍ବରୁ ସୋନୁ ନିଗମ, ଶାନ, ହିମେଶ ରେଶମିୟାଙ୍କ ସହ କାମ କରି ସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.