ରାକ୍ଷୀ ସାଓ୍ଵନ୍ତଙ୍କୁ କୁନି ଫ୍ୟାନ୍‌ ଦେଲେ ଦେଢ଼ ଲକ୍ଷ ଟଙ୍କାର ମୋବାଇଲ ଫୋନ୍‌, ଗିଫ୍ଟ ଦେଖି ନାଚି ଉଠିଲେ ଡ୍ରାମା କୁଇନ୍‌; ଦେଖନ୍ତୁ ଭିଡିଓ

ବିଗ୍‌ବସ୍‌ ୧୪ର ପ୍ରତିଯୋଗୀ ରାକ୍ଷୀ ସାଓ୍ଵନ୍ତ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି। ମଜାଳିଆ ଅନ୍ଦାଜ ଯୋଗୁ ଶୋ’ରେ ସେ ସମସ୍ତଙ୍କ ମନ ଜିତି ଯାଇଥିଲେ। ବିଗ୍‌ବସ୍‌ରେ ଆସିବା ପରେ ରାକ୍ଷୀ ସାଓ୍ଵନ୍ତଙ୍କ ଫ୍ୟାନ୍‌ ଫଲୋୟର୍ସ ଆହୁରି ବଢ଼ିଯାଇଛନ୍ତି। ଇତି ମଧ୍ୟରେ ରାକ୍ଷୀଙ୍କର ଜଣେ କୁନି ଫ୍ୟାନ୍‌ ତାଙ୍କୁ ଏକ ଦାମୀ ଗିଫ୍ଟ ଦେଇଛନ୍ତି, ଯାହାକୁ ପାଇ ରାକ୍ଷୀଙ୍କ ଖୁସି କହିଲେ ନ ସରେ। ଏହାର ଭିଡିଓକୁ ରାକ୍ଷୀ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି, ଯାହା ଖୁବ୍‌ ଭାଇରାଲ ହେଉଛି।

 

View this post on Instagram

 

A post shared by Rakhi Sawant (@rakhisawant2511)

ରାକ୍ଷୀଙ୍କର ଏହି କୁନି ଫ୍ୟାନ୍‌ ତାଙ୍କୁ ଏକ ସରପ୍ରାଇଜ୍‌ ଗିଫ୍ଟ ଦେଇଛନ୍ତି। ଗିଫ୍ଟ ଦେଖି ରାକ୍ଷୀ ନାଚି ଉଠିଛନ୍ତି। କାରଣ କୁନି ଝିଅଟି ଗିଫ୍ଟରେ ରାକ୍ଷୀଙ୍କୁ ଏକ ବ୍ରାଣ୍ଡ ନ୍ୟୁ ମୋବାଇଲ ଫୋନ୍‌ ଗିଫ୍ଟ କରିଛନ୍ତି। ଏହି ଫୋନ୍‌ର ଦାମ୍‌ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ହେବ। ଏହି ଗିଫ୍ଟକୁ ଅନ୍‌ ବକ୍ସ କରିବା ବେଳେ ରାକ୍ଷୀ ବେଶ୍‌ ଏକ୍ସାଇଟେଡ୍‌ ଥିବା ଦେଖାଯାଇଛି।

ଗିଫ୍ଟ ପାଇବା ପରେ ରାକ୍ଷୀ କହୁଛନ୍ତି, ଏତେ ବଡ଼ ଫୋନ୍‌ କେମିତି ହୋଇପାରିବ। ତା’ପରେ ସେ କୁନି ଝିଅକୁ ଆଲିଙ୍ଗନ କରି ଗେଲ କରୁଛନ୍ତି। ରାକ୍ଷୀ ସାଓ୍ଵନ୍ତଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଫ୍ୟାନ୍‌ମାନେ ରାକ୍ଷୀଙ୍କର ଏହି ଭିଡିଓକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଫୋନ୍‌ ପାଇଁ ଫ୍ୟାନ୍‌ମାନେ ରାକ୍ଷୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.