‘ମହାଭାରତ’ ଭୀମଙ୍କ ପରଲୋକ, ମୃତ୍ୟୁ ପୂର୍ବରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ ପ୍ରବୀଣ କୁମାର

ଲୋକପ୍ରିୟ ସିରିଅଲ ମହାଭାରତରେ ଭୀମ ଭୂମିକାରେ ନଜର ଆସିଥିବା ପ୍ରବୀଣ କୁମାର ସୋବିତ ଆଉ ନାହାନ୍ତି। ବି.ଆର ଚୋପ୍ରାଙ୍କ ମହାଭାରତରେ ଭୀମ ଭୂମିକାରେ ନଜର ଆସିଥିଲେ। ଦୀର୍ଘ ଦିନ ଧରି ଅସୁସ୍ଥତା ସହ ସଂଗ୍ରାମ କରୁଥିବା ପ୍ରବୀଣ କୁମାର ସୋବଟୀ ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପ୍ରବୀଣ କୁମାର କେବଳ ଅଭିନୟରେ ନୁହେଁ କ୍ରୀଡା ଜଗତରେ ମଧ୍ୟ ଅନେକ ସୁନାମ ଅର୍ଜନ କରିଥିଲେ ।

ମହାଭାରତରେ ଭୀମ ଚରିତ୍ର ପାଇଁ ଲୋକେ ତାଙ୍କୁ ବହୁତ ପସନ୍ଦ କରୁଥିଲେ। ଏହାଛଡା ପଞ୍ଜାବର ପ୍ରବୀଣ କୁମାର ମଧ୍ୟ ଅନେକ ବଲିଉଡ ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି। କିନ୍ତୁ ସେ ବିଶେଷ କରି ଭୀମ ଭୂମିକା ପାଇଁ ବେଶ୍ ପ୍ରସିଦ୍ଧି ଲାଭ କରିଥିଲେ । କୁହାଯାଉଛି ଯେ, ପ୍ରବୀଣ କୁମାର ସୋବିତ ମୃତ୍ୟୁ ପୂର୍ବରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ । ଏମିତିକି ସୋସିଆଲ ମିଡିଆରେ ଟ୍ୱିଟ କରି ସହାୟତା ବି କାମନା କରୁଥିଲେ ।

ସୂଚନା ଯୋଗ୍ୟ, ଅଭିନୟରେ ଯୋଗଦେବା ପୂର୍ବରୁ ପ୍ରବୀଣ କୁମାର ସୋବିତ ଜଣେ ଆଥଲେଟ୍ ଥିଲେ । ସେ ଏସୀୟ ଏବଂ କମନୱେଲଥ ଗେମ୍ସରେ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ । ଏଥିପାଇଁ ତାଙ୍କୁ ଅର୍ଜୁନ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା । କ୍ରୀଡା ଜଗତରେ ନାମ ଅର୍ଜନ କରିବା ପରେ ସେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ରେ ମଧ୍ୟ ଚାକିରି ପାଇଥିଲେ। ଅଭିନୟ ଜଗତକୁ ଆସିବା ପୂର୍ବରୁ ପ୍ରବୀଣ ଡିସକସ୍‌ ଥ୍ରୋ ଆଥଲେଟ୍‌ ରହିଥିଲେ। ଏହାଛଡା ଏସିଆନ୍‌ ଗେମରେ ୨ଟି ସ୍ୱର୍ଣ୍ଣ ୧ ରୌପ୍ୟ, ୧ଟି କାସ୍ୟଂ ଜିତିଛନ୍ତି। ଗତ ଡିସେମ୍ବରରେ ପ୍ରବୀଣ କୁମାରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରେ ଲାଗିଥିଲା। ତେଣୁ ସେ ଘରେ ହିଁ ରହୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.