ଲଭ୍ ରିଲେସନ୍କୁ ନେଇ ମୁହଁ ଖୋଲିଲେ ମଲାଇକା ଅରୋରା

ମୁମ୍ବାଇ : ଲଭ୍ ରିଲେସନ୍ ଓ ଅର୍ଜୁନଙ୍କ ସହ ସଂପର୍କକୁ ନେଇ ମୁହଁ ଖୋଲିଲେ ମଲାଇକା ଅରୋରା ଖାନ୍ । ଏକ ସାକ୍ଷାତକାରରେ ସେ କହିଛନ୍ତି ମୋ ଜୀବନରେ ଯାହା ବି ଚାଲିଛି ତାହା ସମସ୍ତଙ୍କୁ ଜଣା । ମୋତେ ସେ ନେଇ କଥା ହେବାର ଆବଶ୍ୟକତା ନାହିଁ । ମୁଁ ନିଜ ଲାଇଫକୁ ଏନଜୟ କରୁଛି । ଏହା କାଫି ସୁନ୍ଦର ଓ ଦାମୀ ।
ଏହା ଛଡା ବ୍ୟକ୍ତିଗତ ପ୍ରଶ୍ନର ଜବାବ ଦେବାକୁ ସେ ପସନ୍ଦ କରନ୍ତି ନାହିଁ ବୋଲି ମଲାଇକା କହିଛନ୍ତି । ସିଧାସଳଖ ନହେଲେ ବି ପରୋକ୍ଷ ଭାବରେ ଅର୍ଜୁନଙ୍କୁ ନେଇ ମୁହଁ ଖୋଲିଛନ୍ତି ମଲାଇକା । ବଲିଉଡର ଏହି ଯୋଡି ଅନେକ ଦିନ ହେବ ପରସ୍ପରକୁ ଡେଟ୍ କରୁଛନ୍ତି ।