ଚୀନରେ ଧମାଲ କରିବ ଆମିରଙ୍କ ଫିଲ୍ମ ଠଗସ୍‌ ଅଫ ହିନ୍ଦୁସ୍ତାନ, ରିଲିଜ ପୂର୍ବରୁ ଫିଲ୍ମକୁ ମିଳିଛି ୧୧୦କୋଟି ଟଙ୍କା ଗ୍ୟାରେଣ୍ଟି

ଚୀନରେ ଧମାଲ କରିବ ଆମିରଙ୍କ ଫିଲ୍ମ ଠଗସ୍‌ ଅଫ ହିନ୍ଦୁସ୍ତାନ। ଆଗାମୀ ମାସରେ ଚୀନରେ ରିଲିଜ୍‌ ହେବ ଫିଲ୍ମ ଥଗସ୍‌ ଅଫ ହିନ୍ଦୁସ୍ତାନ। ରିଲିଜ ପୂର୍ବରୁ ହିଁ ଫିଲ୍ମକୁ ୧୧୦କୋଟି ଟଙ୍କା ଗ୍ୟାରେଣ୍ଟି ରୂପରେ ମିଳିଛି। ଚୀନରେ ଆମିରଙ୍କ ଫିଲ୍ମକୁ ବହୁତ ପସନ୍ଦ କରାଯାଏ। ଚୀନ ବକ୍ସ ଅଫିସରେ ଆମିରଙ୍କ ଫିଲ୍ମ ଧୂଆଁଧାର କଲେକ୍ସନ କରିଥାଏ। ଆମିରଙ୍କ ଆକ୍ଟିଂକୁ ଖୁବ ପସନ୍ଦ କରନ୍ତି ଚୀନବାସୀ। ତେଣୁ ଏହି ଫିଲ୍ମ ପାଇଁ ରିଲିଜ ପୂର୍ବରୁ ହିଁ ଆମିରଙ୍କ ଗାରେଣ୍ଟି ମିଳିଛି। ୟଶରାଜ ଚୀନର ଡିଷ୍ଟ୍ରିବ୍ୟୁସନ ଫର୍ମ ଇଷ୍ଟାର ଫିଲ୍ମସ୍‌କୁ ଥଗସ୍‌ ଅଫ ହିନ୍ଦୁସ୍ତାନର ରାଇଟସ୍‌ ବିକ୍ରି କରିଛି। ପୂର୍ବରୁ ଆମିରଙ୍କ ଫିଲ୍ମ ଦଙ୍ଗଲ ଚୀନରେ ୧୪୩୭ କୋଟି ୩୦ଲକ୍ଷ ଟଙ୍କା କଲେକ୍ସନ କରିଥିଲା। ଭାରତରେ ଫିଲ୍ମ ଫ୍ଲପ ହେବା ପରେ ଏବେ ଚୀନ ବକ୍ସ ଅଫିସ ଉପରେ ଫିଲ୍ମ ନିର୍ମାତାଙ୍କ ଲକ୍ଷ୍ୟ।

ପ୍ରଥମ ଥର ପାଇଁ ଏହି ଫିଲ୍ମ ଜରିଆରରେ ଏକାଠି ହୋଇଛନ୍ତି ବଲିଉଡର ଦୁଇ ସୁପରଷ୍ଟାର ଅମିତାଭ ଓ ଆମିର। ଫତିମା ସନା ଶେଖ ଓ କ୍ୟାଟ୍ରିନା କୈଫ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ୧୮୯୩ରେ ଫିଲିପ୍‌ ମେଡୋଜ୍‌ ଟେଲର୍‌ଙ୍କ ରଚିତ ଉପନ୍ୟାସ ‘କନଫେସନ୍‌ ଅଫ୍‌ ଏ ଠଗ୍‌’ ଉପରେ ଆଧାରିତ ହୋଇଛି ଫିଲ୍ମର କାହାଣୀ । ପରାଧୀନ ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନ ଓ ଲୋକଙ୍କ ନିର୍ଯ୍ଯାତନା କାହାଣୀକୁ ସିନେମାଟିକ୍‌ ୱେରେ ପ୍ରେଜେଣ୍ଟ କରାଯାଇଛି । ଗୋରା ସରକାରଙ୍କ ଜାହାଜ ଲୁଟ୍‌ ଘଟଣାକୁ କେନ୍ଦ୍ର କରି ନିର୍ମାଣ ହୋଇଛି ଫିଲ୍ମ । ୟଶରାଜ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିଜୟ କୃଷ୍ଣ ଆଚାର୍ଯ୍ଯ।