ନିଜର ବ୍ୟାକ୍‌ ଦେଖାଇବା ଚକ୍କରରେ ବତକ ଭଳି ଚାଲିବାକୁ ଲାଗିଲେ ମଲାଇକା! ଭିଡିଓ ଦେଖି ଖୁବ୍‌ ଟ୍ରୋଲ କରୁଛନ୍ତି ଲୋକେ

ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ନିଜ ଫ୍ୟାଶନ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ଲମ୍ବା ସମୟରୁ ସେ ଅଭିନେତା ଅର୍ଜୁନ କପୁରଙ୍କ ସହିତ ରିଲେଶନଶିପ୍‌ରେ ଅଛନ୍ତି। ମଲାଇକା ଜଣେ ଫିଟ୍‌ନେସ ଫ୍ରୀକ୍‌, ଯିଏ ରୁଟିନ୍‌ ଅନୁସାରେ ଜିମ୍‌ ଓ ଯୋଗ କ୍ଲାସ୍‌ ଯାଇ ଥାଆନ୍ତି।

ନିକଟରେ ଅଭିନେତ୍ରୀ ଯେବେ ଯୋଗ କ୍ଲାସ୍‌ ପାଇଁ ଯାଉଥିଲେ, ତ ସେଠାରେ ଉପସ୍ଥିତ ପାପାରାଜି ତାଙ୍କର ଫଟୋ ଓ ଭିଡିଓ ଉଠାଇ ନେଇଥିଲେ। ସେ ଗାଡ଼ିରୁ ଓହ୍ଲାଇ ଯୋଗ କ୍ଲାସ୍‌ ଆଡ଼କୁ ଚାଲିକି ଯାଉଥିବା ବେଳେ ଫଟୋଗ୍ରାଫରମାନେ ତାଙ୍କ ଭିଡିଓ କରୁଥିଲେ, ତ ଏହାରି ଭିତରେ ହଠାତ୍‌ ମଲାଇକାଙ୍କ ଚାଲି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଅଜବ ପ୍ରକାର ଚାଲୁଥିବା ମଲାଇକାଙ୍କୁ ଲୋକେ ଏବେ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି, ମଲାଇକା ଯୋଗ କ୍ଲାସ୍‌ ପରିସର ଭିତରକୁ ଯିବା ପରେ କିଛି ସମୟ ପାଇଁ ଅଟକିଥିଲେ ଏବଂ ଫଟୋଗ୍ରାଫର୍ସଙ୍କୁ ପୋଜ୍‌ ଦେଇଥିଲେ। ଏହାପରେ ସେ ଯେତେବେଳେ ଆଉଥରେ ଚାଲିବା ଆରମ୍ଭ କରିଥିଲେ, ତ ତାଙ୍କର ଷ୍ଟାଇଲ୍‌ ବହୁତ ଅଜବ ଥିଲା। ଫିଗର ଦେଖାଇବା ଏବଂ ଭଲ ପୋଜ୍‌ ଦେବା ଚକ୍କରରେ ହଠାତ୍‌ ତାଙ୍କ ଚାଲି ବଦଳି ଯାଇଥିଲା।

ଜଣେ ୟୁଜର ଏହା ଉପରେ କମେଣ୍ଟ କରି ଲେଖିଛନ୍ତି, ‘ନିଜର ବ୍ୟାକ୍‌ ଦେଖାଇବା ଚକ୍କରରେ ସେ ଏମିତି କରୁଛନ୍ତି। ସେ ବତକ ଭଳି ଚାଲୁଛନ୍ତି’। ସେହିପରି ଆଉ ଜଣେ ଲେଖିଥିଲେ କି, ‘ଷ୍ଟାଇଲ୍‌ ମାରୁ ମାରୁ ଚାଲି ବଦଳି ଗଲା’।

 

View this post on Instagram

 

A post shared by Bollywood Pap (@bollywoodpap)