ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା: ରୁମରୁ ମିଳିଲା ସୁଇସାଇଡ ନୋଟ, ଜାଣନ୍ତୁ କ’ଣ ଲେଖିଛନ୍ତି ମହନ୍ତ ?

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅଖିଳ ଭାରତୀୟ ଆଖଡା ପରିଷଦର ସଭାପତି ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ଗତକାଲି ହୋଇଥିଲା। ତେବେ ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ତାଙ୍କର ଜଣେ ଶିଷ୍ୟ ଆନନ୍ଦ ଗିରିଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ତେବେ ମୃତ୍ୟୁ ପୂର୍ବରୁ ମହନ୍ତ ନରେନ୍ଦ୍ର ଗିରି ଏକ ଭିଡିଓ ରେକର୍ଡ କରିଥିଲେ ବୋଲି ତାଙ୍କ ଶିଷ୍ୟ ନିର୍ଭୟ ଦ୍ୱିବେଦୀ ଗଣମାଧ୍ୟମକୁ କହିଛନ୍ତି। ଭିଡିଓଟି ଏବେ ପୁଲିସ ପାଖରେ ରହିଛି। ସୁଇସାଇଡ ନୋଟ ଏବଂ ଭିଡିଓରେ ମହନ୍ତ ସମାନ କଥା କହିଥିବା କହିଛନ୍ତି ନିର୍ଭୟ।

ଖବର ମୁତାବକ, ମହନ୍ତ ନରେନ୍ଦ୍ର ଗିରିଙ୍କୁ ବ୍ଲାକମେଲ କରିବା ପାଇଁ ଏକ ସିଡିର ବ୍ଯବହାର କରାଯାଉଛି। ବ୍ଲାକମେଲିଂର ଏହି ମାମଲାରେ କେତେକ ବଡ ବଡ ରାଜନେତା ଯାଞ୍ଚ ଦାଏର ରହିଛନ୍ତି। ଗତକାଲି ନିଜ ମଠରେ ହିଁ ନରେନ୍ଦ୍ର ଗିରିଙ୍କ ଝଲନ୍ତା ମୃତଦେହ ମିଳିଥିଲା । ତଦନ୍ତ ବେଳେ ପୁଲିସ ଘଟଣାସ୍ଥଳରୁ ସୁଇସାଇଡ ନୋଟ ଜବତ କରିଥିଲା । ୭ ପୃଷ୍ଠାର ଏହି ସୁଇସାଇଡ ନୋଟରେ ମହନ୍ତ ତାଙ୍କ ବିବାଦୀୟ ଶିଷ୍ୟ ଆନନ୍ଦ ଗିରିଙ୍କ ନାଁ ନେଇଛନ୍ତି । ଆନନ୍ଦ ଗିରି, ମହନ୍ତ ନରେନ୍ଦ୍ର ଗିରିଙ୍କୁ ମାନସିକ ଭାବେ ନିର୍ଯାତନା ଦେଉଥିବା ସେ ଲେଖିଛନ୍ତି । ମୁଁ ସମ୍ମାନର ସହ ବଞ୍ଚିଥିଲି। କିନ୍ତୁ ଏବେ ଅପମାନ ସହ ବଞ୍ଚି ପାରିବି ନାହିଁ। ଏହି କାରଣରୁ ମୁଁ ନିଜ ଜୀବନ ନେଉଛି ବୋଲି ଲେଖିଛନ୍ତି ସଭାପତି ନରେନ୍ଦ୍ର ଗିରି।

ଆଉ ନରେନ୍ଦ୍ର ଗିରିଙ୍କ ରୁମରୁ ଯେଉଁ ସୁଇସାଇଡ ନୋଟ ମିଳିଛି, ତାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଯାହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.