ସାଉଥ ଇଣ୍ଡଷ୍ଟ୍ରୀକୁ ଧକ୍କା, କାର୍‌ ଭିତରେ ମିଳିଲା ଅଭିନେତାଙ୍କ ମୃତଦେହ

ମଲାୟାଲମ ଅଭିନେତା ବିନୋଦ ଥମାସଙ୍କ ମୃତ୍ୟୁ । ବିନୋଦଙ୍କ ମୃତଦେହ ହୋଟେଲ ବାହାରେ ଥିବା ଏକ କାର୍‌ ଭିତରେ ମିଳିଥିବା ପୋଲିସ କହିଛି ।

ମଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଝଟକା । ଅଭିନେତା ବିନୋଦ ଥମାସଙ୍କ ପରଲୋକ । ବିନୋଦଙ୍କ ମୃତଦେହ ହୋଟେଲ ବାହାରେ ଥିବା ଏକ କାର୍‌ ଭିତରେ ମିଳିଥିବା ପୋଲିସ କହିଛି । ବିନୋଦଙ୍କ ମୃତ୍ୟୁରେ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରୀକୁ ବଡ଼ ଝଟକା ଲାଗିଛି । ତେବେ ତାଙ୍କ ମୃତ୍ୟୁ କେମିତି ହେଲା ଏହାକୁ ନେଇ ଯାଞ୍ଚ ଚାଲିଛି ।

ଖବର ମୁତାବକ, କେରଳର କୋଟାୟମରେ ପମ୍ପାଡି ପାଖରେ ଥିବା ଏକ ହୋଟେଲ ବାହାରେ ଥିବା କାର୍‌ ଭିତରେ ତାଙ୍କ ମୃତଦେହ ମିଳିଛି । ମୃତ୍ୟୁ କେମିତି ହେଲା ଏହାକୁ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଛି । ତେବେ ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି କାର ପାଖରେ ଛିଡା ହୋଇଥିବା ହୋଟେଲ କର୍ତ୍ତୃପକ୍ଷ କହିଛନ୍ତି । ହୋଟେଲ କର୍ତ୍ତୃପକ୍ଷ ଏହାକୁ ଦେଖିବା ପରେ କାର ନିକଟକୁ ଯାଇ ଦେଖିବା ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିବା ପରେ ବ୍ୟବଚ୍ଛେଦ କରିଥିଲେ । ତେବେ ଏହି ମାମଲାରେ ପୋଲିସ ଛାନଭିନ୍‌ କରି ତଦନ୍ତ ଚଳାଇଛି । ମୃତ୍ୟୁ କେମିତି ହେଲା, ତାହାର ଯାଞ୍ଚ କରୁଛି ।

ସୂଚନାଯୋଗ୍ୟ, ଥମାସ ଅୟପ୍ପନମ କେଶୟୁମ, ନାଥେଲି ଔରୁ ଚେରି ମିନଲ୍ଲା, ହାପି େଓ୍‌ବଡିଂ, ଜୁନ୍‌ ଭଳି ଫିଲ୍ମରେ କାମ କରିସାରିଛନ୍ତି । ସୋସିଆଲ ମିଡିଆରେ ପ୍ୟାନ୍ସ ବିନୋଦଙ୍କ ଫଟୋ ଏବଂ ଭିଡିଓ ସେୟାର କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.