Below header

ଲୋକମାନେ ଦେଲେ ଅପମାନ ଆଉ ପୋଲିସ୍ ମାରିଲା ଲାଠି . . . ଭାରତ କୁମାର ସେ କାହାଣୀ ଯାହାକୁ ଜାଣନ୍ତି ନାହିଁ ସମସ୍ତେ

‘ହୈ ପ୍ରୀତ୍ ଯାହାଁ କି ରୀତ୍ ସଦା . . . ମେଁ ଗୀତ ୱାହାଁ କା ଗାତା ହୁଁ , ଭାରତ କା ରହେନା ୱାଲା ହୁଁ . . ଭାରତ କି ବାତ୍ ଶୁନାତା ହୁଁ ’. .ଏମିତି କେହି ବ୍ୟକ୍ତି ନଥିବେ ଯିଏ ଏହି ଗୀତକୁ ଶୁଣି ନଥିବେ । ଦେଶଭକ୍ତି ଫିଲ୍ମରେ ଅଭିନୟ କରୁଥିବା ବଲିଉଡର ଭାରତ କୁମାର ଅର୍ଥାତ୍ ମନୋଜ୍ କୁମାରଙ୍କୁ କିଏ ନଜାଣେ । ହିନ୍ଦି ସିନେମାର କିମ୍ବଦନ୍ତୀ ଅଭିନେତା ମନୋଜ କୁମାରଙ୍କ ପ୍ରକୃତ ନାମ ହେଉଛି ହରିକ୍ରିଷ୍ଣ ଗିରୀ ଗୋସ୍ୱାମୀ । ଆଜି ୮୨ ବର୍ଷରେ ପାଦ ରଖିଛନ୍ତି ମନୋଜ୍ । ୨୪ ଜୁଲାଇ ୧୯୩୭ରେ ଜନ୍ମ ଗ୍ରହଣ କରିଥିଲେ ମନୋଜ କୁମାର । ଏହି କିମ୍ବଦନ୍ତୀ ଅଭିନେତାଙ୍କ ଜନ୍ମ ଦିନ ଅବସରରେ ଜାଣନ୍ତୁ ତାଙ୍କ ଜୀବନକୁ ନେଇ କିଛି ଅଜଣା କଥା ।

ଦିଲ୍ଲୀ ବିଶ୍ବବିଦ୍ୟାଳୟର ହିନ୍ଦୁ କଲେଜରେ ସେ ପାଠ ପଢିଥିଲେ । ଏହା ପରେ ଅଭିନୟ ପ୍ରତି ତାଙ୍କର ଦୁର୍ବଳତା ଆସିଥିଲା । ତେବେ ଫିଲ୍ମରେ କାମ କରିବାର ରୁଚି ତାଙ୍କର ୧୦ ବର୍ଷ ବୟସରୁ ହିଁ ଆସି ଯାଇଥିଲା । ତେବେ ଜାଣି ଆଶ୍ଚର‌୍ୟ୍ୟ ହେବେ ସେ ନିଜ ଭାବିପତ୍ନୀ ଶଶି ଗୋସ୍ବାମୀଙ୍କୁ ପଚାରି ଫିଲ୍ମରେ ପାଦ ରଖିଥିଲେ ।

ତେବେ ମନୋଜ ଜୀବନ ଖୁବ୍ ସଂଘର୍ଷମୟ ଥିଲା । ଏକ ରିଫ୍ୟୁଜି କ୍ୟାମ୍ପରେ ରହି ଅତି କଷ୍ଟରେ ସେ ନିଜ ଜୀବନ କାଟୁଥିଲେ । ଏହି ସମୟରେ ସେ ନିଜ ସାନ ଭାଇକୁ ବହୁତ କମ୍ ବୟସରେ ହରାଇଥିଲେ । ଯାହା ଫଳରେ ନିଜ ହିତାହିତ ଜ୍ଞାନ ହରାଇ ବସିଥିଲେ ମନୋଜ ଏବଂ ମାରପିଟ୍ କରିବାକୁ ଲାଗିଥିଲେ । ଏହି ସମୟରେ ସେ ପୋଲିସର ଲାଠି ମଧ୍ୟ ଖାଇଛନ୍ତି । ଯେତେବେଳେ କଥା ସୀମା ପାର୍ କରିଥିଲା ସେତେବେଳେ ତାଙ୍କ ବାପା ତାଙ୍କୁ ମାରପିଟ୍ ନକରିବାକୁ ରାଣ ଦେଇଥିଲେ ।

ହରିକ୍ରିଷ୍ଣ ଗିରୀ ଗୋସ୍ୱାମୀ କେମିତି ହେଲେ ମନୋଜ କୁମାର :

Manoj Kumarଯେତେବେଳେ ମନୋଜ କୁମାରଙ୍କ ନାଁ ଆସେ ସେତେବେଳେ ଦିଲ୍ଲୀପ କୁମାରଙ୍କ ନାଁ କେମିତି ବା ନଉଠିବ । ଆଜ୍ଞା ହଁ ମନୋଜ କୁମାର ନିଜ ନାଁ ପରିବର୍ତ୍ତନ କରିବା ପଛରେ ରହିଛି ଟ୍ରାଜେଡି କିଙ୍ଗ୍ ଦିଲ୍ଲୀପ୍ କୁମାରଙ୍କ ହାତ । ସ୍କୁଲରେ ସମୟରେ ଦିଲ୍ଲୀପ୍ କୁମାରଙ୍କ ସିନେମା ‘ଶବନମ୍’ ଦେଖିବାକୁ ଯାଇଥିଲେ ମନୋଜ୍ କୁମାର । ଆଉ ଏଥିରେ ଦିଲ୍ଲୀପ୍ କୁମାରଙ୍କ ନାଁ ଥିଲା ମନୋଜ କୁମାର । ସିନେମାରେ ଦିଲ୍ଲୀପ୍ କୁମାରଙ୍କ ଅଭିନୟରେ ଏତେ ପ୍ରଭାବିତ ହୋଇଥିଲେ ନିଜ ନାଁ ପରିବର୍ତ୍ତନ କରି ହରିକ୍ରିଷ୍ଣ ଗିରୀ ଗୋସ୍ୱାମୀରୁ ମନୋଜ୍ କୁମାର ରଖିଦେଇଥିଲେ ।

ଏହା ସହ ପଢନ୍ତୁ Super-30 ହିଟ୍ ହେବାପରେ ଜିମ୍ ରେ ଡ୍ୟାନ୍ସ କରିବାକୁ ଲାଗିଲେ ହ୍ରିତିକଙ୍କ ମା’, ୧୬ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି ଏହି ଭିଡିଓ

୧୯୫୭ ଆସିଥିବା ସିନେମା ‘ଫ୍ୟାସନ୍’ ଜରିଆରେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ ମନୋଜ କୁମାର । ତେବେ ଦେଶଭକ୍ତିର ନିଶା ଏମିତି ତାଙ୍କ ମୁଣ୍ଡରେ ଥିଲା ଯେ ଏହାକୁ ସେ ନିଜ ସିନେମା ଜରିଆରେ ଦର୍ଶକଙ୍କ ସାମ୍ନାକୁ ଆଣିଥିଲେ । ଏହା ସହ ଏଭଳି ସିନେମା ତିଆରି କରି ମଧ୍ୟ ଟଙ୍କା ରୋଜଗାର କରିହେବ ବୋଲି ମନୋଜ କୁମାର ପ୍ରମାଣ କରିବାକୁ ଚାହୁଁଥିଲେ ।

ସେହିପରି ବିଗ୍ ବି ସୁପରଷ୍ଟାର ହେବା ପଛରେ ମନୋଜ କୁମାରଙ୍କ ହାତ ରହିଛି । ଲଗାତାର ଫ୍ଲପ୍ ସିନେମାରେ ଚିନ୍ତିତ ହୋଇ ଯେତେବେଳେ ଅମିତାଭ୍ ବଚ୍ଚନ ମୁମ୍ବାଇ ଛାଡି ଚାଲିଯିବାକୁ ବାହାରିଥିଲେ ସେତେବେଳେ ମନୋଜ କୁମାର ହିଁ ବିଗ୍ ବିଙ୍କୁ ‘ରୋଟି କପଡା ଔର୍ ମକାନ୍’ରେ ସୁଯୋଗ ଦେଇଥିଲେ ।

ଜଣେ କାହାଣୀକାର ଭାବରେ ମାତ୍ର ୧୧ ଟଙ୍କା ନେଉଥିବା ମନୋଜ କୁମାରଙ୍କୁ ଦମଦାର ଅଭିନୟ ସହ ହିନ୍ଦି ସିନେମା ଜଗତକୁ ନିଜ ଅବଦାନ ପାଇଁ ଦାଦା ସାହେବ ଫାଲକେ, ପଦ୍ମଶ୍ରୀ ଏବଂ ଫିଲ୍ମ ଫେୟାର୍ ଲାଇଫ୍ ଟାଇମ୍ ଆଚିଭମେଂଟ୍ ସମ୍ମାନରେ ସମ୍ମାନିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.