Below header

ମା’ ସାଜିଲା ପିଶାଚିନୀ: ୧୧ ଦିନର ପିଲାକୁ ନିଆଁ ଉପରେ ରଖିଦେଲା

ସ୍ନେହ ଓ ମମତାରେ ନିଜର ସନ୍ତାନକୁ ବାନ୍ଧି ରଖେ ବୋଲି ନା ତାର ମା’। ପିଲାର ସବୁ ଦୁଃଖ, କଷ୍ଟକୁ ସବୁ ନିଜ ଉପରେ ନେଇ ସହିଯାଏ ମା’। କିନ୍ତୁ ମା ଯେତେବେଳେ ପିଶାଚିନୀ ପାଲଟିଥାଏ, ସେତେବେଳେ ସବୁକିଛି ଓଲଟପାଲଟ ହୋଇଯାଏ। ଏପରି ଏକ ଦୁଃଖଭରା ଘଟଣାରେ ନୂଆଦିଲ୍ଲୀରେ ସଫଦରଜଙ୍ଗ ଅଞ୍ଚଳରେ ଦେଖିବାକୁ ମିଳିଛି। ମାନସିକ ରୂପେ ବିକୃତ ଜଣେ ମା ତା’ର ୧୧ ଦିନର ଝିଅକୁ ନିଆଁ ଉପରେ ରଖି ଜଳାଇଦେବାକୁ ଚେଷ୍ଟା କରିଛି। ପଡୋଶୀ ପିଲାଟିର କାନ୍ଧଣା ଶୁଣିବା ପୋଲିସକୁ ଖବର ଦେଇଥିଲେ। ପୁଲିସ ଉକ୍ତ ନବଜାତକକୁ ଉଦ୍ଧାର କରି ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଇଛି।

ଏହା ସହ ପଢନ୍ତୁ: ତିନି ମାସ ହେଲା ଅସୁସ୍ଥ ଥିବା ଛୁଆକୁ ହସ୍ପିଟାଲର ଚତୁର୍ଥ ମହଲାରୁ ଫୋପାଡି ମାରିଦେଲା ହୃଦୟହୀନ ମା’, ତାପରେ ଏପରି ରଚିଲା ମିଛ ନାଟ

ଶିକୋହାବାଦ ନିବାସୀ ରାମପ୍ରେମ ନିଜ ପରିବାର ସହ ବରୋଲାରେ ରୁହନ୍ତି। ୧୨ ଜୁଲାଇରେ ରାମପ୍ରେମଙ୍କର ପତ୍ନୀ ରତ୍ନେଶ ଏକ କନ୍ଯା ସନ୍ତାନକୁ ଜନ୍ମ ଦେଇଥିଲେ। ଝିଅଟି ଜନ୍ମ ହେବା ପରେ ରତ୍ନେଶଙ୍କ ମାନସିକ ସନ୍ତୁଳନ ବିଗିଡିଯାଇଥିଲା। ମଙ୍ଗଳବାର ସକାଳେ ରାମପ୍ରେମ ଏବଂ ତାଙ୍କ ୭ ବର୍ଷ ପୁଅ ସ୍କୁଲ ଯିବା ପରେ ରତ୍ନେଶ ଝିଅକୁ ନେଇ ନିଆଁ ଉପରେ ରଖି ଜାଳିଦେଇଥିଲେ। ରାମପ୍ରେମଙ୍କ ଘରୁ ଧୂଆଁ ବାହାରିବା ସହିତ ପିଲାଟିର କାନ୍ଦ ଶୁଣିବାରୁ ପାଖ ପଡୋଶୀ ପୋଲିସକୁ ଖବର ଦେଇଥିଲେ। ପିଲାଟି ଏବେ ଗୁରୁତର ଭାବେ ହସପିଟାଲରେ ଚିକିତ୍ସିତ ହେଉଛି ବୋଲି ପୋଲିସ କହିଛି। ସୂଚନା ମୁତାବକ, ପ୍ରସବ ହେବାର କିଛିଦିନ ପରେ ମାନସିକ ସନ୍ତୁଳନ ହରାଇ ଅନେକ ଥର ନିଆଁ ନିଆଁ ବୋଲି ଚିତ୍କାର କରୁଥିଲେ ରତ୍ନେଶ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.