Below header

ବଲିଉଡ୍ ଫିଲ୍ମରେ ଅଭିନୟ କରୁଥିବା ଏହି ଅଭିନେତ୍ରୀ ବାସ୍ତବ ଜୀବନରେ କରିଥାନ୍ତି ଏହି କାମ

ଅଟୋ ଚାଳକ ମରାଠୀ ଅଭିନେତ୍ରୀ ଲକ୍ଷ୍ମୀ କୁହନ୍ତି ଫିଲ୍ମ ଜଗତ ଦୁନିଆରେ ପରଚୟ ଦେଇଥାଏ କିନ୍ତୁ ସେହି ଜିନିଷ ଆଶା ଅନୁଯାୟୀ ହୋଇନଥାଏ। ଅଭିନେତା ବୋମନ ଇରାନୀ ଗତ ମାସ ଲକ୍ଷ୍ମୀଙ୍କୁ ରାତିରେ ମୁମ୍ବାଇରେ ଅଟୋ ଚଲାଉଥିବାର ଦେଖିଥିଲେ। ଏହା ପରେ ଇରାନୀ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହା ପରେ ଲକ୍ଷ୍ମୀଙ୍କ ଜୀବନର ସମସ୍ତ ସତ୍ୟ ସମସ୍ତିଙ୍କ ସାମ୍ନାକୁ ଆସିଛି। ତାଙ୍କ ଜୀବନରେ ପ୍ରଥମେ ସେ ମରାଠି ଧାରାବାହିକ ଏବଂ ଫିଲ୍ମରେ ଅଭିନୟ କରିଥିଲେ। ଲକ୍ଷ୍ମୀଙ୍କ କହିବା ଅନୁଯାୟୀ ସୋସିଆଲ ମିଡିଆରେ ତାଙ୍କର ଭିଡିଓ ଭାଇରାଲ ହେବା ପରେ ବର୍ତ୍ତମାନ ତାଙ୍କର ଲୋକପ୍ରିୟତା ବଢିବା ସହ ଲୋକମାନେ ଆସି ତାଙ୍କ ସହ ସେଲ୍ଫି ନେଉଛନ୍ତି।

laxmiଲକ୍ଷ୍ମୀ ‘ପିଟିଆଇ-ଭାଷା’ କୁ ଦେଇଥିବା ଏକ ସାକ୍ଷାତକାର ମାଧ୍ୟମରେ କହିଛନ୍ତି, ‘‘ ମୁଁ କେବେ କେବେ ବୋମନଙ୍କୁ ଗୁଡ ମର୍ଣ୍ଣିଙ୍ଗ ମେସେଜ୍ କରେ। କିନ୍ତୁ କେବେ ମୁଁ କାମ ମାଗିନାହିଁ, କାରଣ ମୁଁ ଜାଣିଛି କଥା ହେବା ଦ୍ବାରା ବା ମାଗିବା ଦ୍ବାରା କାମ ମିଳିବ ନାହିଁ। ବାସ୍ତବରେ କାହାକୁ କେବେ କୌଣସି କାମ ମାଗିନି। ’’ ନିଜ ଭବିଷ୍ୟତକୁ ନେଇ ଖୁବ୍ ଖୁସି ଅଛନ୍ତି ବୋଲି ଲକ୍ଷ୍ମୀ କହିଛନ୍ତି। ସେ ୨୦୧୩ ରେ ମରାଠୀ ଫିଲ୍ମ ‘ଜୟ ମହାରାଷ୍ଟ୍ର ଢାବା ବଠିଡା’ ରୁ ନିଜର ଭବିଷ୍ୟତ ଆରମ୍ଭ କରିଥିଲେ। ଏହାପରେ ଅପରାଧ ଅଧାରିତ ମରାଠୀ ଧାରାବାହିକ ‘ଲକ୍ଷ୍ୟ’ରେ ମଧ୍ୟ ସେ ଛୋଟ ଚରିତ୍ରରେ ଅଭିନୟ କରିଥିଲେ। ଏହା ବ୍ୟତୀତ ୨୦୧୮ରେ ‘ମୁମ୍ବାଇ ପୁଣେ ମୁମ୍ବାଇ ୩’ ରେ ମଧ୍ୟ ଅଭିନୟ କରିଥିଲେ। କଠିନ ପରିଶ୍ରମ ବିନା କୌଣସି ଜିନିଷରେ ବିଶ୍ବାସ କରନ୍ତି ନାହିଁ ବୋଲି ଲକ୍ଷ୍ମୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.