Below header

ବାଲେଶ୍ୱର : ଏକ କୋଟିରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ୪ଗିରଫ

ବାଲେଶ୍ୱର (କେନ୍ୟୁଜ୍): ବ୍ରାଉନ ସୁଗାର ର‍୍ୟାକେଟର ପର୍ଦ୍ଦାଫାଶ । ବାଲେଶ୍ୱର ଜିଲ୍ଲା ଦହପଡା ଅଞ୍ଚଳରୁ ଏକ କେଜି ଧଳା ଜହର ଜବତ କରିଛି ସହଦେବଖୁଣ୍ଟା ପୋଲିସ । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣ ଗିରଫ ହୋଇଛନ୍ତି । ଅଭିଯୁକ୍ତ ମାନେ ହେଲେ ଜଳେଶ୍ୱର ରାଜପୁରର ଏସ.କେ. ମକସଦ, ଏସ.କେ. ରାଜୁ, ଏସ.କେ. ହୁସେନ ଓ ଏମ.କେ. ଜାମସେଦ ଅଲ୍ଲୀ । ଏଥି ସହ କାର ଓ ବୁଲେଟ ଜବତ ହୋଇଛି । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ ହେବ । ଅଭିଯୁକ୍ତମାନେ ମାଛ ବ୍ୟବସାୟ କରୁଥିବା ବେଳେ ବ୍ରାଉନ ସୁଗାର କାରବାରରେ ସଂପୃକ୍ତ ଅଛନ୍ତି । ଘଟଣାର ଚେର ଅନ୍ୟ ରାଜ୍ୟକୁ ବ୍ୟାପିଥବା ସନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.