ଆଜିଠୁ ଆରମ୍ଭ ଆଷାଢ ମାସ, ଜାଣନ୍ତୁ କେବେ ପଡୁଛି କେଉଁ ବ୍ରତ ଏବଂ ପୂଜାପର୍ବାଣୀ

କେନ୍ୟୁଜ୍ : ଗତକାଲି ମହାପ୍ରଭୁଙ୍କ ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା ସରିଲା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଅସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଭୀଷଣ ଜ୍ୱରରେ ପୀଡ଼ିତ ହୋଇଛନ୍ତି । ଏଥିପାଇଁ ଆଜିଠୁ ଅଣସର ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ନୀତି ଚାଲିବ । ଆଜିଠୁ ଅର୍ଥାତ୍ ମଙ୍ଗଳବାର ୧୮ ଜୁନ୍ ରୁ ନୂଆ ମାସ ଆଷାଢ ଆରମ୍ଭ ହୋଇଛି । ଆଷାଢ ମାସ ୧୬ ଜୁଲାଇରେ ସମାପ୍ତ ହେବ । ଆଷାଢ ମାସ ବହୁତ ପବିତ୍ର ମାସ ହୋଇଥାଏ । ହିନ୍ଦୁ ଧର୍ମରେ ସବୁ ମାସର ନାମ ନକ୍ଷେତ୍ର ମାନଙ୍କ ନାମ ଅନୁସାରେ ରଖାଯାଇଥାଏ । ଆଷାଢ ମାସର ନାମ ପୂର୍ବାଷାଢ ଓ ଉତ୍ତରାଷାଢ ନକ୍ଷେତ୍ର ଅନୁସାରେ ଆଧାରିତ । ଆଷାଢ ମାସରେ ଦେବଶୟନ ବା ହରିଶୟନ ଏକାଦଶୀ ପଡିବ। ଏହା ବ୍ୟତିତ ଏହି ମାସରେ ଗ୍ରହଣ ମଧ୍ୟ ଲାଗୁଛି ।

moonଆଷାଢ ମାସର ବ୍ରତ ଏବଂ ପୂଜାପର୍ବାଣୀ :

-୧ ଜୁଲାଇ : ଶିବ ଚତୁର୍ଦୀ

-୨ ଜୁଲାଇ(ଅମାବାସ୍ୟା): ୨ ଜୁଲାଇରେ ଆଷାଢ ମାସର ଅମାବାସ୍ୟା ପଡୁଛି । ଏହି ତିଥି ବହୁତ ପବିତ୍ର ବୋଲି ଧରାଯାଏ । ଅମାବାସ୍ୟା ଦିନ ସ୍ନାନ,ଦାନ-ପୂଣ୍ୟ,ପିତ୍ରୁ କର୍ମ କରିବା ଦ୍ବାରା ପୁନ୍ୟ କାଳ ପ୍ରାପ୍ତି ହୋଇଥାଏ । ଏହି ଦିନ ବହୁତ ସୌଭାଗ୍ୟଶାଳୀ ହୋଇଥାଏ । କାଳସର୍ପ ଦୋଷ ଏବଂ ଶନି ଦୋଷ ନିବାରଣ ଅମାବାସ୍ୟାରେ ଯାଇପାରିଥାଏ । ଏହି ଦିନ ଜଗନ୍ନାଥଙ୍କ ନେତ୍ର ଉତ୍ସବ, ନବଯୌବନ ଦର୍ଶନ ।

-୪ ଜୁଲାଇ : ମହାପ୍ରଭୁଙ୍କ ଜଗନ୍ନାଥଙ୍କ ରଥ ଯାତ୍ରା

ratha– ୮ ଜୁଲାଇ : ହେରା ପଞ୍ଚମୀ

– ୯ ଜୁଲାଇ : ପର୍ଶୁରାମ ଅଷ୍ଟମୀ

-୧୦ ଜୁଲାଇ : ମହାପ୍ରଭୁଙ୍କ ଜଗନ୍ନାଥଙ୍କ ନବମୀ ସଂଧ୍ୟା ଦର୍ଶନ

-୧୧ ଜୁଲାଇ :ସୁଦଶା ବ୍ରତ

-୧୨ ଜୁଲାଇ( ବିନାୟକ ଚତୁର୍ଥୀ): ବର୍ଷକୁ ୨୪ଟା ଏକାଦଶୀ ପଡିଥାଏ । ଯାହା ମଧ୍ୟରୁ ହରି ଶୟନ ଏକାଦଶୀ ବହୁତ ଖାସ୍ ହୋଇଥାଏ । ଏହି ଏକାଦଶୀରେ ସବୁ ମାଙ୍ଗଳିକ କାର୍ଯ୍ୟ ରେ ବିରାମ ଲାଗିଥାଏ । ଆଷାଢ ମାସ ଶୁକ୍ଳ ପକ୍ଷର ଏକାଦଶୀକୁ ହରି ଶୟନ ଏକାଦଶୀ ବୋଲି କୁହାଯାଇଥାଏ । ଏହି ଦିନ ଜଗନ୍ନାଥଙ୍କ ବାହୁଡା,ସୁନାବେଶ ଅନୁଷ୍ଠିତ ହେବ ।

ashadh-୧୪ ଜୁଲାଇ : ଶିବ ଶୟନ, ଚତୁଦର୍ଶୀ ଉପବାସ

-୧୬ ଜୁଲାଇ (ଗୁରୁ ପୂର୍ଣ୍ଣିମା) : ଆଷାଢ ପୂର୍ଣ୍ଣିମାକୁ ବହୁତ ଭଲ ଦନି ବୋଲି ଧରାଯାଏ । ଏହାଛଡା ଏହି ଦିନକୁ ଜୁରୁ ପୂର୍ଣ୍ଣିମା ,ବ୍ୟାସ ପୂର୍ଣ୍ଣିମା ଆଦି ରୂପରେ ପାଳନ କରାଯାଇଥାଏ । ଯେଉଁ ଦିନରେ ଗୁରୁଙ୍କ ପୂଜା କରାଯାଇଥାଏ । ଏହାଛଡା ସେହି ଦିନ ଚନ୍ଦ୍ର ଗ୍ରହଣ ,ମାସାନ୍ତ ଆଦି ପଡୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.