ଓ-ଟାଉନରେ #metoo , ପ୍ରଯୋଜକଙ୍କ ବିରୋଧରେ ଅଭିଯୋଗ ଆଣିଲେ ଟେଲି ଅଭିନେତ୍ରୀ

ଭୁବନେଶ୍ବର(କେନ୍ଯୁଜ୍) : ଏବେ ଓଲିଉଡ ମଧ୍ୟ ଦେଖିବାକୁ ମିଳିଛି #metoo ଝଡ଼। ଓଲିଉଡ଼ର ଜଣେ ପ୍ରଯୋଜକଙ୍କ ବିରୋଧରେ ଅସାଦାଚରଣ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ଏଲି ପାଢ଼ୀ। ଅଭିନେତ୍ରୀ କହିଛନ୍ତି “ହିରୋଇନ୍ କରିବା ବାହାନାରେ ବନାଇବାକୁ ଚାହୁଁଥିଲେ ପ୍ରେମିକା”।

ତେବେ ବଲିଉଡ଼ରୁ ଆରମ୍ଭ ହୋଇଥିବା #metoo ଝଡ଼ ଧିରେ ଧିରେ ଓଲିଉଡ ମୁହାଁ ହୋଇଛି। ଅଭିନେତ୍ରୀ କରିବା ବାହାନାରେ ଜୀବନରେ ନାୟିକା ବନାଇବାକୁ ଚାଁହୁଥିଲେ ପ୍ରଜୋଯକ। ଏପରିକି ବାରମ୍ବାର ଫୋନରେ ଅଶ୍ଳୀଳ ଇଙ୍ଗିତ କରୁଥିଲେ। ଏପରିକି ଦ୍ବିଅର୍ଥବୋଧକ କଥାବାର୍ତ୍ତା ହେଉଥିଲେ। ଏଣୁ ଏଥିପାଇଁ ଦୁଇଟି ଫିଲ୍ମ ରିଜେକ୍ଟ କରିଥିଲି ଏଲି। ତେବେ ଏତେ ଦିନପରେ ଏହିପରି ଚାଞ୍ଚଲ୍ଯକର ଘଟଣା ଉପରୁ ପରଦା ଉଠାଇଛନ୍ତି ଏଲି।

Leave A Reply

Your email address will not be published.