କ୍ୟାଟ୍ରିନାଙ୍କ ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ର ଫାଷ୍ଟ ଡେ ଇନ୍‌କମ୍‌, ଜାଣନ୍ତୁ କେତେ ହୋଇଛି ରୋଜଗାର

କ୍ୟାଟ୍ରିନା ଏବଂ ବିଜୟଙ୍କ ଏହି ଫିଲ୍ମରୁ ଦର୍ଶକଙ୍କର ବହୁତ ଆଶା ଥିଲା, କିନ୍ତୁ ସୂଚନା ମୁତାବକ, ଏହି ଫିଲ୍ମ ଲୋକଙ୍କ ଆଶା ପୂରଣ କରିପାରି ନାହିଁ । ବାସ୍ତବରେ ଫିଲ୍ମ ‘ ମେରୀ ଖ୍ରୀଷ୍ଟମାସ’ ବକ୍ସ ଅଫିସରେ ବହୁତ କମ୍‌ ଇନ୍‌କମ କରିଛି । ତାହେଲେ ତେବେ ଆସନ୍ତୁ ଜାଣିବା ପ୍ରଥମ ଦିନରେ ବକ୍ସ ଅଫିସରେ ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ ୨.୫୫ କୋଟି ରୋଜଗାର କରିଛି ।

କ୍ୟାଟ୍ରିନା କୈଫ ଏବଂ ବିଜୟ ସେଥୁପତିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ ଜାନୁଆରୀ ୧୨ରେ ରିଲିଜ୍‌ ହୋଇଛି । ଶ୍ରୀ ରାମ ରାଘବନଙ୍କ ନିର୍ଦ୍ଦେଶିତ ଏହି ସସପେନ୍ସ ଥ୍ରୀଲର ଫିଲ୍ମକୁ ଫ୍ୟାନ୍ସ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ଏହି ଫିଲ୍ମ ମାଧ୍ୟମରେ ବଲିଉଡ ଡିଭା ଏବଂ ତେଲୁଗୁ ଷ୍ଟାରଙ୍କ ଯୋଡି ପ୍ରଥମ ଥର ପାଇଁ ବଡ ପରଦାରେ ଦେଖିବାକୁ ମିଳୁଛି । ତେବେ ଫିଲ୍ମକୁ ନେଇ ଦର୍ଶକଙ୍କ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛିନ୍ତି ।

ତେବେ କ୍ୟାଟ୍ରିନା ଏବଂ ବିଜୟଙ୍କ ଏହି ଫିଲ୍ମରୁ ଦର୍ଶକଙ୍କର ବହୁତ ଆଶା ଥିଲା, କିନ୍ତୁ ସୂଚନା ମୁତାବକ, ଏହି ଫିଲ୍ମ ଲୋକଙ୍କ ଆଶା ପୂରଣ କରିପାରି ନାହିଁ । ବାସ୍ତବରେ ଫିଲ୍ମ ‘ ମେରୀ ଖ୍ରୀଷ୍ଟମାସ’ ବକ୍ସ ଅଫିସରେ ବହୁତ କମ୍‌ ଇନ୍‌କମ କରିଛି । ତାହେଲେ ତେବେ ଆସନ୍ତୁ ଜାଣିବା ପ୍ରଥମ ଦିନରେ ବକ୍ସ ଅଫିସରେ ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ ୨.୫୫ କୋଟି ରୋଜଗାର କରିଛି ।

ଯଦି ଆଗକୁ ଯାଇ ମଧ୍ୟ ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ ର ଏପରି ପରିସ୍ଥିତି ରହିବ ତାହେଲେ ଫିଲ୍ମଟି ବହୁତ କମ ରୋଜଗାର କରିପାରିବ । ତେବେ ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ ଆଜି ପର୍ଯ୍ୟନ୍ତ କ୍ୟାଟ୍ରିନାଙ୍କ ସର୍ବନିମ୍ନ ଓପନିଂ ଫିଲ୍ମ ବୋଲି କୁହାଯାଉଛି । ଯଦି ଫିଲ୍ମର ଫାଷ୍ଟ ଡେ ର ଇନ୍‌କମ୍‌ ଦେଖିବା ତାହେଲେ ଫିଲ୍ମ ଏତେ ଖାସ୍‌ ରୋଜଗାର କରିନାହିଁ । ଯଦି ଏପରି ପରିସ୍ଥିତି ରହିଲା ତୋହେଲେ ଏହି ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ କ୍ୟାଟ୍ରିନାଙ୍କ ଫ୍ଲପ୍ ଫିଲ୍ମ ହୋଇପାରେ ।

ତେବେ ଯଦି ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ର ଷ୍ଟାର କାଷ୍ଟ ବିଷୟରେ କହିବା ତାହେଲେ ଏହି ଫିଲ୍ମରେ କ୍ୟାଟ୍ରିନା ଏବଂ ବିଜୟ, ରାଧିକା ଆପ୍ଟେ, ଆଦିତ୍ୟ ଗାଭକର, ଟିନୁ ଆନନ୍ଦ, ସଞ୍ଜୟ କପୁର ଏବଂ ବିନୟ ପଠକଙ୍କ ଭଳି ଷ୍ଟାର ନଜର ଆସିଛନ୍ତି । ଏହି ଫିଲ୍ମରେ ରାଧିକାଙ୍କର ଏକ କ୍ୟାମିୟୋ ମଧ୍ୟ ଦେଖିବା ପାଇଁ ମିଳିଛି । କ୍ୟାଟ୍ରିନା କୈଫ ଏବଂ ବିଜୟ ସେଥୁପତିଙ୍କ ଯୋଡି ଫିଲ୍ମ ମାଧ୍ୟମରେ ପ୍ରଥମ ଥର ପାଇଁ ବଡ ପରଦାରେ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ଦୁହେଁ ପରସ୍ପରକୁ ରୋମାନ୍ସ କରୁଥିବା ନଜର ଆସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.