କ୍ୟାଟ୍ରିନାଙ୍କ ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ ଖୁବ୍‌ ଶୀଘ୍ର ଓଟିଟି ପ୍ଲାଟଫର୍ମରେ ହେବ ରିଲିଜ୍‌, ଜାଣନ୍ତୁ କେବେ

‘ମେରୀ ଖ୍ରୀଷ୍ଟମାସ’ ଫିଲ୍ମରେ ପ୍ରଥମ ଥର ପାଇଁ କ୍ୟାଟ୍ରିନା ଓ ବିଜୟ ଏକା ସହିତ ନଜର ଆସିଛନ୍ତି । ଏହି ଦୁଇଜଣଙ୍କ ଯୋଡି ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି । ଫିଲ୍ମଟି ସିନେମା ହଲ୍‌ରେ ରିଲିଜ୍‌ ହେବା ପରେ ଏବେ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବାକୁ ଯାଉଛି ।

କ୍ୟାଟ୍ରିନା କୈଫ ଏବଂ ବିଜୟ ସେଥୁପତିଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ କିଛି ଦିନ ପୂର୍ବରୁ ସିନେମା ହଲରେ ରିଲିଜ୍‌ ହୋଇଛି । ଏହି ଫିଲ୍ମଟିକୁ ନେଇ ଫ୍ୟାନ୍ସଙ୍କ ଠିକ୍‌ ଠାକ ରିଆକ୍ସନ୍‌ ମିଳିଛି । ତେବେ ଏହି ଫିଲ୍ମରେ ପ୍ରଥମ ଥର ପାଇଁ କ୍ୟାଟ୍ରିନା ଓ ବିଜୟ ଏକା ସହିତ ନଜର ଆସିଛନ୍ତି । ଏହି ଦୁଇଜଣଙ୍କ ଯୋଡି ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି । ଫିଲ୍ମଟି ସିନେମା ହଲ୍‌ରେ ରିଲିଜ୍‌ ହେବା ପରେ ଏବେ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବାକୁ ଯାଉଛି । ତାହେଲେ ଆସନ୍ତୁ ଜାଣିବା ଯେ ଏହି ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ କେଉଁ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ ।

କ୍ୟାଟ୍ରିନା କୈଫ ଏବଂ ବିଜୟ ସେଥୁପତଙ୍କ ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ର ଓଟିଟି ରିଲିଜ୍‌କୁ ନେଇ ଖବର ଆସିଛି । ସୂଚନା ମୁତାବକ, ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ । ତେବେ ଫିଲ୍ମର ଓଟିଟି ରିଲିଜ୍ ଡେଟ୍‌ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ତେବେ ଏହି ଡେଟ୍‌ ଖୁବ୍‌ ଶୀଘ୍ର ଘୋଷଣା କରାଯିବ । ସେପର୍ଯ୍ୟନ୍ତ ପ୍ରଶଂସକମାନଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ ।

କ୍ୟାଟ୍ରିନା ଏବଂ ବିଜୟଙ୍କ ଫିଲ୍ମ ‘ମେରି ଖ୍ରୀଷ୍ଟମାସ’ର ବକ୍ସ ଅଫିସ୍ କଲେକ୍ସନ୍‌ ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ଜାନୁଆରୀ ୧୨ ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମର ପ୍ରଥମ ଦିନରେ ବକ୍ସ ଅଫିସରେ ୨.୫୫ କୋଟି ଟଙ୍କା ରୋଜଗାର କରିଥିଲା । ଫିଲ୍ମ ରିଲିଜ ହେବାର ୪ ଦିନ ବିତିଗଲାଣି । ଏହି ଚାରି ଦିନ ମଧ୍ୟରେ ଫିଲ୍ମ ପ୍ରାୟ ୧୦ କୋଟି ଟଙ୍କା ରୋଜଗାର କରିଛି । ଏବେ ଦେଖିବାକୁ ବାକି ରହିଲା ଫିଲ୍ମଟି ସପ୍ତାହକ ମଧ୍ୟରେ ଏହାର ରୋଜଗାରରେ ବୃଦ୍ଧି ପାଇଛି କି ନାହିଁ ।

ଫିଲ୍ମର ଷ୍ଟୋରି ବିଷୟରେ କହିବାକୁ ଗଲେ ଏହା ଏକ ହତ୍ୟା ରହସ୍ୟ ଉପରେ ରହିଛି । ଖ୍ରୀଷ୍ଟମାସ ରାତିରେ ଏହି ହତ୍ୟାକାଣ୍ଡ ହୋଇଥିଲା । ଏହି ଦିନ ମାରିଆ ଅର୍ଥାତ୍ କ୍ୟାଟ୍ରିନା ଏବଂ ଆଲବର୍ଟ ଭେଟନ୍ତି । ଏହା ପରେ ଦୁହେଁ ପରସ୍ପରକୁ ଭଲ ପାଆନ୍ତି । କିନ୍ତୁ ତାପରେ ହତ୍ୟା ରହସ୍ୟ ଉଭୟଙ୍କ ଜୀବନରେ ଏକ ଝଡ ଆଣିଦେଉଛି । ଆସନ୍ତୁ ଆପଣଙ୍କୁ କହିବା ଯେ ଫିଲ୍ମରେ ବିଜୟ ଏବଂ କ୍ୟାଟ୍ରିନାଙ୍କ କେମେଷ୍ଟ୍ରୀ ବହୁତ ଭଲ ହୋଇଛି । ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ହେଉଛି ।

ଫିଲ୍ମ ‘ମେରୀ ଖ୍ରୀଷ୍ଟମାସ’ରେ କ୍ୟାଟ୍ରିନା କୈଫ ଏବଂ ବିଜୟ ସେଥୁପତ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହା ବ୍ୟତୀତ ସଞ୍ଜୟ କପୁର, ରାଧିକା ଆପ୍ଟେ, ଟିନୁ ଆନନ୍ଦ, ବିନୟ ପୃଥକର ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀରାମ ରାଘବନ । ତେବେ ଦର୍ଶକ ଏହି ଫିଲ୍ମକୁ ବହୁତ ପସନ୍ଦ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.