ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଆଜିଠୁ ଯଜ୍ଞ ଓ ବେଦ ପାଠରେ କମ୍ପିବ ଚାରି ଦ୍ବାର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ମଝିରେ ରହିଲା ଦିନଟିଏ । ଆଜିଠାରୁ ଅଖଣ୍ଡ ଦୀପ ସ୍ଥାପନ ସହିତ ଯଜ୍ଞ ବିଧି ଆରମ୍ଭ ହେବ। ସେହିପରି ଶ୍ରୀମନ୍ଦିର ଚାରିଦ୍ଵାରରେ ଚାରି ବେଦ ପାଠ କରାଯିବ । ୬୦ ଜଣ ବିଦ୍ୟାର୍ଥୀ ବେଦ ପାଠ କରିବେ ।

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ମଝିରେ ରହିଲା ଦିନଟିଏ । ୧୭ ତାରିଖରେ ସାରା ବିଶ୍ବ ଦେଖିବ ଶଙ୍ଖକ୍ଷେତ୍ରରେ ବିକଶିତ ରୂପ । ବହୁ ପ୍ରତୀକ୍ଷିତ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଭବ୍ୟ ଆୟୋଜନ କରାଯାଇଛି । ଦୁଇ ଦିନ ଧରି ଚାଲିଥିଲା ବିଭିନ୍ନ ପୂଜାବିଧି । ମନ୍ତ୍ରପାଠରେ ଗୁଞ୍ଜରିତ ହେଉଛି ନୀଳାଚଳ ଧାମ । ଆଜିଠାରୁ ଅଖଣ୍ଡ ଦୀପ ସ୍ଥାପନ ସହିତ ଯଜ୍ଞ ବିଧି ଆରମ୍ଭ ହେବ । ସେହିପରି ଶ୍ରୀମନ୍ଦିର ଚାରିଦ୍ଵାରରେ ଚାରି ବେଦ ପାଠ କରାଯିବ । ୬୦ ଜଣ ବିଦ୍ୟାର୍ଥୀ ବେଦ ପାଠ କରିବେ । ପୂର୍ବ ବା ସିଂହଦ୍ଵାରରେ ଋକ୍ ବେଦ, ପଶ୍ଚିମ ଦ୍ଵାରରେ ସାମ ବେଦ, ଉତ୍ତର ଦ୍ଵାରରେ ଅଥର୍ବ ବେଦ ଓ ଦକ୍ଷିଣ ଦ୍ଵାରରେ ଯଜୁର୍ବେଦ ପାଠ କରାଯିବ । ତେତିଶ କୋଟି ଦେବତାଙ୍କୁ କରାଯିବ ଆବାହନ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଶିଳାସ୍ଥାପନ କରାଯାଇଛି ।

୧୭ ତାରିଖରେ ଯଜ୍ଞ ପୂର୍ଣ୍ଣାହୁତି ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପକୁ ଲୋକାର୍ପଣ କରିବେ । ଆସନ୍ତା ବୁଧବାର ଦିନ ଗୋଟିଏ ୧୫ରୁ ସାଢ଼େ ଗୋଟାଏ ଭିତରେ ଫଳକ ଉନ୍ମୋଚନ ସହ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକ ଳ୍ପ। ସେହିପରି ଆଜି ଶ୍ରୀସେତୁ ଓ ଶ୍ରୀମାର୍ଗ ଟ୍ରାଏଲ୍ ରନ୍ ଆରମ୍ଭ କରାଯିବ । ଏହାପରେ ଭକ୍ତଙ୍କ ଉଦ୍ଦେଶ୍ୟରେ ଏହି ନୂଆ ରାସ୍ତା ଖୋଲାଯିବ । ଶ୍ରୀକ୍ଷେତ୍ରର ପ୍ରବେଶ ପଥରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଏହି ସେତୁ ନିର୍ମାଣ କରାଯାଇଛି । ଏହାଦ୍ବାରା କାର, ବସରେ ଆସୁଥିବା ଶ୍ରଦ୍ଧାଳୁ ସିଧା ମାଳତୀପାଟପୁର ନିକଟ ବାଇପାସ ଦେଇ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂରେ ଗାଡ଼ି ରଖିବା ସହ ବ୍ୟାଟେରୀ ଚାଳିତ ଗାଡ଼ିରେ ଶ୍ରୀମନ୍ଦିରକୁ ଯାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.