ଦ୍ବିତୀୟ ଟି ଟ୍ବେଣ୍ଟି : ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ

ଜୟସ୍ବାଲ ଓ ଶିବମଙ୍କ ବିସ୍ଫୋରକ ଅର୍ଦ୍ଧଶତକ । ଆଫଗାନିସ୍ତାନ ବିପକ୍ଷରେ ଭାରତର ସିରିଜ ବିଜୟ । ଦ୍ବିତୀୟ ଟି ଟ୍ବେଣ୍ଟିରେ ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ । ଇନ୍ଦୋରରେ ଖେଳାଯାଉଥିବା ୨ୟ ଟି-୨୦ରେ ଆଫଗାନିସ୍ତାନ ଦ୍ବାରା ରଖାଯାଇଥିବା ୧୭୩ ରନର ଲକ୍ଷ୍ୟକୁ ଭାରତ ୧୫.୪ ଓଭରରେ ୪ ଓ୍ବିକେଟ ହରାଇ ହାସଲ କରିନେଇଥିଲା ।

ଜୟସ୍ବାଲ ଓ ଶିବମଙ୍କ ବିସ୍ଫୋରକ ଅର୍ଦ୍ଧଶତକ । ଆଫଗାନିସ୍ତାନ ବିପକ୍ଷରେ ଭାରତର ସିରିଜ ବିଜୟ । ଦ୍ବିତୀୟ ଟି ଟ୍ବେଣ୍ଟିରେ ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ । ଇନ୍ଦୋରରେ ଖେଳାଯାଉଥିବା ୨ୟ ଟି-୨୦ରେ ଆଫଗାନିସ୍ତାନ ଦ୍ବାରା ରଖାଯାଇଥିବା ୧୭୩ ରନର ଲକ୍ଷ୍ୟକୁ ଭାରତ ୧୫.୪ ଓଭରରେ ୪ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଭାରତ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ୬୮ ରନ କରିଥିବାବେଳେ ଶିବମ ଦୁବେ ୬୩ରନ କରିଥିଲେ । ବିରାଟ କୋହଲି ୨୯ ରନ କରିଥିଲେ । ଏହି ବିଜୟ ସହ ଭାରତ ସିରିଜରେ ୨-୦ରେ ଆଗୁଆ ହୋଇଯାଇଛି । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ।

ଆଫଗାନ ବ୍ୟାଟ୍ସମ୍ୟାନମାନେ ଆରମ୍ଭରୁ ସତର୍କତାର ସହ ଖେଳିଥିଲେ ବି ପରେ ୨୦ ରନରେ ପ୍ରଥମ ଓ୍ବିକେଟ ହରାଇଥିଲେ । କିନ୍ତୁ ଗୁଲବଦିନ ନଇବ ଲଢୁଆ ବ୍ୟାଟିଂ କରି ସର୍ବାଧିକ ୫୭ ରନ କରିଥିଲେ । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ନଜିବୁଲ୍ଲା ଜଦରାନ ୨୩ ରନ କରିଥିବା ବେଳେ କରିମ ଜନତ୍ ୨୦ ରନ କରିଥିଲେ । ସେହିପରି ମୁଜିବୁର ରେହମାନ ୨୧ ରନ କରିଥିଲେ । ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୧୭୨ ରନ କରିପାରିଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି ଓ୍ବିକେଟ ନେଇଥିବାବେଳେ ରବି ବିଷ୍ଣୋଇ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।.

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.