ରିସେପସନ୍‌ ପାର୍ଟିରେ ଅଚାନକ ଷ୍ଟେଜ୍‌ରେ ଚଢ଼ି ଗୀତ ଗାଇବାକୁ ଲାଗିଲେ ମିକା ସିଂହ, ଭାଇରାଲ ହେଉଛି ଭିଡିଓ

ବଲିଉଡ୍‌ କଣ୍ଠଶିଳ୍ପୀ ମିକା ସିଂହ କେତେବେଳେ ନିଜ ଗୀତ ଯୋଗୁ ଚର୍ଚ୍ଚାରେ ରହିଥାନ୍ତି ତ ଆଉ କେବେ କୌଣସି ଟିପ୍ପଣୀକୁ ନେଇ। ରାକ୍ଷୀ ସାଓ୍ଵନ୍ତଙ୍କୁ ଲିପ୍‌ କିସ୍‌ ଦେଇ ଚର୍ଚ୍ଚାରେ ରହିଥିବା ମିକା ଏବେ ପୁଣିଥରେ ନିଜର ଏକ ନିଆରା କାମ ଯୋଗୁ ଲାଇମ୍‌ ଲାଇଟ୍‌କୁ ଆସିଛନ୍ତି। ଏଥକର ମିକା ଏକ ରିସେପସନ୍‌ ପାର୍ଟିରେ ଅଚାନକ ପ୍ରବେଶ କରି ଗୀତ ଗାଇ ଚର୍ଚ୍ଚାକୁ ଆସିଛନ୍ତି, ଯାହାର ଭିଡିଓକୁ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି।

ଭିଡିଓରେ ଦେଖାଯାଇଛି ଯେ ମିକା ସିଂହ ଷ୍ଟେଜ୍‌ରେ ଚଢ଼ି ସିଙ୍ଗରଙ୍କ ଠାରୁ ମାଇକ୍‌ ନେଇ ଗୀତ ଗାଇବା ଆରମ୍ଭ କରିଛନ୍ତି। ଏ ଅବସରରେ ସେ ‘ସାଓ୍ଵନ୍‌ ମେ ଲଗ୍‌ ଗଇ ଆଗ୍‌’ ଗୀତ ଗାଇ ସମସ୍ତଙ୍କ ମନ କିଣି ନେଇଥିଲେ। ଅତିଥିମାନେ ବିବାହରେ ଅଚାନକ ମିକା ସିଂହଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓ ତାଙ୍କ ଗୀତକୁ ମୋବାଇଲରେ ସୁଟିଂ କରିବା ଆରମ୍ଭ କରିଥିଲେ। ଗୀତ ଗାଇ ସାରିବା ପରେ ମିକା ସିଂହ କହିଥିଲେ, ମୁଁ ଏକ ବାହାଘରରେ ଯୋଗ ଦେଇ ଆସୁଛି। ଏଠାରେ ମୋତେ କେହି ଡାକିନାହାନ୍ତି। କିନ୍ତୁ ଆଶା କରୁଛି, ଆପଣମାନେ ମୋ ଗୀତକୁ ଉପଭୋଗ କରିଥିବେ।

 

View this post on Instagram

 

A post shared by Mika Singh (@mikasingh)

ଏହା ପରେ ମିକା ସିଂହ ପାଖରେ ଠିଆ ହୋଇଥିବା ଗାୟକଙ୍କୁ କହୁଛନ୍ତି, ମୁଁ ଏବେ ଏବେ ଏହି ଝିଅଙ୍କ ଗୀତ ଶୁଣିଲି। ବହୁତ ସୁନ୍ଦର। ମୁଁ ୟାଙ୍କୁ ସାରେ ଗା ମା ପାରେ ଭେଟିଥିଲି। ମୁଁ ଭାବିଲି ୟାଙ୍କୁ ହାଏ କହି ଦେଇ ଯିବି। ଏହା ପରେ ମିକା ସିଂହ କହିଥିଲେ ଯେ ମୋ ସହ ରାହୁଲ ବୈଦ୍ୟ ବି ଅଛନ୍ତି।

ସୋସିଆଲ ମିଡିଆରେ ମିକାଙ୍କର ଏହି ଭିଡିଓକୁ ସମସ୍ତେ ଖୁବ୍‌ ପସନ୍ଦ କରୁଛନ୍ତି। ମିକାଙ୍କର ଏହି ସରପ୍ରାଇଜ୍‌ ଦେବା ଅନ୍ଦାଜ୍‌କୁ ଫ୍ୟାନ୍‌ମାନେ ପ୍ରଶଂସା କରିବା ସହ ମିକାଙ୍କ କଣ୍ଠ ସ୍ୱରକୁ ତାରିଫ୍‌ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.