ସ୍ୱାମୀକୁ ଛାଡି ପ୍ରେମିକକୁ ଚାହୁଁଥିଲା ସ୍ତ୍ରୀ, ପ୍ରତାରଣାକୁ ସହିନପାରି ସ୍ତ୍ରୀର କଲା ଦ୍ୱିତୀୟ ବିବାହ

‘ହମ୍‌ ଦିଲ୍‌ ଦେ ଚୁକେ ସନମ’, ବଲିଉଡର ଏହି ସୁପରହିଟ୍‌ ଫିଲ୍ମ ଆପଣ ଦେଖିଛନ୍ତି କି ନାହିଁ। ଏହି ଫିଲ୍ମରେ ଜଣେ ସ୍ୱାମୀ ନିଜ ସ୍ତ୍ରୀ ପାଇଁ ପ୍ରେମ, ସର୍ମପଣ ଏବଂ ତ୍ୟାଗର ଅଦ୍ଭୁତ ଉଦାହରଣ ସାଜି ନିଜ ସ୍ତ୍ରୀକୁ ତାର ପ୍ରେମିକ ସହ ଦ୍ୱିତୀୟ ବିବାହ କରାଇଛନ୍ତି। ତେବେ ଏହା ତ ଥିଲା ରିଲ୍‌ ଲାଇଫର କଥା, କିନ୍ତୁ ଏମିତି ହିଁ ଏକ ଅଜବ ଘଟଣା ଘଟିଛି ରିୟଲ ଲାଇଫରେ।

ବିହାରର ଜୁମଇ ଜିଲ୍ଲାରେ ବାହାଘରକୁ ନେଇ ଏହି ଅଜବ ମାମଲା ସାମ୍ନାକୁ ଆସିଛି। ଯାହା ବିଷୟରେ ଯିଏ ଶୁଣୁଛି ସେ ସେହି ସ୍ୱାମୀଙ୍କୁ କରୁଛନ୍ତି ପ୍ରଶଂସା। ଏହି ମାମଲା ଗୋଟିଏ ସପ୍ତାହ ତଳେ ହୋଇଥିଲେ ମଧ୍ୟ ଏହି ଖବର ଚହଳ ସୃଷ୍ଟି କରିଥିଲା। କାହିଁକିନା ଜଣେ ସ୍ୱାମୀ କରାଇଲେ ନିଜ ସ୍ତ୍ରୀର ଦ୍ୱିତୀୟ ବିବାହ ପୁଣି ସ୍ତ୍ରୀର ପ୍ରେମିକ ସହ। ଯାହାର ପୂରା ଚିତ୍ର ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା।

ସ୍ତ୍ରୀ ବାହାଘରରେ ସ୍ୱାମୀ କରି ଥିଲା ସବୁ କାମ। ବିବାହର ସମସ୍ତୁ ରୀତି ନୀତି ପ୍ରଥା ପରମ୍ପରା ସ୍ୱାମୀ ନିଜେ ହିଁ କରୁଥିବା ଦେଖିବାକୁ ମିଳିଥିଲା। ତେବେ କିଛି ଲୋକ ଏ ଚିତ୍ର ଦେଖି ପ୍ରଶଂସା କରୁଥିବାବେଳେ ଆଉ କିଛି ଲୋକ ନିଜର ପ୍ରତିକ୍ରୀୟା ଦେଇଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସ୍ତ୍ରୀର ଦ୍ୱିତୀୟ ବିବାହ କରିଥିବା ଏହି ସ୍ୱାମୀଙ୍କ ନାମ ହେଉଛି ବିକାଶ କୁମାର। ସେ ବେଙ୍ଗାଲୁରୁର ଏକ କମ୍ପାନୀରେ କାମ କରନ୍ତି। ଦୁଇ ବର୍ଷ ପୂର୍ବେ ସେ ସିବାନ୍‌ ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ସ୍ତ୍ରୀ ମଧ୍ୟ ତାଙ୍କ ସହ ସେଠାରେ ରହୁଥିଲେ। ସେହିଠାରେ ହିଁ ସ୍ୱାମୀ ନିଜ ସ୍ତ୍ରୀର ଦ୍ୱିତୀୟ ବିବାହ ତାର ପ୍ରେମିକ ସହ କରାଇଛନ୍ତି।

ତେବେ ଏପରି କରିବାକୁ କାହିଁକି ବିକାଶ ଚାହିଁଲେ? ହାତ ଧରି ବାହା ହୋଇଥିବା ସ୍ତ୍ରୀକୁ କାହିଁକି ଚାହିଁଲେ ସ୍ତ୍ରୀର ପ୍ରେମିକ ହାତରେ ଟେକି ଦେବାକୁ। ତେବେ ଚାଲନ୍ତୁ ଜାଣିବା ପୂରା ମାମଲା। ବାହାଘରର ପରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ଭଲ ଚାଲିଥିଲା, କିନ୍ତୁ ମହିଳାଙ୍କ ପୂର୍ବ ପ୍ରେମିକ ଜାଣିବାକୁ ପାଇଥିଲେ ଯେ ସିବାନା ବାଙ୍ଗାଲୁରୁରେ ତାର ସ୍ୱାମୀ ସହିତ ରହୁଛି। ଯାହାପରେ ପ୍ରେମିକ ସଚିତ ସେଠାକୁ ଚାଲିଗଲା ଏବଂ ସେଠାରେ ଚାକିରି କଲା। ଯାହାପରେ ସଚିତ ଓ ସିବାନାଙ୍କ ପ୍ରେମ ପୁଣି ଥରେ ଜାଗି ଉଠିଲା। ବିକାଶ କାମକୁ ଯିବା ପରେ ଉଭୟେ ଶାରୀରିକ ସମ୍ପର୍କ ମଧ୍ୟ ରଖିଲେ ଆଉ ପୂର୍ବ ଭଳି ମିଶିଚାଲିଲେ। ତେବେ ଏହି ଖବର ଯେତେବେଳେ ସ୍ୱାମୀ ବିକାଶ ପାଖରେ ପହଁଚିଲା ସେତେବେଳେ ସେ ସ୍ତ୍ରୀକୁ ବୁଝାଇଲେ କିନ୍ତୁ ପ୍ରେମିକ ପ୍ରେମରେ ଉବୁଟୁବୁ ହେଉଥିବା ସ୍ତ୍ରୀ ସ୍ୱାମୀ କଥାକୁ ଶୁଣିଲାନାହିଁ।

ଆଉ ଶେଷରେ ସ୍ତ୍ରୀକୁ ତାର ପ୍ରେମିକ ସହ ବିବାହ କରାଇଦେବାକୁ ମନସ୍ତ କଲା। ଆଉ ଯେତେବେଳେ ସ୍ତ୍ରୀକୁ ଏହି କଥା ଜଣାଇଲା ସେ ତୁରନ୍ତ ରାଜି ହୋଇଗଲା। ଯାହାପରେ ସ୍ୱାମୀ ସ୍ତ୍ରୀର ପ୍ରେମିକକୁ ଡାକି ଉଭୟଙ୍କର ବିବାହ କରାଇଦେଲେ। ସମ୍ପୂର୍ଣ୍ଣ ରୀତିନୀତୀ ପରମ୍ପରା ଅନୁଯାୟୀ ସ୍ତ୍ରୀର ଦ୍ୱିତୀୟ ବିବାହ ଏକ ମନ୍ଦିରରେ କରାଇଦେଲେ ସ୍ୱାମୀ। ନିଜେ ଘଟଣାର ଭିଡିଓ କରି ସ୍ତ୍ରୀକୁ ନୂଆ ଜୀବନ ପାଇଁ ଶୁଭେଚ୍ଛା ଜଣାଇଲେ ସ୍ୱାମୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.