Below header

Miss World 2019 ବିଜେତା ହେଲେ ଜାମାଇକାର ଟୋନି ସିଂ, ଦ୍ୱିତୀୟ ରନର୍ସ ଅପ୍‌ ହେଲେ ଭାରତର କନ୍ୟା ସୁମନ

Miss World 2019 ଟାଇଟଲ ଜିତିଛନ୍ତି ଜାମାଇକାର ୨୩ ବର୍ଷୀୟ ଟୋନୀ ଏନ୍‌ ସିଂ। ଏହି ପ୍ରତିଯୋଗିତାରେ ପ୍ରଥମ ରନର୍ସ ଅପ୍‌ ଫ୍ରାନ୍ସର ଔଫେଲୀ ମୋଜିନୋ ହୋଇଥିବା ବେଳେ ଭାରତରୁ ପ୍ରତିନିଧିତ୍ୱ କରିଥିବା ସୁମନ ରାଓ ଦ୍ୱିତୀୟ ରନର୍ସ ହୋଇଛନ୍ତି।

ମିସ୍‌ ଓ୍ଵାଲର୍ଡ ଟାଇଟଲ ଜିତିଥିବା ଟୋନି ଏନ୍‌ ସିଂ ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଇଚ୍ଛା ରଖିଥିବା ବେଳେ ଗୀତ ବୋଲିବା, ବ୍ଲଗିଂ କରିବା ବହୁତ ପସନ୍ଦ କରିଥାନ୍ତି। ଟୋନିଙ୍କ ଜମାଇକାର ମୋରେଟରେ ହୋଇଥିଲା। ମାତ୍ର ୯ ବର୍ଷ ବୟସରୁ ସେ ଆମେରିକାରେ ଯାଇ ରହୁଥିଲେ। ଏହା ପୂର୍ବରୁ ଟୋନି ମିସ୍‌ ଜାମାଇକା ଓ୍ଵାଲର୍ଡ ୨୦୧୯ ଟାଇଟଲ ଜିତିସାରିଛନ୍ତି। ଟୋନି ମିସ୍‌ ଓ୍ଵାଲର୍ଡ ପ୍ରତିଯୋଗିତା ଜିତିଥିବା ଜାମାଇକାର ଚତୁର୍ଥ ମହିଳା।

suman

ସେହିଭଳି ଭାରତରୁ ପ୍ରତିନିଧିତ୍ୱ କରିଥିବା ସୁମନ ରାଓ ୧୧୭ଟି ଦେଶର ସୁନ୍ଦରୀଙ୍କୁ ପଛରେ ପକାଇ ଦ୍ୱିତୀୟ ରନର୍ସ ଅପ୍‌ ହୋଇଥିଲେ। ସୁମନ ରାଓଙ୍କ ଘର ରାଜସ୍ଥାନର ଉଦୟପୁର ଅଞ୍ଚଳରେ। ସୁମନ ଏବେ କଥକ ଡ୍ୟାନ୍ସ ଶିଖୁଥିବା ବେଳେ ଚାଟାର୍ଡ ଆକାଉଣ୍ଟାଣ୍ଟ କୋର୍ସ କରିଛନ୍ତି। ସୁମନଙ୍କୁ ବାସ୍କେଟ ବଲ ଖେଳିବାକୁ ବେଶୀ ଭଲପାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.