ନିୟମିତ ହଳଦୀ ସେବନ କରୁଛନ୍ତିକି ତେବେ ସତର୍କ ହୋଇଯାନ୍ତୁ, ନଚେତ ଭୋଗି ପାରନ୍ତି ଏହି ସମସ୍ୟା

ଭାରତରେ ହଳଦୀ ଏକ ସାଧାରଣ ଦ୍ରବ୍ୟ । ହଳଦୀ ବିନା ଭାରତୀୟ ଖାଦ୍ୟ ଅସମ୍ପୂର୍ଣ୍ଣ କହିଲେ ଚଳେ । ଶୀତ ଦିନେ ହଳଦୀର ସେବନ ଶରୀର ପାଇଁ ବିଶେଷ ସହାୟକ ହୋଇଥାଏ ବୋଲି ଏକ ବିଶ୍ୱାସ ରହିଛି । ଏହାବାଦ ବହୁ ଜଣ ନିଜ ତ୍ୱଚାର ରଙ୍ଗ ପରିବର୍ତ୍ତନ କରିବାକୁ ହଳଦୀର ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ କଣ ଜାଣନ୍ତିକି ହଳଦୀର ଅଧିକ ସେବନ ଶରୀର ପାଇଁ କ୍ଷତିକାରକ ହୋଇଥାଏ ବୋଲି । ଯଦି ଜଣେ ବ୍ୟକ୍ତି ନିୟମିତ ଭାବେ ଅଧିକ ମାତ୍ରାର ହଳଦୀ ସେବନ କରନ୍ତି ତେବେ ତାଙ୍କ ଶରୀର ଉପରେ ଏହାର କୁପ୍ରଭାବ ପଡ଼ିଥାଏ । ଆସନ୍ତୁ ଆଜି ସେସବୁ ଉପରେ ଏକ ଦୃଷ୍ଟି ପକାଇବା ।

haladi

୧. ଗୋଟେ ଦିନ ଭିତରେ ଅଳ୍ପ ମାତ୍ରାର ହଳଦୀ ସେବନ ଲାଭଦାୟକ ହୋଇଥାଏ । କିନ୍ତୁ ଯଦି ଆପଣ ଅଧିକ ମାତ୍ରାର ହଳଦୀ ସେବନ କରୁଛନ୍ତି ତେବେ ଏହା ଶରୀରରେ ଡାଇରିଆ ସମସ୍ୟା ଉପୁଯାଇପାରେ । କାରଣ ଅଧିକ ହଳଦୀ ପେଟରେ ଗ୍ୟାସ ବା ଅମ୍ଳର ପରିମାଣ ବଢ଼ାଇଥାଏ ।

haladi

୨.ତରକାରୀରେ ହଳଦୀର ପ୍ରୟୋଗ ଦ୍ୱାରା ତାରକାରୀର ରଙ୍ଗ ସହ ସ୍ୱାଦରେ ମଧ୍ୟ ପରିବର୍ତ୍ତନ ଆସିଥାଏ । କିନ୍ତୁ ଆପଣ ଯଦି ଅଲଗା ଭାବେ ଆଉ କିଛି ହଳଦୀ ସେବନ କରୁଥାନ୍ତି ତେବେ ଆପଣଙ୍କ ଶରୀରରେ ଆଇରନର ମାତ୍ରା କମିଯାଇପାରେ । ଯଦି କାହା ଶରୀରରେ ଆଇରନ ମାତ୍ରା କମ ଥାଏ । ତେବେ ସତର୍କତାର ସହ ଏହାର ସେବନ କରନ୍ତୁ ।

୩. ଉଚ୍ଚ ରକ୍ତଚାପ ତ ଶରୀର ପାଇଁ କ୍ଷତିକାରକ ହୋଇଥାଏ । କିନ୍ତୁ ରକ୍ତ ଚାପ ଯଦି କମିଯାଏ ତେବେ ବି ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଯାହାର ନିମ୍ନ ରକ୍ତ ଚାପର ସମସ୍ୟା ଥାଏ ସେହିମାନେ ହଳଦୀର ବ୍ୟବହାର ସତର୍କତାର ସହ କରିବା ନିହାତି ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.