ଡ୍ରଗ୍ସ ଲିଙ୍କ ମାମଲା, ଆଜି ବମ୍ବେ ହାଇକୋର୍ଟରେ ହେବ ରିୟା ଓ ସୌଭିକଙ୍କ ଶୁଣାଣି

ମୁମ୍ବାଇ: ଡ୍ରଗ୍ସ ଲିଙ୍କ ମାମଲାରେ ଆଜି ରିୟା ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ଶୁଣାଣି ଆଜି ବମ୍ବେ ହାଇକୋର୍ଟ କରିବେ। କହିରଖିବା ଉଚିତ ହେବଯେ, ସେପ୍ଟେମ୍ବର ୮ରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ପୂର୍ବ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଏନସିବି ଦ୍ୱାରା ଗିରଫ ହୋଇଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ ରିୟାଙ୍କ ଭାଇ ସୌଭିକଙ୍କୁ ଗିରଫ କରାଯାଇଥିଲା । ସ୍ପେଶାଲ ଏନଡିପିସି କୋର୍ଟ ଉଭୟଙ୍କ ଜାମିନ ଆବେଦନ ଖାରଜ କରିବା ପରେ ସେମାନେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

bombay

ସେପ୍ଟେମ୍ବର ୨୨ଯାଏଁ ବିଚାର ବିଭାଗୀୟ ହାଜତରେ ରିୟା ଥିବାବେଳେ ପରେ ଏହାକୁ ଅକ୍ଟୋବର ୬ ଯାଏ ବୃଦ୍ଧି କରାଯାଇଥିଲା । ତେବେ ପରେ ରିୟା ପ୍ରମାଣ ନଷ୍ଟ କରିପାରନ୍ତି ବୋଲି ଏନସିବି ମତ ରଖିବା ପରେ ଏହାକୁ ଅକ୍ଟୋବର ୨୦ ଯାଏ ବୃଦ୍ଧି କରାଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.