ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳ ଚଳଚ୍ଚିତ୍ର ପ୍ରସ୍ତୁତି ମାମଲା: ପତ୍ନୀ ଶିଳ୍ପା ସେଟ୍ଟିଙ୍କୁ ଜେରା, ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ସହ ରେକର୍ଡ ହେଲା ବୟାନ୍

ମୁମ୍ବାଇ: ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳ ଚଳଚ୍ଚିତ୍ର ପ୍ରସ୍ତୁତି ମାମଲାରେ ପତ୍ନୀ ଶିଳ୍ପା ସେଟ୍ଟିଙ୍କୁ ଜେରା କରିଛି ମହାରାଷ୍ଟ୍ର ପୋଲିସର ଅପରାଧିକ ଶାଖା । ବିଶେଷକରି ଶିଳ୍ପାଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବା ସହ ତାଙ୍କ ବୟାନ ରେକର୍ଡ କରିଛନ୍ତି । ଏପଟେ ଘଟଣା ଉପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ଶିଳ୍ପା । ଏନେଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ସେ ଏକ ବହିର କିଛି ଲେଖାକୁ ସ୍ଥାନିତ କରାଯାଇଛି ।

ଏଥିରେ ଲେଖା ଅଛି ‘ମୁଁ ଜୀବିତ ଏବଂ ଭାଗ୍ୟବାନ ବୋଲି ଜାଣି ମୁଁ ଏକ ଗଭୀର ନିଶ୍ୱାସ ନେଉଛି । ମୁଁ ପୂର୍ବରୁ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି ଏବଂ ଭବିଷ୍ୟତରେ ମଧ୍ୟ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ବଞ୍ଚିବି । ଆଜି ମୋତେ ଜୀବନ ବଞ୍ଚାଇବାକୁ କେହି ବିଭ୍ରାନ୍ତ କରିପାରିବେ ନାହିଁ । ଏପଟେ ବଢିଲା ରାଜ କୁନ୍ଦ୍ରା ଓ ତାଙ୍କ ସହଯୋଗୀଙ୍କ ହେପାଜତ ଅବଧି ଜୁଲାଇ ୨୭ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ରାଜ କୁନ୍ଦ୍ରା ଅଗଷ୍ଟ ୨୦୧୯ରୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଆରମ୍ଭ କରିଥିଲେ ଏବଂ ସେଥିରୁ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.