ଅନ୍ୟର ଅଜାଣତରେ କିପରି ପଢ଼ିବେ ହ୍ୱାଟ୍ସଆପରୁ ଡିଲେଟ୍ ହୋଇଥିବା ମେସେଜ୍? ଜାଣନ୍ତୁ ଏହାର ଉପାୟ

ଦୁନିଆରେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଚାଟିଂ ଆପ୍ ହ୍ୱାଟ୍ସଆପ୍ ପ୍ରତିଦିନ ଉପଭୋକ୍ତାମାନଙ୍କ ପାଇଁ ନୂଆ ନୂଆ ଫିଚର୍ସ ଆଣିଥାଏ । କିନ୍ତୁ ଅନେକ ଥର ଆମକୁ ହ୍ୱାଟ୍ସଆପର କିଛି ବ୍ୟବହାରୀ ଫିଚର୍ସ ବିଷୟରେ ଜଣାନଥାଏ । ଅନେକ ସମୟରେ ହ୍ୱାଟ୍ସଆପରେ ମେସେଜ ଡିଲେଟ ହୋଇଥାଏ, ଯାହାକୁ ଆମେ ପୁଣି ଥରେ ପଢ଼ିବାକୁ ଚାହିଁଥାଉ । ଏଭଳି ପରିସ୍ଥିତିରେ ଆପଣ ଏହି ଟ୍ରିକ୍ ଆପଣେଇ ମେସେଜକୁ ପୁଣି ଥରେ ପଢ଼ିପାରିବେ ।

ଯଦିଓ ହ୍ୱାଟ୍ସଆପରେ ସେପରି କିଛି ଫିଚର୍ସ ନାହିଁ ଯେଉଁଥିରେ ଆପଣ ଡିଲେଟ ହୋଇଥିବା ମେସେଜ ପଢ଼ିପାରିବେ । କିନ୍ତୁ ଏହି ଟ୍ରିକ୍ ମାଧ୍ୟମରେ ଆପଣ ଡିଲେଟ ମେସେଜକୁ ପଢ଼ିପାରିବେ ।

ଏଥିପାଇଁ ଆପଣଙ୍କୁ ପ୍ରଥମେ ଥାର୍ଡ ପାର୍ଟି ଆପ୍ WhatsRemoved+କୁ ଡାଉନଲୋଡ କରିବାକୁ ପଡ଼ିବ ।
ଫୋନରେ WhatsRemoved+ ଆପ୍ ଇନଷ୍ଟଲ୍ ହୋଇଗଲା ପରେ ଏହାକୁ ଓପନ୍ କରନ୍ତୁ ଓ ସମସ୍ତ ସର୍ତ୍ତକୁ ସହମତି ଦିଅନ୍ତୁ ।

ଆପ୍ କାମ କରିବା ପାଇଁ ଆପଣଙ୍କୁ ଫୋନର ନୋଟିଫିସକେସକୁ access କରିବାକୁ ପଡ଼ିବ ।

ଯଦି ଆପଣ ରାଜି, ତେବେ ‘Yes’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।

ଏହା ପରେ ସେହି ଆପ୍ଲିକେସନକୁ ସିଲେକ୍ଟ କରନ୍ତୁ, ଯାହାର ନୋଟିଫିକେସନକୁ ଆପଣ ରଖିବାକୁ ଚାହୁଁଛନ୍ତି ।

ଡିଲିଟ୍ ହୋଇଥିବା ହ୍ୱାଟ୍ସଆପ୍ ମେସେଜ୍ ପଢ଼ିବାକୁ ହେଲେ କେବଳ ହ୍ୱାଟ୍ସଆପ ମେସେଜ୍ enable କର ଓ ପରେ continue ଉପରେ କ୍ଲିକ୍ କର ।

ଏହା ବ୍ୟତୀତ ଅନ୍ୟାନ୍ୟ ବିକଳ୍ପ ମଧ୍ୟ ଉପଲବ୍ଧ ରହିଛି, ଯେଉଁଥିରେ ଫେସବୁକ୍, ଇନଷ୍ଟାଗ୍ରାମ ଇତ୍ୟାଦି ସାମିଲ ।

ଯେଉଁ ଫାଇଲକୁ ଆପଣ ‘save’ କରିବାକୁ ଚାହୁଁଥିବେ, ତାକୁ ସିଲେକ୍ଟ କରନ୍ତୁ ।

ଏହା ପରେ ଆପଣ ଏକ ପେଜକୁ ଯିବେ, ଯେଉଁଠାରେ ସମସ୍ତ ଡିଲିଟ୍ ହୋଇଥିବା ମେସେଜ୍ ଦେଖାଯିବ ।

ଆପଣଙ୍କୁ ସ୍କିନର ଉପରି ଭାଗରେ ଡିଟେକ୍ଟ ଅପସନ୍ ପାଖରେ ହ୍ୱାଟ୍ସଆପ ଅପସନ ଉପରେ କ୍ଲିକ କରିବାକୁ ପଡିବ ।

ଏହି ସେଟିଂକୁ enable କରିବା ପରେ ଆପଣ ସମସ୍ତ ଡିଲିଟ୍ ହୋଇଥିବା ହ୍ୱାଟ୍ସଆପ ମେସେଜକୁ ପଢ଼ିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.