ପୁଣି ସାମ୍‌ନାକୁ ଆସିଲା ଲଭ୍‌ ସେକ୍ସ ଧୋକାର କାହାଣୀ: ଗର୍ଭବତୀ ପ୍ରେମିକା ଏବେ ଥାନାର ଦ୍ବାରସ୍ଥ

ଯାଜପୁର(କେନ୍ଯୁଜ୍): ଯାଜପୁରରୁ ପୁଣି ସାମ୍‌ନାକୁ ଆସିଲା ଲଭ୍‌ ସେକ୍ସ ଧୋକାର କାହାଣୀ। ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରୁ ଆସିଛି ଅଭିଯୋଗ। ନଳିପୁର ଗାଁର ଜଣେ ଯୁବତୀଙ୍କୁ ପଡ଼ୋଶୀ ଯୁବକ ସାଦତ ଖାଁ ୫ବର୍ଷ ଧରି ଭଲ ପାଇଆସୁଥିଲେ। ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖିବା ପରେ ଗର୍ଭବତୀ ହୋଇଥିଲେ ଯୁବତୀ।

ସାଦତଙ୍କୁ ବିବାହ କରିବାକୁ ଯୁବତୀ ଜଣକ ଜିଦ୍‌ ଧରିବା ପରେ ଗର୍ଭ ନଷ୍ଟ କରିବାକୁ ପ୍ରବର୍ତ୍ତାଇଥିଲା। କିନ୍ତୁ ଯୁବତୀ ଜଣକ ଏଥିରେ ରାଜି ନହେବାରୁ କିଛି ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକାଇଥିଲା ସାଦତ। ଯୁବତୀଙ୍କ ପରିବାର ଲୋକ ସାଦତଙ୍କ ପରିବାରକୁ ଏନେଇ ପଚାରିବାରୁ ସେମାନେ ଯୁବତୀଙ୍କ ପରିବାର ଲୋକଙ୍କୁ ଗାଳିଗୁଲଜ ସହ ଧମକାଇଥିଲେ। ଏବେ ଯୁବତୀ ଜଣକ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.