ଆଜି ଆସିବ ଜୁନିଅର୍‌ କିଙ୍ଗ ଖାନ୍‌ଙ୍କ ଜାମିନ ଆବେଦନର ଶୁଣାଣି, ଆର୍ଯ୍ୟନଙ୍କୁ ମିଳିବ ଜେଲ ନା ବେଲ୍‌

ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ କେସରେ ଜୁନିଅର୍‌ କିଙ୍ଗ ଖାନ୍‌ଙ୍କୁ ମିଳିବ କି ବେଲ୍‌ ? ନା ପୁଣି ଜେଲରେ ରହିବେ ? ଆଜି ଆସିବ ଆର୍ଯ୍ୟନ ଖାନ୍‌ଙ୍କ ଜାମିନ ଆବେଦନର ରାୟ । ମୁମ୍ବାଇ ସେସନ୍ସ କୋର୍ଟ ରାୟ ଶୁଣାଇବେ । ଗତ ୧୪ ତାରିଖରେ ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ସେତେବେଳେ ଆର୍ଯ୍ୟନଙ୍କ ବେଲ୍‌ ଆବେଦନକୁ ବିରୋଧ କରିଥିଲା ଏନସିବି । ଆଜି ତାଙ୍କୁ ବେଲ୍‌ ମିଳିବ କି ନାହିଁ ତା ଉପରେ ନଜର ରହିଛି । ଏବେ ମୁମ୍ବାଇ ଆର୍ଥର ରୋଡ୍‌ ଜେଲରେ ଅଛନ୍ତି ଆର୍ଯ୍ୟନ ଖାନ । ଗତ ୨ ତାରିଖରେ ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ କେସରେ ଗିରଫ ହୋଇଥିଲେ । ତାଙ୍କୁ ଦୁଇଟି ପର୍ଯ୍ୟାୟରେ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା ଏନସିବି ।

ଆଜି ପୁଣିଥରେ କୋର୍ଟରେ ହେବ ଆର୍ଯ୍ୟନ୍‌ ଖାନ୍‌ଙ୍କ ଡ୍ରଗ୍ସ ମାମଲାର ଶୁଣାଣି । ଗତ ୧୪ ତାରିଖରେ ଶୁଣାଣି ହୋଇଥିଲେ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ପାରିନଥିଲା । ବୁଧବାର ମୁମ୍ବାଇର ସେସନ୍ସ କୋର୍ଟରେ ଦିନ ସାରା ଆର୍ଯ୍ୟନ୍‌ଙ୍କ ଜାମିନ୍‌ ମାମଲାର ଶୁଣାଣି ଉପରେ ଓକିଲଙ୍କ ମଧ୍ୟରେ ଯୁକ୍ତି ତର୍କ ଚାଲିଥିଲା । ପରେ ସମୟ ନ ଅଣ୍ଟିବାରୁ ଗୁରୁବାର ଦିନ ୧୨ଟାକୁ ଶୁଣାଣି ଘୁଞ୍ଚାଇ ଦିଆଯାଇଥିଲା । ସେଦିନ ବି ପୁଣିଥରେ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଜାମିନ୍‌ ମିଳିବ କି ନାହିଁ ସେ ବିଷୟରେ ଶୁଣାଣି ହୋଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି ନିଆଯାଇ ପାରିନଥିଲା ।

ଗୋଟେ ପଟରେ ଆର୍ଯ୍ୟନ୍‌ଙ୍କ ଓକିଲ ଅମିତ ଦେଶାଇ ଦାବି କରିଥିଲେ ଯେ ତାଙ୍କ ମହକିଲଙ୍କ ପାଖରୁ କୌଣସି ନିଶାଜାତୀୟ ଦ୍ରବ୍ୟ ମିଳିନାହିଁ । ଏହି କଥାକୁ ଏନ୍‌ସିବି ମଧ୍ୟ ସ୍ୱୀକାର କରିଛି । କିନ୍ତୁ ଏନ୍‌ସିବି ଦାବି କରିଥିଲାକି , ଆର୍ଯ୍ୟନ୍‌ ମାନିଛନ୍ତି ଯେ ସେ ଡ୍ରଗ୍ସ ନିଅନ୍ତି । ଏମିତିକି ଏନସିବି ଦାବି କରିଛିକି ଆର୍ଯ୍ୟନ ଅନେକ ବର୍ଷ ହେବ ଡ୍ରଗସ ପରି ନିଶାଜାତୀୟ ଦ୍ରବ୍ୟ ନେଇ ଆସୁଥିଲେ । ଏହାକୁ ନେଇ ଆଜି ୧୨ଟାରେ ଉଭୟ ପକ୍ଷ ପୁଣି ମୁହାଁମୁହିଁ ହୋଇଥିଲେ । ପ୍ରକାଶ ଯେ ୨୦୦୨ ହିଟ ଆଣ୍ଡ ରନ ମାମଲାରେ ସଲମାନ ଖାନଙ୍କ ପାଇଁ ଲଢିଥିଲେ ଅମିତ ଦେଶାଇ । ଏହି ମାମଲାରେ ସଲମାନ ଦୋଷମୁକ୍ତ ହୋଇଥିଲେ । ଅନ୍ୟପଟେ ମୁମ୍ବାଇ କ୍ରୁଜ୍‌ ସିପ୍‌ରେ ଡ୍ରଗ୍ସ ମାମଲାରେ ଇତି ମଧ୍ୟରେ ୨ ବିଦେଶୀ ନାଗରିକଙ୍କୁ ମିଶାଇ ମୋଟ୍‌ ୨୦ ଜଣଙ୍କୁ ଗିରଫ କରିଛି ଏନ୍‌ସିବି । ତେବେ କାଲି ଜାମିନ୍‌ ଶୁଣାଣି ହୋଇନପାରିବାରୁ ପୁଣିଥରେ ଆର୍ଥର ଜେଲକୁ ଫେରିଯାଇଥିଲେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.