ଫ୍ୟାନ୍ସଙ୍କ ପାଇଁ ଖୁସିଖବର ! ପୁଣି ପରଦାରେ ଧମାଲ ମାଚାଇବ ମୁନ୍ନା ଭାଇ ଏବଂ ସର୍କିଟ୍ ଯୋଡ଼ି

ମୁମ୍ବାଇ : କିଛି ବର୍ଷ ପୂର୍ବେ ରଲିଜ୍ ହୋଇଥିବା ମୁନ୍ନାଭାଇ ଏମବିଏସ୍ ଫିଲ୍ମ ଲୋକଙ୍କ ମନରେ ଆଜି ମଧ୍ୟ ଛାପ ଛାଡ଼ି ଦେଇଛି। ସେନେଇ ଏବେ ପୁଣିଥର ଫ୍ୟାନ୍ସଙ୍କ ପାଇଁ ଆସିଛି ଖୁସି ଖବର। ମୁନ୍ନା ଭାଇ ଏମବିବିଏସ ସିରିଜର ତିନି ନମ୍ବର ସିରିଜ୍ ଚଳିତ ବର୍ଷ ରିଲିଜ୍ ହେବାକୁ ଯାଉଛି। ଆଜ୍ଞା ହଁ, ଫିଲ୍ମରେ ସର୍କିଟ ଭୂମିକାରେ ନଜର ଆସିଥିବା ଅଭିନେତା ଅର୍ଶଦ ୱାସୀ ମୁନ୍ନା ଭାଇ ୩ ଫିଲ୍ମ ନେଇ ଘୋଷଣା କରିଛନ୍ତି। ପିଲ୍ମଟି ଚଳିତ ବର୍ଷ ରିଲିଜ୍ ହେବାକୁ ଯାଉଛି।

munna

ଅର୍ଶଦ ୱାସୀଙ୍କ କହିବାନୁଯାୟୀ, “ଫିଲ୍ମର ପ୍ରୋଜଯକଙ୍କ ରାଜୁ ହିରାନୀ ଏପର‌୍ୟ୍ୟନ୍ତ ସ୍କିପ୍ଟ ପ୍ରସ୍ତୁତ କରିସାରିଛନ୍ତି। ଏବଂ ଫିଲ୍ମଟି ଚଳିତବର୍ଷର ମଝି ବା ଶେଷ ଆଡ଼କୁ ରିଲିଜ୍ ହେବାକୁ ଯାଉଛି। ଏପର‌୍ୟ୍ୟନ୍ତ କେବଳ ମୁଁ ଏବଂ ସଞ୍ଜୁ ଏହି ଫିଲ୍ମ ପାଇଁ ପ୍ରସ୍ତୁତ ରହିଛୁ”।

ଆପଣଙ୍କୁ କହିବାକୁ ଚାହିଁବୁ ୨୦୦୩ରେ ରିଲିଜ୍ ହୋଇଥିଲା ମୁନ୍ନା ଭାଇ ଏମବିଏସ। ଯାହା ସଞ୍ଜୟ ଦତ୍ତଙ୍କ କ୍ୟାରିୟରର ବହୁ ଚର୍ଚ୍ଚିତ ଫିଲ୍ମ ମାନଙ୍କ ମଧ୍ୟରେ ଏକ ରହିଥିଲା। ସେହିପରି ୨୦୦୬ ମସିହାରେ ଏହାର ଦ୍ବିତୀୟ ସିରିଜ୍ ଲଗେ ରହୋ ମୁନ୍ନା ଭାଇ ରିଲିଜ୍ ହୋଇଥିଲା। ଏହା ବକ୍ସଅଫିସରେ ଭଲ କାମ କରିବା ସହ ଦର୍ଶକଙ୍କୁ ମଧ୍ୟ ବେଶ ପସନ୍ଦ ଆସିଥିଲା। ତେବେ ଏବେ ଦେଖିବା ବାକି ରହିଲା ମୁନ୍ନା ଭାଇର ବର୍ତ୍ତମାନର ସଂସ୍କରଣଟି କିପରି କାମ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.