ସୁଶାନ୍ତଙ୍କ କେସ୍‌ରେ ସଲମାନ୍‌ ଖାନ୍‌, କରଣ ଜୋହରଙ୍କ ସମେତ ୮ ସେଲିବ୍ରିଟିଙ୍କୁ ନୋଟିସ୍‌, ୭ରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ଏହି ମାମଲାର ତଦନ୍ତ ଏବେ ଦେଶର ତିନୋଟି ବଡ଼ ବଡ଼ ଏଜେନ୍ସି କରୁଛନ୍ତି। ଡ୍ରଗ୍ସ ଆଙ୍ଗେଲ ସାମ୍ନାକୁ ଆସିବା ପରେ କିଛି ଲୋକଙ୍କୁ ଗିରଫ ବି କରାସରିଲାଣି। ଏହି ମାମଲାରେ ଏବେ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇଙ୍କ ସମେତ ପ୍ରାୟ ୯ ଜଣ ଗିରଫ ହୋଇଛନ୍ତି। ଇତି ମଧ୍ୟରେ ମୁଜଫରପୁର ଜିଲ୍ଲା କୋର୍ଟ ସଲମାନ୍‌ ଖାନ୍‌ ଓ କରଣ ଜୋହରଙ୍କ ସମେତ ୮ ଜଣଙ୍କୁ କୋର୍ଟରେ ଉପସ୍ଥିତ ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ମାମଲାରେ ମୁଜଫରପୁରର ଓକିଲ ସୁଧୀର ଓଝାଙ୍କ ଦଲିଲ ଉପରେ କୋର୍ଟ ସଲମାନ୍‌ ଖାନ୍‌, କରଣ ଜୋହର, ଆଦିତ୍ୟ ଚୋପ୍ରା, ସଞ୍ଜୟ ଲୀଲା ଭଂସାଲୀ, ଏକତା କପୁର, ସାଜିଦ ନାଡ଼ିୟାବାଲା, ଭୂଷଣ କୁମାର ଓ ଦିନେଶ ବିଜୟନଙ୍କୁ ଅକ୍ଟୋବର ୭ରେ କୋର୍ଟରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ssr

ssr2

ସୁଧୀର ଓଝା ମୁଜଫରପୁର ସିଜେଏମ୍‌ କୋର୍ଟରେ ଏହି ସମସ୍ତ ଷ୍ଟାରଙ୍କ ଉପରେ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ୧୭ ଜୁନ୍‌ରେ ମାମଲା ରୁଜୁ କରିଥିଲେ। ସେ ଆଇପିସିର ଧାରା ୩୦୬, ୫୦୪ ଓ ୫୦୬ରେ ମାମଲା ରୁଜୁ କରିଥିଲେ। ସୂଚନାଯୋଗ୍ୟ ଯେ ସୁଶାନ୍ତ ଜୁନ୍‌ ୧୪ ତାରିଖରେ ମୁମ୍ବାଇସ୍ଥିତ ନିଜ ଫ୍ଲାଟ୍‌ରେ ଆତ୍ମହତ୍ୟା କରିଥିଲେ। ଏବେ ତାଙ୍କ ଆତ୍ମହତ୍ୟାର ତଦନ୍ତ ସିବିଆଇ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.