ନଓ୍ଵାଜୁଦ୍ଦିନ୍‌ ସିଦିକିଙ୍କ ଉପରେ ପଡିଲା ଦୁଃଖର ପାହାଡ, ଜାଣନ୍ତୁ କଣ ହେଲା ଏମିତି

ବଲିଉଡ୍‌ ର ଦିଗ୍ଗଜ୍‌ କଳାକାର ନଓ୍ଵାଜୁଦ୍ଦିନ୍‌ ସିଦିକିଙ୍କର ଭଉଣୀ ସାୟମା ତମସି ସିଦିକିଙ୍କ ପରଲୋକ ହୋଇଛି । ପରଲୋକ ବେଳେ ତାଙ୍କୁ ମାତ୍ର ୨୬ବର୍ଷ ବୟସ ହୋଇଥିଲା । ସାୟମା ତମସୀ ସିିଦିକି ଶନିବାର ପୁଣେର ଏକ ହସ୍ପିଟାଲରେ ଅନ୍ତିମ ନିଶ୍ୱାସ ତ୍ଯାଗ କରିଛନ୍ତି । ଭଉଣୀଙ୍କ ପରଲୋକ ଖବର ନଓ୍ଵାଜୁଦିନ୍‌ ଙ୍କ ସାନ ଭାଇଙ୍କଠାରୁ ମିଳିଛି। ଅୟାଜୁଦିନ୍‌ ଙ୍କ ଅନୁସାରେ ଯେବେ ଭଉଣୀ ତମସୀଙ୍କ ପରଲୋକ ହେଲା ସେତେବେଳେ ନଓ୍ଵାଜୁଦ୍ଦିନ୍‌ ଆମେରିକାରେ ଥିଲେ ।

ଏହାସହ ପଢନ୍ତୁ :

ଅକ୍ଷୟ କୁମାର ସେୟାର କଲେ ଡିଟରଜେଣ୍ଟ ବ୍ରାଣ୍ଡର ଆଡ୍ ଶୁଟ ଫଟୋ, ୟୁଜର୍ସ ଦେଲେ ଏମିତି ରିଆକସନ୍

ଖବର ମୁତାବକ ତମସୀ ସିଦିକିଙ୍କୁ ବ୍ରେଷ୍ଟ କ୍ଯାନସର ହୋଇଥିଲା । ଯେତେବେଳେ ତାଙ୍କୁ ୧୮ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କୁ ତାଙ୍କ ରୋଗ ସମ୍ପର୍କରେ ଜଣାପଡିଥିଲା । ଗତ ବର୍ଷ ନଓ୍ଵାଜୁଦ୍ଦିନ୍‌ ସୋସିଆଲ ମିଡିଆରେ ତାଙ୍କ ଭଉଣୀଙ୍କ ସମ୍ପର୍କରେ ସୂଚନା ଦେଇଥିଲେ । ତେବେ ସାୟମାଙ୍କ ଶେଷକୃତ୍ୟ ତାଙ୍କ ପୈତୃକ ଗାଁରେ କରାଯାଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.