ରଣବୀର-ଆଲିଆଙ୍କ ବିବାହ ପ୍ରସ୍ତୁତିରେ ନିତୁ କପୁର, ସାତଫେରା ପରେ ୪୦ ବର୍ଷ ପୁରୁଣା ଘରେ ହେବ ପ୍ରଥମ ପୂଜା

ଆଲିଆ ଭଟ୍ଟ ଏବଂ ରଣବୀର କପୁର ଆଜିକାଲି ନିଜର ନୂଆ ଚଳଚ୍ଚିତ୍ର “ବ୍ରହ୍ମାସ୍ତ୍ର”ର ସୁଟିଂ କରୁଛନ୍ତି । ଗତ କିଛିଦିନ ତଳେ ସେମାନେ ଶୁଟିଂ ପାଇଁ ମନାଲି ଯାଇଥିଲେ ଯେଉଁଠାରୁ ସେମାନଙ୍କର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା । ଫିଲ୍ମ ବ୍ୟତୀତ ରଣବୀର ଓ ଆଲିଆ ନିଜର ଲଭଷ୍ଟୋରୀକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ଆଜିକାଲି ସେମାନଙ୍କର ବିବାହକୁ ନେଇ ମଧ୍ୟ ଜୋରସୋର ଚର୍ଚ୍ଚା ଚାଲିଛି ।

Rishi Kapoor, Neetu Kapoor, Ranbir Kapoor

ନିକଟରେ ଦୁଇଜଣଙ୍କ ଲଭଷ୍ଟୋରିକୁ ନେଇ ଏକ ନୂଆ ଅପଡେଟ ଶୁଣିବାକୁ ମିଳୁଛି । ସୂଚନା ଅନୁଯାୟୀ ରଣବୀରଙ୍କ ମା ନିତୁ କପୁର ଓ ପିତା ଋଷି କପୁର ଏମାନଙ୍କର ବିବାହ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ତେବେ ନିତୁ ଓ ଋଷି ଚାଁହୁଛନ୍ତି ଯେ ରଣବୀର ଓ ଆଲିଆ ବିବାହ ପରେ କୃଷ୍ଣରାଜ ପ୍ରପର୍ଟିରେ ତାଙ୍କର ପ୍ରଥମ ପୂଜା କରନ୍ତୁ । ସେଥିପାଇଁ ନିତୁଙ୍କ ଇଛା ଯେ ଏହି ପୁରୁଣା ଘରର ରିଇନୋଭେସନ ଅତିଶୀଘ୍ର ଶେଷହେଉ । ନିତୁଙ୍କ କହିବା ଅନୁଯାୟୀ ବେଶମେଣ୍ଟର କନଷ୍ଟ୍ରକ୍ସନ କାମ ୨୦୨୦ ଶୀତ ସୁଧା ସରିବା ଆବଶ୍ୟକ ଯାହାଦ୍ୱାରା ବାହାଘର ପରେ ପ୍ରଥମ ପୂଜା କୃଷ୍ଣରାଜ ପ୍ରପର୍ଟିରେ ହିଁ କରାଯାଇପାରିବ ।

alia bhatt

ନିତୁ କପୁର ଆଧ୍ୟାତ୍ମିକତା ଉପରେ ବହୁତ ବିଶ୍ୱାସ ରଖନ୍ତି ଯେଉଁ କାରଣରୁ ସେ ନିଜ ଗୁରୁଜୀଙ୍କ ଉପଦେଶକୁ ଫଲୋ କରିବାକୁ ଚାଁହାନ୍ତି । ୧୯୮୦ ମସିହାରେ ନିତୁ ଓ ଋଷି କପୁର ପାଲି ହିଲସ୍ଥିତ ଏହି ବଙ୍ଗଳା କିଣିଥିଲେ । ତେବେ ବର୍ତ୍ତମାନ ସେମାନେ ଚାଁହୁଛନ୍ତି ଯେ ରଣବୀର ଓ ଆଲିଆ ବିବାହ ପରେ ପ୍ରଥମ ପୂଜା ଏହିଠାରେ କରନ୍ତୁ । ଗତ କିଛିଦିନ ତଳେ ରଣବୀର ଓ ଆଲିଆଙ୍କୁ କରିନା କପୁରଙ୍କ କ୍ରିସମାସ ପାର୍ଟିରେ ଦେଖିବାକୁ ମିଳିଥିଲା । ତେବେ ଆଲିଆଙ୍କର ରଣବୀରଙ୍କ ଭଉଣୀ ସହିତ ମଧ୍ୟ ଭଲ ବଂଡିଙ୍ଗ ରହିଛି ଏବଂ ସେ ରଣବୀରଙ୍କ ପରିବାର ସହିତ ପାର୍ଟିରେ ଅଧିକାଂଶ ଦେଖିବାକୁ ମିଳିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.