ଜୟା ଓ ଅମିତାଭଙ୍କ ସହ ନଜର ଆସିଲେ ଅଭିଷେକ, ଭାଇରାଲ ହେଉଛି ଦାଦା ସାହେବ ଫାଲ୍‌କେ ପୁରସ୍କାର ପରର ଫଟୋ

ଫିଲ୍ମଦୁନିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହୋଇଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏହି ବିଶେଷ ମୁହୂର୍ତ୍ତରେ ତାଙ୍କ ସହ ପତ୍ନୀ ଜୟା ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ ମଧ୍ୟ ଉପସ୍ଥିତ ଥିଲେ। ପୁରସ୍କାର ଗ୍ରହଣ କରିବା ପରେ ଅମିତାଭ ଏବେ ଅବସରଗ୍ରହଣ କରିବେ ନାହିଁ ବୋଲି ଜଣାଯାଇଛି।

ଫାଲ୍‌କେ ପୁରସ୍କାର ଗ୍ରହଣ କରିବା ପରେ ଅମିତାଭଙ୍କୁ ଫ୍ୟାନଙ୍କ ତରଫରୁ ଶୁଭେଚ୍ଛାର ସୁଅ ଛୁଟୁଛି। ଇତିମଧ୍ୟରେ ଜୟାବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋକୁ ଅଭିଷେକ ବଚ୍ଚନ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି।

ଫଟୋରେ ଅମିତାଭ ଓ ଜୟା ଚେୟାରରେ ବସିଥିବା ବେଳେ ଅଭିଷେକ ଉଭୟଙ୍କ ମଝିରେ ତଳେ ଆଣ୍ଠେଇ ଥିବା ଦେଖାଯାଇଛି। ଅନ୍ୟପଟେ ବିଗ୍‌ବି ପୁରସ୍କାରକୁ ହାତରେ ଧରି ପୋଜ୍‌ ଦେଇଛନ୍ତି। ଅଭିଷେକ ଏହି ଫଟୋକୁ ସେୟାର କରି ଲେଖିଛନ୍ତି ଖୁସିର ମୁହୂର୍ତ୍ତ। ଏଥିସହ ସେ #dadasahebphalkeaward ଓ #theparentals ଭଳି ହାସ୍‌ଟ୍ୟାଗ୍‌ ମଧ୍ୟ ବ୍ୟବହାର କରିଛନ୍ତି।

 

View this post on Instagram

 

A memory to cherish. #dadasahebphalkeaward #theparentals

A post shared by Abhishek Bachchan (@bachchan) on

ପୂର୍ବରୁ ଅଭିଷେକ ବଚ୍ଚନ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପିତା ଅମିତାଭ ବଚ୍ଚନଙ୍କ ଫଟୋ ସେୟାର କରିଥିଲେ। ଫଟୋରେ କ୍ୟାପସନ୍‌ ଦେଇଥିଲେ ‘‘ମୋ ପ୍ରେରଣାର ସ୍ରୋତ। ମୋ ହିରୋ। ଦାଦା ସାହେବ ଫାଲ୍‌କେ ପୁରସ୍କାର ମିଳିଥିବାରୁ ଆପଣଙ୍କୁ ଶୁଭେଚ୍ଛା। ଆମେ ଆପଣଙ୍କ ପାଇଁ ଗର୍ବିତ। ଲଭ୍‌ ୟୁ।’’

 

View this post on Instagram

 

My inspiration. My hero. Congratulations Pa on the Dadasahab Phalke award. We are all so, so proud of you. Love you.

A post shared by Abhishek Bachchan (@bachchan) on

ସୂଚନାଯୋଗ୍ୟ ଯେ ରବିବାର ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ପୁରସ୍କୃତ କରାଯାଇଛି। ୭୭ ବର୍ଷୀୟ ଏହି ଅଭିନେତା ପୁରସ୍କାର ଗ୍ରହଣ କରିବା ପରେ ମଜାଳିଆ ଅନ୍ଦାଜରେ କହିଥିଲେ ଏହି ପୁରସ୍କାର ପାଇଁ ଘୋଷଣା ହେବା ପରେ ମୋ ମନକୁ ଗୋଟିଏ ପ୍ରଶ୍ନ ଆସିଥିଲା ଯେ ଏହାର ଇସାରା ଏୟା ନୁହେଁ ତ ଯେ ମତେ କୁହାଯାଉଛି ଏବେ ଘରେ ବସନ୍ତୁ ଆରାମ କରନ୍ତୁ ଆପଣ ବହୁତ କାମ କରିସାରିଲେଣି। ତେବେ ପୁରସ୍କାର ପାଇବା ପରେ ଅମିତାଭ କହିଛନ୍ତି ଯେ ଏହି ପୁରସ୍କାର ମତେ ଅଧିକ କାମ କରିବାକୁ ଉତ୍ସାହିତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.