Below header

ସାମ୍ନାକୁ ଆସିଲା ipad pro 2020ର ଫଟୋ, ମିଳିବ ଆଇଫୋନ 11 pro ଭଳି ଟ୍ରିପଲ୍‌ ରିୟର କ୍ୟାମେରା

ଆଇଫୋନ୍‌ ନିର୍ମାତା କମ୍ପାନୀ ଏପଲ୍‌ (Apple) ନୂଆ ବର୍ଷରେ ଆଇପ୍ୟାଡ ପ୍ରୋ ୨୦୨୦ (ipad 2020) ଲଞ୍ଚ କରିବା ନେଇ ପ୍ରସ୍ତୁତି ଜାରି ରଖିଛି। ଆଇପ୍ୟାଡ ସହ ଜଡିତ କିଛି ରିପୋର୍ଟ ମଧ୍ୟ ଲିକ୍‌ ହୋିଛି, ଯେଉଁଥିରେ ସ୍ପେଶିଫିକେସନର ପ୍ରମାଣ ମିଳିଛି। ଏହାବ୍ୟତୀତ ଏହି ଡିଭାଇସର ଅନେକ ରେଡର୍ସ ମଧ୍ୟ ଲିକ୍‌ ହୋଇସାରିଛି।

ରିପୋର୍ଟ ଅନୁଯାୟୀ ୟୁଜର୍ସଙ୍କୁ ଏହି ଆଗାମୀ ଆଇପ୍ୟାଡରେ ଆଇଫୋନ ୧୧ ପ୍ରୋ ଟ୍ରିପଲ ରିୟର କ୍ୟାମେରା ସେଟଅପ୍‌ ମିଳିବ। କିନ୍ତୁ କମ୍ପାନୀ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆଇପ୍ୟାଡକୁ ନେଇ ଅଧିକ କିଛି ସୂଚନା ଜାରି କରିନାହିଁ। ସୂଚନା ମୁତାବକ ଏପଲ୍‌ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପ୍ୟାଡ ପ୍ରୋ ୨୦୨୦ ର ଲଞ୍ଚିଂ ଡେଟ୍‌ ଏବଂ ଏହାର ଦାମ୍‌ ସମ୍ପର୍କରେ କୌଣସି ଖୁଲାସା କରିନାହିଁ। କିନ୍ତୁ ଅନୁମାନ କରାଯାଉଛି ଏହି ଡିଭାଇସର ମୂଲ୍ୟ ପ୍ରିମିୟମ ସେଗମେଣ୍ଟରେ ରଖାଯିବ।

ipad-ଲିକ୍‌ ହୋଇଥିବା ସୂଚନା ଅନୁଯାୟୀ, କମ୍ପାନୀ ଏହି ଆଇପ୍ୟାଡକୁ ୧୧ ଇଞ୍ଚ ଏବଂ ୧୨.୨ ଇଞ୍ଚ ଭେରିଏଣ୍ଟ ସହ ମାର୍କେଟରେ ଲଞ୍ଚ କରିବ। ରେଂଡରରେ ପୂର୍ବରୁ ଭେରିଏଣ୍ଟର ବ୍ୟାକରେ ଏଲୁମିନିୟମ ଏବଂ ଅନ୍ୟଏକ ଭେରିଏଣ୍ଟରେ ଗ୍ଲାସର ପ୍ୟାନେଲ ଦେଖିବାକୁ ମିଳିଛି। ଏହାବ୍ୟତୀତ କମ୍ପାନୀ ଏହି ଡିଭାଇସରେ ଆଇଫୋନ ୧୧ ପ୍ରୋ ଭଳି ଟ୍ରିପଲ ରିୟର କ୍ୟାମେରା ସହ ୩ଡି ସେଂସର ମଧ୍ୟ ପାଇପାରିବେ।

ଏହାବ୍ୟତୀତ ଆଇଫୋନ ୧୧ ପ୍ରୋରେ ୧୮ ଓ୍ଵାଟର ଫାଷ୍ଟ ଚାର୍ଜିଂ ସହ ଦମଦାର୍‌ ବ୍ୟାଟେରୀର ସପୋର୍ଟ ଦିଆଯିବ। କ୍ୟାମେରା ବିଷୟରେ କହିବାକୁ ଗଲେ କମ୍ପାନୀ ଏଥିରେ ଡିପ୍‌ ଫ୍ୟୁଜନ ନାଁରେ ଏକ ଫିଚର ଦେଇଛି, ଯାହାଦ୍ୱାରା ଯୁଜର୍ସ ଗୋଟିଏ କ୍ଲିକ୍‌ ରେ ୯ଟି ଫଟୋ କ୍ଲିକ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.